loading...

ସାଂସଦ ପ୍ରତାପ ଷଡଙ୍ଗୀଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା ନେଇ ଦାୟର ନିର୍ବାଚନୀ ମୋକଦ୍ଦମାକୁ ଖାରଜ କଲେ ହାଇକୋର୍ଟ

ବାଲେଶ୍ବର ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା ପାଇଁ ଯଦୁନାଥ ସେଠୀଙ୍କ ତରଫରୁ ଦାୟର ନିର୍ବାଚନୀ ମୋକଦ୍ଦମାକୁ ହାଇକୋର୍ଟ ଆଜି ଖାରଜ କରିଛନ୍

ସାଂସଦ ପ୍ରତାପ ଷଡଙ୍ଗୀଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା ନେଇ ଦାୟର ନିର୍ବାଚନୀ ମୋକଦ୍ଦମାକୁ ଖାରଜ କଲେ ହାଇକୋର୍ଟ


ଭୁବନେଶ୍ବର, ବାଲେଶ୍ବର ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା ପାଇଁ ଯଦୁନାଥ ସେଠୀଙ୍କ ତରଫରୁ ଦାୟର ନିର୍ବାଚନୀ ମୋକଦ୍ଦମାକୁ ହାଇକୋର୍ଟ ଆଜି ଖାରଜ କରିଛନ୍ତି। ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ତରଫରୁ କେହି ଉପସ୍ଥିତ ନଥିଲେ। ପୂର୍ବରୁ ଏପ୍ରିଲ ୧୩ ଓ ୧୪ରେ ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ତରଫରୁ କେହି ଉପସ୍ଥିତ ନଥିବା ସ୍ପଷ୍ଟ ହୋଇଥିଲା। ଆବେଦନକାରୀ ଅନୁପସ୍ଥିତ ଥିବାରୁ ଘଟଣାକୁ ହାଇକୋର୍ଟ ବିଚାରକୁ ନେଇ ହାଇକୋର୍ଟ ଆଜି ନିର୍ବାଚନୀ ମାମଲାକୁ ଖାରଜ କରିଛନ୍ତି। 

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ୨୦୧୯ ସାଧାରଣ ନିର୍ବାଚନରେ ବାଲେଶ୍ବର ଲୋକସଭା ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଯଦୁନାଥ ସେଠୀ ନିର୍ବାଚନ ଲଢି ପରାଜିତ ହୋଇଥିଲେ। ବାଲେଶ୍ବର ସାଂସଦ ଭାବେ ନିର୍ବାଚିତ ହୋଇଥିବା ଶ୍ରୀ ଷଡଙ୍ଗୀଙ୍କ ନିର୍ବାଚନକୁ ଚାଲେଞ୍ଜ କରି ଶ୍ରୀ ସେଠୀ ୨୦୧୯ରେ ଏହି ନିର୍ବାଚନ ମାମଲା ଦାୟର କରିଥିଲେ। ବିଜେପି ପ୍ରାର୍ଥୀ ଶ୍ରୀ ଷଡ଼ଙ୍ଗୀ ନାମାଙ୍କନ ଦାଖଲ ବେଳେ ଦେଇଥିବା ସତ୍ୟପାଠ ସମ୍ପୂର୍ଣ୍ଣ ନୁହେଁ। ସେ ବହୁ ତଥ୍ୟ ଲୁଚାଇଛନ୍ତି। ସମ୍ପତ୍ତି, ବିଚାରାଧୀନ ମାମଲା ଓ ଅନ୍ୟ କେତେକ ପ୍ରସଙ୍ଗରେ ସେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରି ନାହାନ୍ତି।

ଏପରି ପରିସ୍ଥିତିରେ ସାଂସଦ ଭାବେ ଶ୍ରୀ ଷଡଙ୍ଗୀଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଉ ବୋଲି ଆବେଦନରେ ଦର୍ଶାଯାଇଥିଲା। ଏଠାରେ ସୂଚନାଯୋଗ୍ୟ ବାଲେଶ୍ବର ଲୋକସଭା ଆସନ ପାଇଁ ଅନୁଷ୍ଠିତ ନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ୪, ୮୩, ୮୫୮ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ରବୀନ୍ଦ୍ର କୁମାର ଜେନା ୪,୭୦, ୯୦୨ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ। ହାଇକୋର୍ଟରେ ନିର୍ବାଚନୀ ମୋକଦ୍ଦମା ବିଚାରାଧୀନ ଥିବା ବେଳେ ଭାରତର ନିର୍ବାଚନ କମିସନ(ଇସିଆଇ)ଙ୍କ ପକ୍ଷରୁ ଷ୍ଟ୍ରଙ୍ଗ୍ ରୁମ୍ ଖୋଲି ୨୦୧୯, ଏପ୍ରିଲ ୨୯ରେ ଅନୁଷ୍ଠିତ ବାଲେଶ୍ବର ଲୋକସଭା ନିର୍ବାଚନରେ ବ୍ୟବହୃତ ଇଭିଏମ ଓ ଭିଭିପାଟ୍‌ ଗୁଡିକୁ ଆବଶ୍ୟକତା ଅନୁସାରେ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଆବେଦନ କରାଯାଇଥିଲା। 

୨୦୨୩, ଏପ୍ରିଲ ୧୪ରେ ହାଇକୋର୍ଟ ମାମଲାର ଶୁଣାଣି କରି ଇସିଆଇଙ୍କ ଆବେଦନକୁ ଗ୍ରହଣ କରିବା ସହିତ ଏଥି ପାଇଁ ଅନୁମତି ଦେଇଥିଲେ। ଏହାପରେ ଏପ୍ରିଲ ୧୭କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଥିଲା। ଇସିଆଇ ତରଫରୁ ଷ୍ଟାଣ୍ଡିଂ କାଉନସିଲ ଗୋପାଳ ଅଗ୍ରୱାଲ ମାମଲା ପରିଚାଳନା କରୁଥିଲେ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget