ଖଲ୍ଲିକୋଟ, ସର୍ଵ ଭାରତୀୟ ସ୍ତରରେ ପ୍ରଥମ ରାଙ୍କ ହାସଲ କଲା ଗଞ୍ଜାମ ଜିଲ୍ଲା ପରିଷଦ। ଏଥିପାଇଁ ପାଞ୍ଚ କୋଟି ପୁରସ୍କାର ରାଶିରେ ସମ୍ମାନୀତ କରିଛନ୍ତି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସମାରୋହରେ ଏହି ସମ୍ମାନ ପ୍ରଦାନ କରାଯାଇଛି । ନୂଆଦିଲ୍ଲୀରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଏହି ସମ୍ମାନ ଦିଆଯାଇଥିଲା । ଏହି ସମାରୋହରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂ ଉପସ୍ଥିତ ରହି ପୁରସ୍କାର ଗୁଡିକ ପ୍ରଦାନ କରିଥିଲେ । ପୁରସ୍କାରଟି ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏବଂ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହି ଅଧିକାରୀ କୀର୍ତ୍ତି ଭାସନ ଭି ଗ୍ରହଣ କରିଛନ୍ତି ।
ନାନାନୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ଶ୍ରେଣୀରେ ପୁରସ୍କୃତ କରାଯାଇଛି । ଶ୍ରେଷ୍ଠ ପଞ୍ଚାୟତ ଭାବେ ସର୍ବ ଭାରତୀୟ ସ୍ତରରେ ହିଂଜିଳିକାଟୁ ପ୍ରଥମ ସ୍ଥାନ ଅଧିକାରୀ କରିଥିବା ହେତୁ ଦୁଇକୋଟି ଅର୍ଥ ରାଶି ସହ ସମ୍ମାନିତ ହୋଇଛି । ଦ୍ଵିତୀୟ ଶ୍ରେଷ୍ଠ ସୁସ୍ଥ ପଞ୍ଚାୟତ ଭାବେ ହିଂଜିଳିକାଟୁ ବ୍ଲକ କଞ୍ଚୁଡୁ ପଞ୍ଚାୟତକୁ ୭୫ ଲକ୍ଷ, ଶାଶନ ଆମ୍ବ ଗାଁ ଦ୍ଵିତୀୟ ଶ୍ରେଷ୍ଠ ସୁସ୍ଥ ଓ ସବୁଜ ପଞ୍ଚାୟତ ଗ୍ରାମ ଭାବେ ୭୫ ଲକ୍ଷ, ଭଞ୍ଜନଗର ବ୍ଲକ କୁଲାଡ଼ ଗ୍ରାମ ପଞ୍ଚାୟତକୁ ଦ୍ଵିତୀୟ ଶ୍ରେଷ୍ଠ ସାମାଜିକ ଭାବେ ସୁରକ୍ଷିତ ସକାଶେ ୭୫ ଲକ୍ଷ ଏବଂ ପାତ୍ରପୁର ବ୍ଲକ ଆଙ୍କଲୀ ଗ୍ରାମ ପଞ୍ଚାୟତକୁ ୭୫ ଲକ୍ଷ ଅର୍ଥ ରାଶି ସହିତ ସମ୍ମାନିତ କରାଯାଇଛି ।
ଗଞ୍ଜାମ ଜିଲ୍ଲା ଏଭଳି ସମ୍ମାନ ଜନକ ପୁରସ୍କାର ପାଇଥିବା ହେତୁ ଓଡ଼ିଶାର ସୁନାମ ଆଣି ପାରିଛି । ଯାହାକି ସାରା ରାଜ୍ୟ ପାଇଁ ଗର୍ଵ ଓ ଗୌରବ । ହିଂଜିଳିକାଟୁ ବ୍ଲକ ପୁରସ୍କାର ସରପଞ୍ଚ ସରସ୍ୱତୀ ସେଠୀ, ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା , ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହି ଅଧିକାରୀ କୀର୍ତ୍ତି ଭାସନ ଭି, କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁବ୍ରତ କୁମାର ଜେନା ଗ୍ରହଣ କରିଥିବା ବେଳେ, କଞ୍ଚୁଡୁ ପଞ୍ଚାୟତ ପୁରସ୍କାରଟି ସରପଞ୍ଚ ମଦନ ମୋହନ ସେଠୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରତାପ ସାହୁ ପୁରସ୍କାର ଗ୍ରହଣ କରିଥିଲେ ।
ଶାସନ ଆମ୍ବ ଗାଁ ପାଇଥିବା ପୁରସ୍କାର ଟି ସରପଞ୍ଚ ଦନାର୍ଦ୍ଧନ ସେଠୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ ବାସୁଦେବ ବେହେରା ପୁରସ୍କାର ଗ୍ରହଣ କରିଥିଲେ । କୁଲାଡ଼ ଗ୍ରାମ ପଞ୍ଚାୟତ ପୁରସ୍କାରଟି ସରପଞ୍ଚ ଭି. ସଂଯୁକ୍ତା ରାଜୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ର ଏବଂ ଆଙ୍କୁଲି ଗ୍ରାମ ପଞ୍ଚାୟତ ପୁରସ୍କାର ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, କମ୍ପୁଟର ପ୍ରୋଗ୍ରାମର ଦେବାଶିଷ ପ୍ରଧାନ ପ୍ରମୁଖ ଗ୍ରହଣ କରିଥିଲେ । ଜିଲ୍ଲାର ସମସ୍ତ ୬ ଗୋଟି ପୁରସ୍କାର ଗ୍ରହଣ ସମୟରେ ଜିଲ୍ଲାପାଳ ଉପସ୍ଥିତଥିଲେ ।
Post a Comment