loading...

ଗ୍ୟାଲେରୀ ନିର୍ମାଣ ହେବାକୁ ଲାଗିଲା ୧୩ ବର୍ଷ। ଉଦଘାଟନର ସପ୍ତାହେ ପରେ ଭୁଶୁଡ଼ି ଗଲା

ଗ୍ୟାଲେରୀ ନିର୍ମାଣ ହେବାକୁ ଲାଗିଲା ୧୩ ବର୍ଷ। ଉଦଘାଟନର ସପ୍ତାହେ ପରେ ଭୁଶୁଡ଼ିଲା ବାଙ୍କୀ ସ୍ଵୟଂ ଶାସିତ ମହାବିଦ୍ୟାଳୟର ନବନିର୍ମିତ ଦର୍ଶକ ଗ୍ୟାଲେରୀ

ଗ୍ୟାଲେରୀ ନିର୍ମାଣ ହେବାକୁ ଲାଗିଲା ୧୩ ବର୍ଷ। ଉଦଘାଟନର ସପ୍ତାହେ ପରେ ଭୁଶୁଡ଼ି ଗଲା


କଟକ,ଝଡ ପ୍ରଭାବରେ ଭୁଶୁଡ଼ିଲା ବାଙ୍କୀ ସ୍ଵୟଂ ଶାସିତ ମହାବିଦ୍ୟାଳୟ ଖେଳ ପଡିଆ ପରିସରରେ ନବନିର୍ମିତ ଦର୍ଶକ ଗ୍ୟାଲେରୀ । ତଦାରଖ ଅବହେଳା, ପ୍ରଶାସନ ଓ ଠିକାଦାର ମଧୁଚନ୍ଦ୍ରିକ। ସହ  ନିମ୍ନମାନର କାର୍ଯ୍ୟ ଯୋଗୁଁ ଭୁଶୁଡ଼ି ପଡ଼ିଥିବା କଲେଜ ଅଧ୍ୟକ୍ଷ ଅଭିଯୋଗ କରିଛନ୍ତି ।କାମ ହେବାର ଏକମାସ ନପୁରୁଣୁ ଏହି ଗ୍ୟାଲେରୀ ଭୁଶୁଡି ପଡିବା ନେଇ ସ୍ଥାନୀୟ ଅଞ୍ଚଳଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । 

କଲେଜର ଖେଳ ପଡ଼ିଆରେ ଏକ ଦର୍ଶକ ଗ୍ୟାଲେରୀ ନିର୍ମାଣ ହେବାକୁ ୧୩ ବର୍ଷ ଲାଗିଥିବା ବେଳେ ଖୋଦ ଉଚ୍ଚ ଶିକ୍ଷା ମନ୍ତ୍ରୀ ଏହାକୁ ଲୋକାର୍ପିତ କରିଥିଲେ। କିନ୍ତୁ ଉଦ୍‌ଘାଟନ ହେବାର ସପ୍ତାହେ ପରେ ବର୍ଷାରେ ଭୁଶୁଡ଼ି ଗଲା ଏହି ଗ୍ୟାଲେରୀ। ଘଟଣାଟି ଘଟିଛି କଟକ ଜିଲ୍ଲାର ବାଙ୍କୀରେ। ନିମ୍ନମାନର କାମ ଯୋଗୁ ଗ୍ୟାଲେରୀ ଭାଙ୍ଗି ଯାଇଥିବା ଲୋକେ ଅଭିଯୋଗ କରିଥିବା ବେଳେ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।  

ବାଙ୍କୀ ମହାବିଦ୍ୟାଳୟର ଖେଳ ପଡ଼ିଆରେ ଦର୍ଶକ ଗ୍ୟାଲେରୀ ନିର୍ମାଣ ନିମନ୍ତେ ୨୦୧୧ ମସିହାରେ ଅନୁମତି ମିଳିଥିଲା। ଏହାପରେ କାମ ଆରମ୍ଭ ହୋଇଥିବା ବେଳେ ଏଥିନିମନ୍ତେ ୪୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ହୋଇଥିଲା। ପ୍ରଥମେ ୨୦ ଲକ୍ଷ ଟଙ୍କା ଅନୁଦାନ ମିଳିଥିବା ବେଳେ କାମ ସରିଲା ପରେ ବାକି ଟଙ୍କା ମିଳିବ ବୋଲି ସ୍ଥିର ହୋଇଥିଲା। ପୂର୍ତ୍ତ ବିଭାଗ ଜରିଆରେ ଏହି କାମ ହୋଇଥିଲା। 

ମାତ୍ର ୧୩ ବର୍ଷ ପରେ ବି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଗତ ୨୩ ତାରିଖରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ବାଙ୍କୀ ଗସ୍ତରେ ଆସିଥିବା ବେଳେ ତରବରିଆ ଭାବେ ଉକ୍ତ ଦର୍ଶକ ଗ୍ୟାଲେରୀର ସମ୍ମୁଖ ଭାଗୁ ଚକାଚକ କରାଯାଇଥିଲା। ଆଉ ସେହିଦିନ ମନ୍ତ୍ରୀ ଗ୍ୟାଲେରୀଟିକୁ ଉଦଘାଟନ କରିଥିଲେ। ତେବେ କାମ ଶେଷ ହୋଇ ନଥିବାରୁ କଲେଜ କର୍ତ୍ତୃପକ୍ଷ ଗ୍ୟାଲେରୀଟିକୁ ଗ୍ରହଣ କରି ନ ଥିଲେ। ଆଉ ଆଜି ସକାଳେ ପ୍ରବଳ ବର୍ଷା ହୋଇଥିବା ବେଳେ ଉକ୍ତ ଗ୍ୟାଲେରୀଟିର ଏକ ବଡ଼ ଭାଗ ଭୁଶୁଡ଼ି ଯାଇଛି। ବାଙ୍କୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଭବାନୀ ପ୍ରସାଦ ହୋତା କହିଛନ୍ତି, କାମ ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ଆମେ ଉକ୍ତ ଗ୍ୟାଲେରୀକୁ ହାତକୁ ନେଇ ନ ଥିଲୁ।  ତେଣୁ କଲେଜ ପକ୍ଷରୁ ଏହାର ବ୍ୟବହାର ଆରମ୍ଭ ହୋଇ ନ ଥିଲା। ଅନ୍ୟପକ୍ଷରେ ଆଜିର ଘଟଣା ପରେ ପୂର୍ତ୍ତ ବିଭାଗ ଅଧିକାରୀ ତଥା ଠିକାଦାରଙ୍କ ପତ୍ତା ମିଳୁନି। 

ଖେଳ ଦେଖିବା ସମୟରେ ଭୁଶୁଡିଥିଲେ ଦର୍ଶକଙ୍କ ଅବସ୍ଥା କ’ଣ ହେଇଥାନ୍ତା ତାକୁ ନେଇ ସମସ୍ତଙ୍କ ମନରେ ଆଶଙ୍କା ଉପୁଜିଛି । ଆଗକୁ ଏହି ଗ୍ୟାଲେରୀ ସମ୍ପୂର୍ଣ୍ଣ ନ ଭୁଶୁଡ଼ିବ ବୋଲି କିଏ କହିବ । ତୁରନ୍ତ ଏହାର ତଦନ୍ତ କରାଯାଇ ଏଭଳି ନିମ୍ନମାନର କାର୍ଯ୍ୟ କରିଥିବା ଠିକାଦାର ବିରୋଧର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget