loading...

ହାୱଡା ରାମନବମୀ ଶୋଭାଯାତ୍ରା ବେଳେ ‘ରିଭଲଭର’ ଧରିଥିବା ଯୁବକ ବିହାରରୁ ଗିରଫ

ପଶ୍ଚିମବଙ୍ଗ ପୋଲିସ ଗତ ସପ୍ତାହରେ ହାୱଡା ଜିଲ୍ଲାରେ ଅନୁଷ୍ଠିତ ରାମନବମୀ ଶୋଭାଯାତ୍ରାରେ ରିଭଲଭର ଧରି ବୁଲୁଥିବା ଯୁବକକୁ ବିହାରର ମୁଙ୍ଗେରରୁ ଗିରଫ

ହାୱଡା ରାମନବମୀ ଶୋଭାଯାତ୍ରା ବେଳେ ‘ରିଭଲଭର’ ଧରିଥିବା ଯୁବକ ବିହାରରୁ ଗିରଫ


କୋଲକାତା, ପଶ୍ଚିମବଙ୍ଗ ପୋଲିସ ଗତ ସପ୍ତାହରେ ହାୱଡା ଜିଲ୍ଲାରେ ଅନୁଷ୍ଠିତ ରାମନବମୀ ଶୋଭାଯାତ୍ରାରେ ରିଭଲଭର ଧରି ବୁଲୁଥିବା ଯୁବକକୁ ବିହାରର ମୁଙ୍ଗେରରୁ ଗିରଫ କରିଛି। ହାୱଡା ପୋଲିସର ଜନୈକ ବରିଷ୍ଠ ଅଧିକାରୀ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ରାମନବମୀ ଉତ୍ସବ ପାଳନ କାଳରେ ହାୱଡାର ଶିବପୁର ଓ କାଜିପାରାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ସୋସିଆଲ ମିଡିଆ ଭିଡିଓରେ ଯୁବକଙ୍କୁ ଶୋଭାଯାତ୍ରାରେ ରିଭଲଭର ଧରି ଯାଉଥିବାର ଦେଖାଯାଇଥିଲା। ଯୁବକକୁ ଚିହ୍ନଟ କରାଯିବା ସହ ବିହାରର ମୁଙ୍ଗେରରୁ ଗିରଫ କରାଯାଇଥିବା ବେଳେ ପୋଲିସ ପଚରା ଉଚରାରେ ଯୁବକ ରାମନବମୀ ଶୋଭାଯାତ୍ରାରେ ରିଭଲଭର ରଖିଥିବାର ସ୍ୱୀକାର କରିଛି। ଗିରଫ ପରେ ଅଭିଯୁକ୍ତକୁ ପୋଲିସ ସିଆଇଡିକୁ ହସ୍ତାନ୍ତର କରିଦେଇଛି। ଏହି ଯୁବକଙ୍କ ଭିଡିଓକୁ ତୃଣମୂଳ କଂଗ୍ରେସ ସାଧାରଣ ସମ୍ପାଦକ ତଥା ସାଂସଦ ଅଭିଷେକ ବାନାର୍ଜୀ ତାଙ୍କ ଟ୍ୱିଟରରେ ସେୟାର କରିଥିଲେ।

ପଶ୍ଚିମବଙ୍ଗରେ ଦଙ୍ଗା ଏବଂ ହିଂସାକାଣ୍ଡ ଭିଆଇବା ପାଇଁ ବିଜେପି ଲୋକ ନିୟୋଜିତ କରୁଛି। ମଙ୍ଗଳବାର ପୂର୍ବ ମେଦିନାପୁରର ଖେଜୁରୀରେ ପାର୍ଟି କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ନିକଟ ଦିନରେ ରାମନବମୀ ପାଳନ ଅବସରରେ ହାଓ୍ଵଡା ଏବଂ ହୁଗଳୀରେ  ଘଟିଥିବା ହିଂସାକାଣ୍ଡ, ଜୋଳାପୋଡା ଏବଂ ମାରପିଟ୍   ଘଟଣା ଘଟିଥିଲା।ବୁଲଡଜର, ଟ୍ରାକ୍ଟର ଏବଂ ବନ୍ଧୁକ ସହ ସେମାନେ ହାଓ୍ଵଡାରେ ପ୍ରବେଶ କରି ବହୁ ଘରେ ନିଆଁ ଲଗାଇ ଦେଇଛନ୍ତି। ଶୋଭାଯାତ୍ରା ପାଇଁ ପୋଲିସର ଅନୁମତି ମଧ୍ୟ ମିଳିନାହିଁ। ତଥାପି ହାଓ୍ଵଡାରେ ଶୋଭାଯାତ୍ରା ବାହାର କରିବା ପରେ ରିସାରା ପହଞ୍ଚିଥିଲେ ବୋଲି ମମତା କହିଛନ୍ତି।

ଦଙ୍ଗା ଏବଂ ହିଂସାକାଣ୍ଡ ଭିଆଇଥିବା ଲୋକେ କୌଣସି ଧର୍ମର ନୁହନ୍ତି। ଏହା କେଉଁ ପ୍ରକାରର ଧର୍ମ ? ମୁଁ ବିଶ୍ଵାସ କରୁଛି ନା ସେମାନେ ହିନ୍ଦୁ ନା ମୁସଲିମ। ସେମାନେ କେବଳ ବିଜେପିର ଗୁଣ୍ଡା ବୋଲି ମମତା କହିଛନ୍ତି। ପଶ୍ଚିମବଙ୍ଗରେ ଅନେକ ପ୍ରକାରର ହିନ୍ଦୁ ପର୍ବ ପର୍ବାଣୀ ପାଳନ କରାଯାଏ। କେବେ ବି ଏମିତି ସାଂପ୍ରଦାୟିକ ହିଂସାକାଣ୍ଡ ଘଟିନାହିଁ। ବିଜେପି ଭଗବାନ ରାମଙ୍କ ନାମ ନେଇ ରାମ ନବମୀରେ ହିଂସାକାଣ୍ଡ ଘଟାଉଛି। ତେବେ ଟିଏମସି ବୟାନକୁ ବିଜେପି ଅସ୍ୱୀକାର କରିଛି।    
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget