loading...

ରାହୁଲ ଗାନ୍ଧିଙ୍କୁ ବଡ଼ଧରଣର ଆଶ୍ୱସ୍ତି । ରାହୁଲ ଗାନ୍ଧିଙ୍କୁ ଉପରକୋର୍ଟରୁ ମିଳିଲା ଜାମିନ୍

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରନେମ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ଆଜି ଗୁଜୁରାଟର ଏକ ସେସନ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଜାମିନ ଦେଇଛନ୍ତି

ରାହୁଲ ଗାନ୍ଧିଙ୍କୁ ବଡ଼ଧରଣର ଆଶ୍ୱସ୍ତି । ରାହୁଲ ଗାନ୍ଧିଙ୍କୁ ଉପରକୋର୍ଟରୁ ମିଳିଲା ଜାମିନ୍


ନୂଆଦିଲ୍ଲୀ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରନେମ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ଆଜି ଗୁଜୁରାଟର ଏକ ସେସନ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଜାମିନ ଦେଇଛନ୍ତି। ଏକ ମାନହାନି ମାମଲାରେ ଗୁଜରାଟର ଏକ ତଳ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ। ଏହି ରାୟ ବିରୋଧରେ ରାହୁଲ ଗାନ୍ଧି ଆଜି ସୁରଟର ସେସନ କୋର୍ଟରେ ଆବେଦନ କରିଥିଲେ। ସେସନ କୋର୍ଟ ରାହୁଲ ଗାନ୍ଧିଙ୍କୁ ଜାମିନ ପ୍ରଦାନ କରିଛନ୍ତି। ସୁରଟର ଏକ ସେସନ କୋର୍ଟରେ ରାହୁଲଙ୍କ ଆବେଦନ ପରେ ଅଦାଲତ ଏପ୍ରିଲ ୧୩ ପର୍ଯ୍ୟନ୍ତ ଜାମିନ ଦେଇଥିବା ଜଣାପଡ଼ିଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୩ରେ ହେବ। ଫଳରେ ରାହୁଲ ଗାନ୍ଧିଙ୍କୁ ବଡ଼ଧରଣର ଆଶ୍ୱସ୍ତି ମିଳିଛି। ଜାମିନ ପାଇବା ପରେ କଂଗ୍ରେସର ପୂର୍ବତନ ଏମପି ରାହୁଲ ଗାନ୍ଧି ଟ୍ୱିଟ୍‌ କରି କହିଛନ୍ତି ଯେ, ସତ୍ୟ ହେଉଛି ମୋର ଅସ୍ତ୍ର।

ମିତ୍ରକାଳ ସମୟରେ ଲଢ଼ି ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ତାଙ୍କର ଏହା ହେଉଛି ସଂଗ୍ରାମ। ଏହି ସଂଗ୍ରାମରେ ସତ୍ୟ ମୋର ଅସ୍ତ୍ର ଏବଂ ସତ୍ୟ ମୋର ଆଶ୍ରୟ ବୋଲି ସେ ଟ୍ୱିଟ୍ କରିଛନ୍ତି। ବର୍ତ୍ତମାନର କେତେକ  ନିର୍ଦ୍ଦିଷ୍ଟ ପୁଞ୍ଜିପତିମାନଙ୍କର କେନ୍ଦ୍ରସରକାରଙ୍କ ସହ ଥିବା ସମ୍ପର୍କକୁ ଟାର୍ଗେଟ କରି ଏହାକୁ ମିତ୍ରକାଳ ବୋଲି କହିଛନ୍ତି ରାହୁଲ। ସେହିପରି ବଜେଟକୁ ମଧ୍ୟ  ସେ "ମିତ୍ର କାଲ୍ ବଜେଟ୍" ବୋଲି କହିଥିଲେ। ସୂଚନା ଅନୁଯାୟୀ, ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଜାମିନ ପ୍ରଦାନ କରିଛନ୍ତି ସୁରଟ ସେସନ୍ସ କୋର୍ଟ। ମୋଦୀ ସାଙ୍ଗିଆ ନେଇ ମାନହାନି ମାମଲାରେ ରାହୁଲଙ୍କ ଜାମିନ ଅବଧିକୁ ଏପ୍ରିଲ ୧୩ ପର୍ଯ୍ୟନ୍ତ କୋର୍ଟ ବୃଦ୍ଧି କରିଛନ୍ତି।

ସୁରତ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ ଏଚଏଚ ବର୍ମା ଦେଇଥିବା ରାୟକୁ ଚାଲେଞ୍ଜ କରି ରାହୁଲ ଗାନ୍ଧିଙ୍କ ଲିଗାଲ ଟିମ୍ ସେସନ କୋର୍ଟରେ ଆବେଦନ କରିଥିଲେ। ଏହି ଅପିଲ ସହ ରାହୁଲ ଗାନ୍ଧିଙ୍କ ତରଫରୁ ମଧ୍ୟ ଦୁଇଟି ଆବେଦନ କରାଯାଇଥିଲା। ତଳ କୋର୍ଟ ପକ୍ଷରୁ ହୋଇଥିବା ଦୋଷୀ ଦଣ୍ଡାଦେଶ ଉପରେ ରୋକ ଲଗାଇବାକୁ ଆବେଦନ କରଯାଇଥିଲା। ସେହିପରି ତଳ କୋର୍ଟ ଯେଉଁ ରାୟ ଦେଇଛନ୍ତି ତାକୁ ଖାରଜ କରିବାକୁ ରାହୁଲ ଗାନ୍ଧିଙ୍କ ତରଫରୁ ଆବେଦନ କରାଯା‌ଇଥିଲା। ୨୦୧୯ରେ ମୋଦି ସାଙ୍ଗିଆକୁ ନେଇ ରାହୁଲ ବିବାଦୀୟ ବିବୃତ୍ତି ଦେଇଥିଲେ। ରାହୁଲଙ୍କ ବୟାନକୁ ବିରୋଧରେ ବିଜେପି ନେତା ପୂର୍ଣ୍ଣେସ ମୋଦି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଇପିସି ଧାରା ୪୯୯ ଓ ୫୦୦ ଆଧାରରେ ରାହୁଲଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ । ଏଥିସହ କୋର୍ଟ ତାଙ୍କୁ ୩୦ ଦିନ ଜାମିନ ଦେଇ ଉପରକୋର୍ଟରେ ଆବେଦନ କରିବାକୁ ସୁଯୋଗ ଦେଇଥିଲେ।

ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୩ରେ ହେବ। ସୋମବାର ରାହୁଲ ଗାନ୍ଧୀ ଗୁଜରାଟର ସୁରଟସ୍ଥିତ ସେସନ୍ସ କୋର୍ଟରେ ମୋଦୀ ସାଙ୍ଗିଆ ମାନହାନି ମାମଲାରେ ଜିଲା ଅଦାଲତ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି ଆବେଦନ କରିଥିଲେ। ଏହି ମାମଲାରେ ଦଣ୍ଡ ଘୋଷଣା ହେବାର ୧୧ଦିନ ପରେ ସେ ସେସନ୍ସ କୋର୍ଟରେ ଏହା ବିରୋଧରେ ପିଟିସନ ଦାଖଲ କରିଛନ୍ତି। ପିଟିସନ ଦାଖଲ ପରେ କୋର୍ଟ ତାଙ୍କୁ ଏପ୍ରିଲ ୧୩ ପର୍ଯ୍ୟନ୍ତ ଜାମିନ ଦେଇଛନ୍ତି। ଏହା ସହିତ ରାହୁଲ ତାଙ୍କ ଦଣ୍ଡାଦେଶକୁ ମଧ୍ୟ ଚ୍ୟାଲେଞ୍ଜ କରିଛନ୍ତି, ଯାହାର ଶୁଣାଣି ମେ’୩ରେ ହେବ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget