କୋରାପୁଟ,କୋରାପୁଟ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା(ଡୁଡା)ର ୨୫ଲକ୍ଷ ୮୮ ହଜାର ୨୩୦ ଟଙ୍କା ହଡ଼ପ କରିବା ଅଭିଯୋଗରେ ଆକାଉଣ୍ଟାଣ୍ଟ ଗିରଫ। ଅଭିଯୁକ୍ତ ଆକାଉଣ୍ଟାଣ୍ଟ ଜଣଙ୍କ ହେଲେ ପି ଆଶିଷ କୁମାର। ତାଙ୍କୁ କୋରାପୁଟ ଟାଉନ ଥାନା ପୋଲିସ କରିଛି ଗିରଫ। ଡୁଡାର ୪ଜଣ ପ୍ରକଳ୍ପ ନିର୍ଦେଶକଙ୍କ ନକଲି ଦସ୍ତଖତ କରି ସେ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଥିଲା।ଜୟପୁର ମହାରାଣିପେଟା ଘରୁ ୭ଟି ପାସବୁକ, ୨ଟି ଡେବିଟ କାର୍ଡ, ଗୋଟିଏ କାର୍ ସହ ଗୋଟିଏବାଇକ୍, ସ୍ମାର୍ଟ ଫୋନ ସହ ବହୁ ଆପତ୍ତିଜନକ ଦସ୍ତାବିଜ ଜବତ ହେଇଛି। ଏହାସହ ଆଶିଷଙ୍କ ଠାରୁ ୧ଲକ୍ଷ ୮୯ ହଜାର ଟଙ୍କା ଜବତ୍ କରିଛି ପୋଲିସ। ୨୦୨୧ ଅକ୍ଟୋବରରୁ ୨୦୨୩ ମେ ମାସ ମଧ୍ୟରେ ଟଙ୍କା ହଡ଼ପ କରିଛନ୍ତି। କୋରାପୁଟ ଉନ୍ନୟନ ଅଧିକାରୀ ଏନେଇ କୋରାପୁଟ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ। ପରେ କୋରାପୁଟ ଏସଡିପିଓଙ୍କ ନେତୃତ୍ବରେ କୋରାପୁଟ ଆଇଆଇସି ତ୍ୱରିତ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ମନୋଜ ପୁଝାରୀ ସୂଚନା ଦେଇଛନ୍ତି।
Post a Comment