loading...

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କଲେ ଦର୍ଶନ

ଓଡିଶା ଗସ୍ତରେ ଆସିଥିବା ପ୍ରଧାନ ବିଚାରପତି ଭୁବନେଶ୍ବରରେ ପହଞ୍ଚିବା ପରେ ସିଧା ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କଲେ ଦର୍ଶନ


ପୁରୀ, ଓଡ଼ିଶାରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ. ଚନ୍ଦ୍ରଚୂଡ଼ । ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ପ୍ରଧାନ ବିଚାରପତି ଭୁବନେଶ୍ବରରେ ପହଞ୍ଚିବା ପରେ ସିଧା ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ଭିତର କାଠ ନିକଟରୁ ସେ ରତ୍ନସିଂହାସନରେ ଆସିନ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରିବା ପରେ ମା’ ବିମଳା, ମା’ ଲକ୍ଷ୍ମୀ, ସାକ୍ଷୀଗୋପୀନାଥ, କାନପୋତା ହନୁମାନ ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବାଦେବୀଙ୍କୁ ଦର୍ଶନ କରିଛନ୍ତି ।

ପ୍ରଧାନ ବିଚାରପତିଙ୍କୁ ଶ୍ରୀମନ୍ଦିରରେ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା । ଶ୍ରୀମନ୍ଦିର ସିଂହଦ୍ବାର ନିକଟରେ ହାଇକୋର୍ଟ ମୁଖ୍ୟ ବିଚାରପତି, ଅନ୍ୟ ବିଚାରପତି, ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଆଡଭୋକେଟ୍ ଜେନେରାଲ ପ୍ରମୁଖ ପ୍ରଧାନ ବିଚାରପତିଙ୍କୁ ସ୍ବାଗତ କରିଥିଲେ । ଦୁଇ ଦିନ ଓଡିଶାରେ ରହଣି ଅବସରରେ ପ୍ରଧାନ ବିଚାରପତି ଶନିବାର କଟକ ଜୁଡିସିଆଲ ଏକାଡେମୀରେ ହେବାକୁ ଥିବା ନ୍ୟାସନାଲ କନ୍‌ଫରେନ୍ସ ଅନ୍ ଡିଜିଟାଇଜେସନ ପେପରଲେସ୍ କୋର୍ଟ ସମ୍ମିଳନୀରେ ଯୋଗଦେବେ ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget