ନୂଆଦିଲ୍ଲୀ,ପୁଲିସ୍ ଗାଡ଼ିରୁ ଓହ୍ଲାଇବାର ୪୦ ସେକେଣ୍ଡ ପରେ ଅତିକ ଅହମଦ ଓ ଅଶରଫଙ୍କୁ ୩ ଜଣ ଯୁବକ ଆଖିବୁଜା ଗୁଳିମାଡ଼ କରି ହତ୍ୟା କରାଯାଇଛି। ଉଭୟ ହସ୍ପିଟାଲକୁ ମେଡିକାଲ ଚେକଅପ ପାଇଁ ପୁଲିସ୍ର କଡ଼ା ସୁରକ୍ଷା ବଳୟ ମଧ୍ୟରେ ଯାଉଥିଲେ ହେଁ ସେମାନଙ୍କୁ ୩ ଜଣ ଯୁବକ ସାମ୍ବାଦିକ ବେଶରେ ଆସି ଗୁଳିମାଡ଼ କରିଥିଲେ। ତେବେ ଅତିକ ଓ ଅଶରଫଙ୍କୁ କ୍ୟାମେରା ସାମ୍ନାରେ ହତ୍ୟା କରିବା ପାଇଁ ୩ ଯୁବକ ପୂର୍ବରୁ ହିଁ ଯୋଜନା କରି ସାରିଥିଲେ। ଏଥିପାଇଁ ପୂରା ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା।
ଫେବ୍ରୁଆରି ୨୪ରେ ‘ବିଏସ୍ପି’ବିଧାୟକ ରାଜୁ ପାଲ୍ ହତ୍ୟା ମାମଲାର ମୁଖ୍ୟ ସାକ୍ଷୀ ଉମେଶ ପାଲ୍ଙ୍କୁ ତାଙ୍କ ବାସଭବନ ଆଗରେ ଗୁଳି ମାରି ହତ୍ୟା କରାଯାଇଥିଲା। ଉମେଶ ପାଲଙ୍କୁ ବଞ୍ଚାଇବାବେଳେ କନଷ୍ଟେବଳ ସନ୍ଦୀପ ନିଶାଦଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏବେ ଗ୍ୟାଙ୍ଗଷ୍ଟର ଅତିକ ଅହମଦର ମୃତ୍ୟୁ ହେବା ପରେ ଖୁସି ବ୍ୟକ୍ତ କରିଛନ୍ତି ସନ୍ଦୀପ ନିଶାଦଙ୍କ ପରିବାର।ଉମେଶ ପାଲଙ୍କୁ ହତ୍ୟା କରିବା ପାଇଁ ଅତିକ ଷଡ଼ଯନ୍ତ୍ର କରିଥିବା ବେଳେ ତା’ର ମୃତ୍ୟୁ କନଷ୍ଟେବଳ ସନ୍ଦୀପଙ୍କ ପରିବାରକୁ ଖୁସି କରାଇଛି।
ସନ୍ଦୀପଙ୍କ ଭାଇ କହିଛନ୍ତି ଯେ ସେ ଲୋକମାନେ ଅନେକ ଘର ନଷ୍ଟ କରି ଦେଇଛନ୍ତି, ଅନେକ ମା’ ଏବଂ ଭଉଣୀଙ୍କ ସିନ୍ଦୂର ଛଡ଼ାଇ ନେଇଛନ୍ତି। ଆଜି ଆମ ପରିବାରର ଦୁଃଖ ବୁଝିପାରୁଥିବା ଅତିକର ପରିବାର। କାହାକୁ ଏଭଳି ହରାଇବାର ଦୁଃଖ ସେମାନେ ଆଜି ବୁଝିପାରୁଥିବେ। ଅତିକ ଓ ଅସରଫକୁ ଯେଉଁମାନେ ହତ୍ୟା କରିଛନ୍ତି, ହୋଇପାରେ ସେମାନଙ୍କ ପରିବାରରୁ କାହାକୁ ଏ ଦୁହେଁ ହତ୍ୟା କରିଥିବେ, ଯାହାର ପ୍ରତିଶୋଧ ସେମାନେ ନେଇଛନ୍ତି। ମୁଁ ଏତିକି କହିବି ଯେ, ଭଗବାନ ଆମ ଗୁହାରି ଶୁଣିଛନ୍ତି। ଯାହା ଘଟିବା ଉଚିତ୍ ଥିଲା ତାହା ଘଟିଛି।
ଉଲ୍ଲେଖଯୋଗ୍ୟ, କୁଖ୍ୟାତ ଗ୍ୟାଙ୍ଗ୍ଷ୍ଟର ତଥା ପୂର୍ବତନ ସାଂସଦ ଅତିକ ଅହମଦକୁ ଶନିବାର ରାତିରେ ଗୁଳି କରି ହତ୍ୟା କରାଯାଇଥିଲା। ଆକ୍ରମଣରେ ଅତିକ ସହିତ ତାର ଭାଇ ଅସରଫ ଅହମଦ ମଧ୍ୟ ନିହତ ହୋଇଥିଲା। ଡାକ୍ତରୀ ପରୀକ୍ଷା ଲାଗି ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ପୁଲିସ ଉପସ୍ଥିତିରେ ସେମାନଙ୍କୁ ହତ୍ୟା କରାଯାଇଥିଲା। ପୁଲିସ୍ର ସୂଚନା ଅନୁସାରେ, ଗୁଳି ଚଳାଇଥିବା ଲଭଲେଶ ତିୱାରି, ସନ୍ନି ଓ ଅରୁଣ ମୌର୍ଯ୍ୟ ସ୍ୱୀକାର କରିଛନ୍ତି ଯେ ସେମାନେ ଅତିକଙ୍କୁ ହତ୍ୟା କରିଛନ୍ତି। ଅଣ୍ଡରୱାଲର୍ଡରେ ପ୍ରସିଦ୍ଧି ଲାଭ କରିବା ପାଇଁ ସେମାନେ ଏପରି କରିଛନ୍ତି। ଅତିକ ଓ ଅଶରଫଙ୍କୁ ମାରିବା ପାଇଁ ୩ ଯୁବକ ଗୁରୁବାର ଠାରୁ ପ୍ରୟାଗରାଜ ଆସିଥିଲେ ଓ ଗୋଟିଏ ଲଜ୍ରେ ରହିଥିଲେ।
Post a Comment