loading...

କଟକ ଲିଙ୍କରୋଡ଼ରେ ହଠାତ୍‌ ହୁତୁହୁତୁ ହୋଇ ଜଳିଗଲା ଯାତ୍ରୀବାହୀ ବସ୍‌

କଟକ ଲିଙ୍କରୋଡ଼ରେ ହଠାତ୍‌ ହୁତୁହୁତୁ ହୋଇ ଜଳିଗଲା ଯାତ୍ରୀବାହୀ ବସ୍‌ । ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛି ଅଗ୍ନିଶମ ବାହିନୀ



କଟକ,କଟକ ଲିଙ୍କରୋଡ଼ରେ ହୁତୁହୁତୁ ହୋଇ ଜଳିଗଲା ବସ୍‌ । ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛି ଅଗ୍ନିଶମ ବାହିନୀ । ସୋମବାର ଦିନ କଟକ ଲିଙ୍କ ରୋଡ କାଠଯୋଡି ରେଳ ଷ୍ଟେସନ ନିକଟରେ ରାସ୍ତାରେ ଏକ ଯାତ୍ରୀବାହୀ ବସ୍‌ ଠିଆ ହୋଇଥିଲା । ଏହି ସମୟରେ ହଠାତ୍‌ କୌଣସି କାରଣରୁ ବସ୍‌ରେ ନିଆଁ ଲାଗିଯାଇଥିଲା । ଆଉ ଦେଖୁ ଦେଖୁ ବସ୍‌ଟି ହୁତୁହୁତୁ ହୋଇ ଜଳିବାକୁ ଲାଗିଲା । ମାତ୍ର କେଇ ସେକେଣ୍ଡ ମଧ୍ୟରେ ମଧ୍ୟରେ ବସ୍‌ଟି ପୁରା ଜଳିଯାଇଥିଲା ।ସେପଟେ ବସ୍‌ରେ ନିଆଁ ଲାଗିଥିବା ନେଇ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବହୁ ନିଆଁକୁ ଆୟତ୍ତ କରିଛି । ତେବେ ଏହି ନିଆଁରେ ବସ୍‌ଟି ଜଳପୋଡି ପାଉଁଶ ହୋଇଯାଇଥିବା ବେଳେ କାହାର କୌଣସି କ୍ଷୟକ୍ଷତି ହୋଇନାହିଁ । ଏବେ ଯାଏଁ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget