loading...

ରାହୁଲ ଗାନ୍ଧୀଙ୍କ ବିରୋଧରେ ହରିଦ୍ୱାର କୋର୍ଟରେ ଆଉ ଏକ ମାନହାନି ମାମଲା ରୁଜୁ କଲେ RSS କର୍ମୀ

ନିକଟ ଅତୀତରେ ଗୋଟାଏ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ସାଂସଦ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ

ରାହୁଲ ଗାନ୍ଧୀଙ୍କ ବିରୋଧରେ ହରିଦ୍ୱାର କୋର୍ଟରେ ଆଉ ଏକ ମାନହାନି ମାମଲା ରୁଜୁ କଲେ RSS କର୍ମୀ


ନୂଆଦିଲ୍ଲୀ,ନିକଟ ଅତୀତରେ ଗୋଟାଏ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ସାଂସଦ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ ହୋଇଛି। ରାହୁଲ ଚଳିତବର୍ଷ ଜାନୁଆରି ମାସରେ ଭାରତ ଯୋଡ଼ୋ ଯାତ୍ରା ସମୟରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ବିରୋଧରେ ଦେଇଥିବା ମନ୍ତବ୍ୟକୁ ନେଇ ଏହି ମାମଲା ରୁଜୁ ହୋଇଛି। ଉତ୍ତରପ୍ରଦେଶର ହରିଦ୍ୱାର କୋର୍ଟରେ ଆରଏସଏସ କର୍ମୀ କମଲ ଭଦୌରିଆଙ୍କ ଅଭିଯୋଗରେ ଆଡଭୋକେଟ ଅରୁଣ ଭଦୌରିଆଙ୍କ ଦ୍ୱାରା ଏହି ମାମଲା ପଞ୍ଜିକୃତ ହୋଇଥିଲା। 

ଗତ ଜାନୁୟାରୀ ୯ ତାରିଖରେ ହରିୟାଣାର ଅମ୍ବାଲାରେ ଭାରତ ଯୋଡା ଯାତ୍ରା ବେଳେ ରାହୁଲ ଗାନ୍ଧି ଏକ ରାଲାକୁ ସମ୍ବୋଧିତ କରି କହିଛନ୍ତି ଯେ, ‘ଆରଏସଏସ ସଦସ୍ୟମାନେ ଏକବିଂଶ ଶତାବ୍ଦୀର କୌରବ।’ରାହୁଲ କହିଥିଲେ ଯେ, କୌରବ କିଏ ଥିଲେ? ମୁଁ ପ୍ରଥମେ ଆପଣଙ୍କୁ ଏକବିଂଶ ଶତାବ୍ଦୀର କୌରବ ବିଷୟରେ କହିବି। ସେମାନେ ଖାକି ହାଫ ପ୍ୟାଣ୍ଟ ପିନ୍ଧନ୍ତି, ହାତରେ ଲାଠି ଧରନ୍ତି କରନ୍ତି ଏବଂ ସେମାନେ ଶାଖାଧାରୀ । ଭାରତର ୨-୩ ବିଲିୟନଆର୍ସ କୌରବଙ୍କ ସହ ଛିଡ଼ା ହୋଇଛନ୍ତି। ଏପ୍ରିଲ ମାମଲା ଆସନ୍ତା ଏପ୍ରିଲ ୧୨ରେ ଶୁଣାଣି ହେବ।

ସୂଚନା ଅନୁଯାୟୀ, କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ହୋଇଥିବା ମାନହାନି ମାମଲାରେ ଗତ ମାସରେ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା। ୨୦୧୯ ନିର୍ବାଚନ ସମୟରେ ଏହି ସ୍ଥାନରେ ରାହୁଲ ରାଲି କରି ମୋଦୀ ସରନେମ୍ ମନ୍ତବ୍ୟ ଦେଇଥିଲେ । ଯେଉଁଥିପାଇଁ ତାଙ୍କୁ ଲୋକସଭା ସଦସ୍ୟତା ପଦ ହରାଇବାକୁ ପଡ଼ିଛି । ୨୦୧୯ନିର୍ବାଚନ ପୂର୍ବରୁ କୋଲାରରେ ଏକ ରାଲିରେ ଶ୍ରୀ ଗାନ୍ଧୀ ଲଳିତ ମୋଦୀ ଓ ନୀରବ ମୋଦୀଙ୍କୁ ଟର୍ଗେଟ୍ କରି କହିଥିଲେ ଯେ 'ସବୁ ଚୋରଙ୍କ ସରନେମ୍ ମୋଦୀ କିପରି ?' କିନ୍ତୁ ବିଜେପି ଏହାକୁ ଓବିସି ଙ୍କ ପ୍ରତି ଅପମାନ ବୋଲି ଦର୍ଶାଇ ଗୁଜୁରାଟର ଦଳର ନେତା ପୂର୍ଣ୍ଣେଶ ମୋଦୀ ଏକ ମାମଲା ଦାୟର କରିଥିଲେ ।

ଉଲ୍ଲେଖଯୋଗ୍ୟ, ଗତ ମାସରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ତାଙ୍କ ବିରୋଧରେ ହୋଇଥିବା ମାନହାନି ମାମଲାରେ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ସେ  ଆଇପିସିର ଧାରା ୫୦୪ ଅଧୀନରେ ସୁରଟର ଏକ କୋର୍ଟଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ପରେ ରାହୁଲଙ୍କୁ ଲୋକସଭା ସାଂସଦ ଭାବେ ଅଯୋଗ୍ୟ ଘୋଷିତ ବି କରାଯାଇଛି।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget