loading...

ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ ତଥ୍ୟ ଉପରେ ସତ୍ୟପ୍ରକାଶଙ୍କ ପ୍ରତିକ୍ରିୟା

ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ବିଭାଗ ଆବାହକ ଶ୍ରୀ ସତ୍ୟପ୍ରକାଶ ନାୟକ ଏକ ସାମ୍ବାଦିକ ସଶ୍ମିଳନୀରେ

ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ ତଥ୍ୟ ଉପରେ ସତ୍ୟପ୍ରକାଶଙ୍କ ପ୍ରତିକ୍ରିୟା


ଭୁବନେଶ୍ୱର, ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ବିଭାଗ ଆବାହକ ଶ୍ରୀ ସତ୍ୟପ୍ରକାଶ ନାୟକ ଏକ ସାମ୍ବାଦିକ ସଶ୍ମିଳନୀରେ ସଦ୍ୟ ପ୍ରକାଶିତ ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟର ବିଶ୍ଳେଷଣ କରି ନବୀନ ଶାସନର ଅପାରଗତା, ଦାୟୀତ୍ବହୀନତା ଏବଂ ନିଷ୍କ୍ରିୟତାର ତୀବ୍ର ସମାଲୋଚନା କରିଛନ୍ତି । ସେ ତାଙ୍କ ବକ୍ତବ୍ୟରେ ମୋ ସରକାର ଏବଂ ୫ଟିର ଉଦାସୀନତାକୁ ନିନ୍ଦା କରିବା ସହ ଏହା ରାଜ୍ୟରେ ନାଟକବାଜୀ ଏବଂ ପ୍ରସହସନ କରୁଛି ବୋଲି କହିଛନ୍ତି । ସଦ୍ୟ ପ୍ରକାଶିତ ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ ଅନୁଯାୟୀ ଶିଶୁ ଅପହରଣ ଓ ନାରୀ ନିର୍ଯ୍ୟାତନା କ୍ଷେତ୍ରରେ ଦେଶରେ ଓଡ଼ିଶା ସର୍ବପ୍ରଥମ ସ୍ଥାନର ଅପବାଦ ମୁଣ୍ଡାଇଛି । 

ଓଡ଼ିଶାରେ ୫ ବର୍ଷରେ ୧୫ ହଜାର ଶିଶୁ ନିଖୋଜ ଏବଂ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ଏହିକିଯେ ସେଥିରୁ ୧୨,୧୯୯ ଜଣ ହେଉଛନ୍ତି ଶିଶୁ କନ୍ୟା । ଶ୍ରୀ ନାୟକ କହିଲେ ଯେ ନବୀନ ବାବୁଙ୍କ ମା'କୁ ସମ୍ମାନ ଆହ୍ମାନ ପାଣିରଗାର ସଦୃଶ । ନାରୀ ସୁରକ୍ଷା ପ୍ରସଙ୍ଗରେ ନବୀନ ସରକାର ନିଜର ପାରିବା ପଣିଆର ଡିଣ୍ଡିମ ପିଟୁଥିବା ବେଳେ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ ନବୀନ ସରକାରଙ୍କର ଅସଲ ସ୍ଵରୁପ ପଦାରେ ପକାଇ ଦେଇଛି । ଓଡ଼ିଶାରୁ ଲଗାତାର ଶିଶୁ କନ୍ୟାଙ୍କୁ ବାହାର ରାଜ୍ୟକୁ ଚାଲାଣ କରାଯାଉଛି । ରାଜ୍ୟ ପୋଲିସ ବିଭାଗ, ମୁଖମନ୍ତ୍ରୀ, ଗୃହ ରାଷ୍ଟ୍ର ମନ୍ତ୍ରୀ, ଡିଜି ପୋଲିସ ଏଭଳି ଶୋଚନୀୟ ଅବସ୍ଥା ପାଇଁ ସାଧାରଣ ଜନତାଙ୍କ ପାଖରେ ଉରଦାୟୀ ନୁହଁନ୍ତି କି ? ଜନସାଧାରଣ କାହା ଉପରେ ଭରଷା କରିବେ । ଏହି ରିପୋର୍ଟ ଉପରେ ସରକାରଙ୍କୁ ପକ୍ଷରୁ କଣ ପଦକ୍ଷେପ ନିଆଯାଇଛି ବା ନିଆଯିବ ତାହା ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରିବାପାଇଁ ଦାବି କରିଛନ୍ତି । 

ଏନେଇ ସରକାର କାହିଁକି ମୁହଁ ଲୁଚାଇଛନ୍ତି ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି । ମାନବଚାଳାଣ ରୋକିବା ପାଇଁ ରାଜ୍ୟରେ ଛତିଶ ପୋଲିସ ଜିଲ୍ଲାରେ ଯେଉଁ ଇଂଟିଗ୍ରେଜ୍ ଆଟି ହ୍ୟୁମାନ ଟ୍ରାଫିର୍କି ୟୁନିଟ୍ ଖୋଲିଛି ତାହା ସଂପୂର୍ଣ୍ଣ ଅକାମୀ, ବେପୁରିଆ ଏବଂ ନିରର୍ଥକ ବୋଲି ଶ୍ରୀ ନାୟକ ଅଭିଯୋଗ କରିଛନ୍ତି । ସେହିପରି କ୍ରାଇମବ୍ରାର୍ଚ୍ଚ ୨୦୧୫ ରୁ ୨୦୧୯ ଭିତରେ ଅପରେସନ ସ୍ନାଇଲ, ମୁସ୍କାନ ଓ ପରୀ ଯୋଜନା ଭଳି ଯେଉଁ କାର୍ଯ୍ୟକ୍ରମ ଗ୍ରହଣ କରିଥେଲା ଏହା କେବଳ ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇବା ଉଦ୍ଦିଷ୍ଟ, କାରଣ ଏଭଳି ବ୍ୟବସ୍ଥା ପରେ ବି ଶିଶୁ କନ୍ୟା ନିଖୋଜ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଇଛି । ସୁତରା ଓଡ଼ିଶା ଏବେ ମହିଳା ଏବଂ ଶିଶୁ ମାନଙ୍କ ପାଇଁ ଏକ ଅସୁରକ୍ଷିତ ରାଜ୍ୟ ଭାବେ ଦେଶରେ ଉଭା ହୋଇଛି ।

ସେପଟେ ନିରନ୍ତର ସେବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ “ଲାଇଫଟାଇମ ଆଚିଭିଫେଟ" ପୁରସ୍କାର ଦିଆଯାଉଛି । ଅନେକ ସଂସ୍ଥାରୁ ପ୍ରଶାସନ କ୍ଷେତ୍ରରେ ସ୍ବଳତା ଓ ବିକାଶରେ ଅଗ୍ରଣୀ ଓ ପାରଦଶି ପୁରସ୍କାର ମଧ୍ୟ ମୁଖ୍ୟମନ୍ତ୍ରୀ ପାଇଲେଣି କିରୁ ତୃଣମୂଳ ଚିତ୍ର ଭିନ୍ନ । ଅସୁରକ୍ଷିତ ରାଜ୍ୟ, ଅବ୍ୟବସ୍ଥିତ ଓ ଦାୟୀତ୍ସହୀନ ପ୍ରଶାସନ, ଉତରଦାୟୀତ୍ଵଶୂନ୍ୟ, ଉଦାସୀନତା ଓ ଅପାରଗତାର ଚିତ୍ର ପଟରେ ଜଣେ ମୁଖ୍ୟମନ୍ତ୍ରୀ ପ୍ରଶସିତ ଓ ପୁରସ୍କୃତ ହେବା ଓଡ଼ିଶାବାସୀଙ୍କ ଭାଗ୍ୟର ବିଢ଼ମ୍ବନା । ଏବେ ସବୁଠାରୁ ଲଜାକର ବିଷୟ ଏହିକିଯେ ନବୀନ ଶାସନରେ ପୀଡ଼ିତ, ଅତ୍ୟାଚାରିତ ଓ ଉପେକ୍ଷିତ ଓଡ଼ିଶାବାସୀଙ୍କ ପ୍ରକୃତ ଅବସ୍ଥାକୁ ଲୁଚାଇଦେଇ ନବୀନ ବାବୁଙ୍କ *ଲାଇଫଟାଇମ ଆଚିଭିଫେଟପୁରସ୍କାର ପାଇଁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦେବାକୁ ପ୍ରଚୁର ଅର୍ଥ ବ୍ୟୟ କରାଯାଇ ବର୍ଣ୍ଣାଢ଼ୀ ଆୟୋଜନ ଚାଲିଛି । 

ବିଜୁ ଜନତା ଦଳର ମହିଳା ସଂଗଠନ ଅମେରୁଦଣ୍ଡୀ । ମହିଳାଙ୍କ ପ୍ରତି ଅପରାଧ କ୍ଷେତ୍ରରେ ଦେଶର ହାର ଠାରୁ ରାଜ୍ୟର ହାର ବଢ଼ିଯାଇଛି । ଦେଶରେ ୧୫ ପ୍ରତିଶତ ଥିବାବେଳେ ଓଡ଼ିଶାରେ ତାହା ୨୩ ପ୍ରତିଶତ ରହିଛି । ସେହିପରି ଏହି କ୍ଷେତ୍ରରେ ଦଣ୍ଡବିଧାନରେ ଜାତୀୟ ହାର ୨୬ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ତାହା ୮ ପ୍ରତିଶତରେ ସିମୀତ ରହିଛି । ମହିଳାମାନଙ୍କ ପ୍ରତି ଏ ରାଜ୍ୟର ଭୟଙ୍କର ବିପଦ ସୃଷ୍ଟି ହୋଇଥିବା ବେଳେ ଏ ସଂଗଠନ ନିର୍ବାକ ହୋଇ ବସିଛି । ସୁତରା ଓଡ଼ିଶାର ମହିଳା ଅସୁରକ୍ଷିତ, ମାତ୍ର ନବୀନ ପୁରସ୍କୃତ ଏଠାରେ କୃଷ୍ଟ ଚିତ୍ର ଆସିଛି ଯେ ୨୦୧୯ ରେ ମହିଳା ନିର୍ଯ୍ୟାତନା କ୍ଷେତ୍ରରେ ୨୩୧ ୮୩ ଟି ମାମଲା ପଞ୍ଜିକୃତ ହୋଇଥିବା ବେଳେ ୨୦୨୦ ରେ ୨୫୪୮୯ ଏବଂ ୨୦୨୧ ରେ ୩୧ ୩୫୨ ଟି କେସ ପଞ୍ଜିକୃତ ହୋଇ ସମୁଦାୟ ୨୦ ପ୍ରତିଶତ ବୃଦ୍ଧି । ପାଇଛି । ଏହି ସାମ୍ବାଦିକ ସମିଳନୀରେ ପିସିସି ମୁଖପାତ୍ର ରଜନୀ କୁମାର ମହାନ୍ତି ଓ ଶ୍ରୀମତୀ ରଶ୍ମି ମହାପାତ୍ର ଉପସ୍ଥିତ ଥିଲେ । 

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget