ଉତ୍ତର ପ୍ରଦେଶ ସଂଖ୍ୟାଲଘୁ କମିଶନ ଚଳିତ ରମଜାନ ଉନ୍ନତ ସୁବିଧା ତଥା ସୁରକ୍ଷା ପାଇଁ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଅନୁରୋଧ କରିଛନ୍ତି। ଏହା ସହିତ କୋର୍ଟ ଦ୍ୱାରା ସ୍ଥିର କରାଯାଇଥିବା ନିୟମ ଅନୁଯାୟୀ ମସଜିଦ ଠାରେ ଲଗାଯାଇଥିବା ଲାଉଡ ସ୍ପୀକର ନହଟାଇବାକୁ ସଂଖ୍ୟାଲଘୁ କମିଶନ ଉତ୍ତର ପ୍ରଦେଶ ସରକାରଙ୍କ ନିକଟରେ ଆବେଦନ କରିଛି। ସମସ୍ତ ପ୍ରକାର ମାନଦଣ୍ଡକୁ ଦୃଷ୍ଟିରେ ରଖି ସ୍ଥାପିତ ଲାଉଡ ସ୍ପୀକର ନହଟାଇବାକୁ ଉତ୍ତର ପ୍ରଦେଶ ସରକାରଙ୍କ ଉଦ୍ଦେଶ୍ୟରେ କହିଛନ୍ତି ସଂଖ୍ୟାଲଘୁ କମିଶନ ଅଧ୍ୟକ୍ଷ ଅଶଫାକ ସୈଫି କହିଛନ୍ତି। ସଂଖ୍ୟାଲଘୁ କମିଶନ ଅଧ୍ୟକ୍ଷ କହିଛନ୍ତି ଯେ ନିୟମ ଅନୁଯାୟୀ ସ୍ଥାପିତ ଲାଉଡ ସ୍ପୀକରକୁ ବାଧ୍ୟତାମୂଳକ ଭାବେ ହଟାଇବା ନେଇ ତାଙ୍କ ପାଖକୁ ଅଭିଯୋଗ ଆସିଛି।
ନ୍ୟୁଜ୍ ଏଜେନ୍ସି ପିଟିଆଇ ସହ କଥାବାର୍ତ୍ତା କରିବା ବେଳେ ଉତ୍ତର ପ୍ରଦେଶ ସଂଖ୍ୟାଲଘୁ କମିଶନ ଅଧ୍ୟକ୍ଷ ଅଶଫାକ ସୈଫି କହିଛନ୍ତି ଯେ, ସେ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଏକ ଚିଠି ଲେଖିଛନ୍ତି। ରମଜାନ ସମୟରେ ମୁସଲିମ ସମ୍ପ୍ରଦାୟର ଲୋକଙ୍କ ସୁରକ୍ଷା ପାଇଁ ପୋଲିସ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁବିଧା ଯୋଗାଇବାକୁ କହିଛନ୍ତି। ସୂଚନା ଅନୁଯାୟୀ ଚଳିତ ବର୍ଷ ମାର୍ଚ୍ଚ ୨୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ରମଜାନ ମାସ। ରମଜାନ ମାସରେ ପଡୁଥିବା ଶୁକ୍ରବାର ଦିନ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା କରିବାକୁ କହିଛନ୍ତି ସଂଖ୍ୟାଲଘୁ କମିଶନ ଅଧ୍ୟକ୍ଷ। ଯାହା ଦ୍ୱାର କୌଣସି ପ୍ରକାର ଅଘଟଣ ଘଟିବ ନାହିଁ ବୋଲି କହିଛନ୍ତି ଅଶଫାକ ସୈଫି। ତାଙ୍କ କହିବା ଅନୁସାରେ ମସଜିଦ ଠାରେ ଲଗାଯାଇଥିବା ଲାଉଡ ସ୍ପୀକର ସ୍ଥାନୀୟ ପ୍ରଶାସନ ଦ୍ୱାରା ହଟାଯାଉଛି। ଏନେଇ ମୁସଲିମ ସମ୍ପ୍ରଦାୟର ବହୁ ସଂଖ୍ୟକ ଲୋକ ଅଭିଯୋଗ କରିଛନ୍ତି।
ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ଉତ୍ତର ପ୍ରଦେଶ ସରକାର ନିୟମ ଭଙ୍ଗ କରି ରାଜ୍ୟର ଧାର୍ମିକ ସ୍ଥାନରେ ଲଗାଯାଇଥିବା ଲାଉଡ ସ୍ପୀକର ହଟାଇବା ପାଇଁ ଏକ ଅଭିଯାନ ଆରମ୍ଭ କରିଥିଲେ। ରମଜାନ ସମୟରେ ଶାନ୍ତିପୂର୍ଣ୍ଣ ଭାବରେ ପ୍ରାର୍ଥନା କରିବାକୁ ମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ ନିବେଦନ କରିଛନ୍ତି ଉତ୍ତର ପ୍ରଦେଶ ସଂଖ୍ୟାଲଘୁ କମିଶନ ଅଧ୍ୟକ୍ଷ ଅଶଫାକ ସୈଫି। ଏହା ସହିତ ସେ ରାସ୍ତାରେ ଏବଂ ସର୍ବସାଧାରଣ ସ୍ଥାନରେ ନମାଜ ନପଢିବାକୁ ମୁସଲିମ ସମ୍ପ୍ରଦାୟ ଉଦ୍ଦେଶ୍ୟରେ ନିବେଦନ କରିଛନ୍ତି। ଉତ୍ତର ପ୍ରଦେଶ ସରକାରଙ୍କ ସହିତ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଏବଂ ପୋଲିସ ମୁଖ୍ୟ ତଥା ସମସ୍ତ ଜିଲ୍ଲାର ଜିଲ୍ଲା ଅଧିକାରୀଙ୍କନିକଟକୁ ପଠାଯାଇଛି।
Post a Comment