loading...

ସୁପ୍ରିମକୋର୍ଟ ପଠାଯାଇଥିବା ଅତିକର ଶେଷ ଚିଠିରେ ରହିଛି ଧମକ ଦେଉଥିବା ବଡ଼ବଡ଼ ଅଧିକାରୀଙ୍କ ନାମ

କୌଣସି ବି ମୁହୂର୍ତ୍ତରେ ଜୀବନ ଯିବାର ସଙ୍କେତ ବୋଧ ହୁଏ ଅତିକ ଅହମଦ ପାଇସାରିଥିଲା। ସେଥିପାଇଁ ସେ ଏକ ଚିଠି ଲେଖିଥିଲା

ସୁପ୍ରିମକୋର୍ଟ ପଠାଯାଇଥିବା ଅତିକର ଶେଷ ଚିଠିରେ ରହିଛି ଧମକ ଦେଉଥିବା ବଡ଼ବଡ଼ ଅଧିକାରୀଙ୍କ ନାମ


ନୂଆଦିଲ୍ଲୀ, କୌଣସି ବି ମୁହୂର୍ତ୍ତରେ ଜୀବନ ଯିବାର ସଙ୍କେତ ବୋଧ ହୁଏ ଅତିକ ଅହମଦ ପାଇସାରିଥିଲା। ସେଥିପାଇଁ ସେ ଏକ ଚିଠି ଲେଖିଥିଲା। ଆଉ କହିଥିଲା,  ଯଦି ମୁଁ କେବେ ମରିଯାଏ ଏ ଚିଠି ସୁପ୍ରିମକୋର୍ଟଙ୍କୁ ପଠାଇ ଦେବେ। ଗତ ଶନିବାର ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ଼ରେ ଘଟଣାସ୍ଥଳରେ ଟଳି ପଡ଼ିଥିଲେ ଅତିକ ଓ ତାର ଭାଇ। ଅତିକର ମୃତ୍ୟୁ ପରେ ଏବେ ଏହି ଚିଠିକୁ ସୁପ୍ରିମକୋର୍ଟଙ୍କୁ ପଠାଇ ଦିଆଯାଇଛି।

ମୃତ୍ୟୁ ପୂର୍ବରୁ ମାର୍ଚ୍ଚ ୨୯ରେ କୋର୍ଟ‌ରେ ହାଜର ହେବାକୁ ଯିବା ସମୟରେ ଅତିକର ଭାଇ ଅସରଫ ବି ଏହି ଚିଠି ବିଷୟରେ ଆଲୋଚନା କରିଥିଲା। ଆଉ କହିଥିଲା, ଏହି ଚିଠିରେ ଧମକ ଦେଉଥିବା ଅଧିକାରୀଙ୍କ ନାମ ରହିଛି। ଅତିକ ଏହି ଚିଠି ସୁପ୍ରି‌ମକୋର୍ଟଙ୍କୁ ଲେଖିଥିଲା। ଅନୁମାନ କରାଯାଉଛି କି, ଅତିକ ଏଥିରେ ସେହି ଲୋକଙ୍କ ନାମ ଲେଖିଥାଇ ପାରେ, ଯାହାଙ୍କୁ ନେଇ ତାର ଜୀବନ ପ୍ରତି ବିପଦ ରହିଥିଲା ବୋଲି ସେ ଜାଣି ସାରିଥିଲା। 

ଗ୍ୟାଷ୍ଟର ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫ ପୁଲିସ କର୍ଡନ ମଧ୍ୟରେ ଚାଲିଚାଲି ମେଡିକାଲ ଚେକଅପ ପାଇଁ ଉତ୍ତର ପ୍ରଦେଶର ପ୍ରୟାଗରାଜ ହସ୍ପିଟାଲ ଭିତରକୁ ଯାଉଥିଲେ। ଏହି ସମୟରେ ସାମ୍ବାଦିକମାନେ ସେମାନଙ୍କର ଅତି ନିକଟତର ହେବା ସହ ବାଇଟ ନେବାକୁ ଚେଷ୍ଟା କରିଥିଲେ। ଅତିକ ଓ ଅଶରଫ ମଧ୍ୟ ବାଇଟ ଦେଉଥିଲେ। ଏହି ସମୟରେ ଅତିକଙ୍କ ବାମ ପଟୁ ଗୋଟିଏ ବନ୍ଧୁକ ଆସିବା ସହ ଏଥିରୁ ବାହାରିଥିବା ଗୁଳିଟି ସିଧା ତାଙ୍କ ମୁଣ୍ଡରେ ବାଜିଥିଲା। ଗୁଳିମାଡ଼ ଯୋଗୁ ପୁଲିସ ଓ ସାମ୍ବାଦିକମାନେ ଛତ୍ରଭଙ୍ଗ ଦେଇଥିଲେ। କିନ୍ତୁ ଅତିକ ଓ ଅଶରଫ ତଳେ ପଡ଼ି ଯାଇଥିଲେ। ସାମ୍ବାଦିକ ବେଶରେ ଅତିକ ଓ ଅଶରଫଙ୍କୁ ହତ୍ୟା କରିବା ପାଇଁ ଆସିଥିବା ୩ ଯୁବକ ଦୁଇ ଭାଇଙ୍କୁ ଘେରି ଯାଇ ୨୦ ରାଉଣ୍ଡ ଗୁଳି ଚଳାଇଥିଲେ। ୪୦ ସେକେଣ୍ଡ ମଧ୍ୟରେ ସବୁ କିଛି ଓଲଟ ପାଲଟ ହୋଇଯାଇଥିଲେ।

ପ୍ରକାଶିତ ରିପୋର୍ଟ ମୁତାବକ, ଅତିକର ଏହି ଚିଠିରେ ୫ଜଣ ବଡ଼ବଡ଼ ରାଜନେତାଙ୍କ ନାମ  ଉଲ୍ଲେଖ ଥାଇପାରେ। ଏଥିସହିତ କିଛି ବ୍ୟବସାୟୀଙ୍କ ନାମ ବି ଏଥିରେ ଅତିକ ଉଲ୍ଳେଖ କରି ଥାଇପାରେ ବୋଲି ଅନୁମାନ କରାଯାଉଛି। ଖବର ଆସିଛି କି ଅତିକ ଓ ଅସରଫର ହତ୍ୟା ଘଟଣାର ଯାଞ୍ଚ ପାଇଁ ୨ଟି ଏସଆଇଟି ଗଠନ କରାଯାଇଛି। ଗ୍ୟାଙ୍ଗଷ୍ଟର ଅତିକ୍ ଅହମଦ ଓ ତା ଭାଇ ଅସରଫ୍ ଅହମଦର ହତ୍ୟାକୁ ନେଇ ୟୁପି ରାଜନୀତି ସରଗରମ ରହିଛି। ସମାଜବାଦୀ ପାର୍ଟି, ବହୁଜନ ସମାବଜାଦୀ ପାର୍ଟି, ଏଆଇଏମ୍ଆଇଏମ୍, କଂଗ୍ରେସ ଆଦି ଦଳ ସରକାରକୁ ଏହି ପ୍ରସଙ୍ଗରେ ଘେରିବା ସହ ସବୁ ବିରୋଧୀ ଦଳ ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡ଼ି ପଡ଼ିଛି ବୋଲି ଏକ ସ୍ବରରେ କହିଛନ୍ତି।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget