loading...

କେଜରିୱାଲ୍‌ଙ୍କୁ ଘାରିଲାଣି ଗିରଫ ଭୟ । ଦିଲ୍ଲୀ ଅଫିସ୍‌ରେ ଜରୁରି ବୈଠକ ଡକାଇଲା ଆମ୍ ଆଦ୍‌ମୀ ପାର୍ଟି

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍‌ଙ୍କୁ ସିବିଆଇ ଜେରା କରୁଥିବା ବେଳେ ଜରୁରୀକାଳିନ ବୈଠକ ଡାକିଛି ଦଳ। ଦିଲ୍ଲୀ ଆପ୍ ସଂଯୋଜକ ଗୋପାଳ ରାୟ ଏହି ଜୁରୁରୀ ବୈଠକ ଡକାଇଛନ୍ତି

କେଜରିୱାଲ୍‌ଙ୍କୁ ଘାରିଲାଣି ଗିରଫ ଭୟ । ଦିଲ୍ଲୀ ଅଫିସ୍‌ରେ ଜରୁରି ବୈଠକ ଡକାଇଲା ଆମ୍ ଆଦ୍‌ମୀ ପାର୍ଟି


ଦିଲ୍ଲୀ,ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍‌ଙ୍କୁ ସିବିଆଇ ଜେରା କରୁଥିବା ବେଳେ ଜରୁରୀକାଳିନ ବୈଠକ ଡାକିଛି ଦଳ। ଦିଲ୍ଲୀ ଆପ୍ ସଂଯୋଜକ ଗୋପାଳ ରାୟ ଏହି ଜୁରୁରୀ ବୈଠକ ଡକାଇଛନ୍ତି। କେଜରିୱାଲ୍‌ ଗିରଫ ହୋଇପାରନ୍ତି ବୋଲି ଭୟର ଦଳ ବୈଠକ ଡକାଇଥିବା ସୂଚନା ମିଳିଛି। ଦିଲ୍ଲୀ ଅଫିସ୍‌ରେ ଚାଲିଥିବା ବୈଠକରେ ଆପ୍‌ ଜାତୀୟ ପ୍ରବକ୍ତା ପଙ୍କଜ ଗୁପ୍ତା, ଦିଲ୍ଲୀ ମେୟର ଶେଲୀ ଓବରୟ ଓ ଡେପୁଟି ମେୟର ଆଲେ ମହମ୍ମଦ ଇକବାଲଙ୍କ ସମେତ ସମସ୍ତ ଅଫିସ କର୍ମକର୍ତ୍ତା, ଦିଲ୍ଲା ଅଧ୍ୟକ୍ଷ, ଜାତୀୟ ସମ୍ପାଦକ ଓଦଳୀୟ ନେତାମାନେ ମଧ୍ୟ ବୈଠକରେ ଯୋଗ ଦେଇଛନ୍ତି।

ଏହା ପୂର୍ବରୁ ସିବିଆଇ ସମନକୁ ବିରୋଧ କରି ଆପ୍‌ ବିରୋଧ ପ୍ରଦର୍ଶନ କରିଥିଲା। ଦିଲ୍ଲୀ ପୁଲିସ ସେମାନଙ୍କୁ ଅଟକ ରଖିଛି। ଦଳୀୟ ନେତା ରାଘବ ଚଡ୍ଡା, ସଞ୍ଜୟ ସିଂହ, ଜସମିନ ଶାହ ଓ ଅନ୍ୟ ସଦସ୍ୟମାନଙ୍କୁ ଅଟକ ରଖିଛି ପୁଲିସ। ମଦ ଦୁର୍ନୀତି ଅଭିଯୋଗରେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସିବିଆଇ ପଚରାଉଚରା କରୁଛି। ତାଙ୍କୁ କଡ଼ା ସୁରକ୍ଷା ଭିତରେ ସିବିଆଇ ମୁଖ୍ୟାଳୟକୁ ଅଣାଯାଇଥିଲା। ମୁଖ୍ୟାଳୟ ବାହାରେ ପାଖାପାଖି ୧୦୦୦ ସୁରକ୍ଷା କର୍ମୀ ମୁତୟନ କରାଯାଇଥିଲା। ୧୪୪ ଧାରା ଲାଗୁ କରାଯାଇଥିଲା।ଆଜି ସକାଳେ ସିବିଆଇ ଅଫିସ୍‌ କୁ ଯିବା ପୂର୍ବରୁ ଏକ ଭିଡିଓ ଜାରି କରିଥିଲେ କେଜରିୱାଲ୍।  ବିଜେପି ବହୁତ ଶକ୍ତିଶାଳୀ, ଏମାନେ କାହାକୁ ମାନୁ ନାହାନ୍ତି ସମସ୍ତଙ୍କୁ ଗିରଫ କରିପାରିନ୍ତି ବୋଲି କେଜରିୱାଲ୍ କହିଥିଲେ। ମୋତେ ଗିରଫ କରିବା ପାଇଁ ବିଜେପି ନେତାମାନେ ଦାବି କରୁଛନ୍ତି। ବିଜେପି ନିର୍ଦ୍ଦେଶ ଦେଇଛି ମୋତେ ଗିରଫ କରାଯାଇପାରେ ବୋଲି କେଜରିୱାଲ୍ କହିଥିଲେ।    

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget