ନୂଆଦିଲ୍ଲୀ,କୁଖ୍ୟାତ ଗ୍ୟାଙ୍ଗଷ୍ଟର ଅନିଲ୍ ଦୁଜାନା ଓରଫ୍ ଅନିଲ୍ ନାଗର ପୋଲିସ୍ ଏନକାଉଣ୍ଟରରେ ମୃତ। ଦୁଜାନାର ମୃତ୍ୟୁ ୟୁପି ଏସଟିଏଫ୍ ପାଇଁ ବଡ଼ ସଫଳତା କୁହାଯାଉଛି। ଗୁରୁବାର ମେରଠରେ ଏସଟିଏଫ ଏନକାଉଣ୍ଟରରେ ଦୁଜାନାର ମୃତ୍ୟୁ ହୋଇଛି। ଗ୍ରେଟର ନୋଏଡାର ବାଦଲପୁର ଥାନା ଅଞ୍ଚଳରେ ଦୁଜାନା ଗ୍ୟାଙ୍ଗଷ୍ଟର ଥିଲା। ନେପାଳ ପଳାଇଯିବାକୁ ଯୋଜନାରେ ଥିଲା ଦୁଜାନା। ତେବେ ଏହାରି ମଧ୍ୟରେ ଜଣାପଡ଼ିଥିଲା ଯେ ଗାଜିଆବାଦରେ କୌଣସି ବଡ଼ ଘଟଣା ଘଟାଇବାକୁ ଯାଉଛି। ଦୁଜାନା ଉପରେ ୧୮ ହତ୍ୟା ୬୨ ଗୁରୁତର ଅପରାଧିକ ମାମଲା ରୁଜୁ ହୋଇଛି।
କୁଖ୍ୟାତ ଗେଙ୍ଗଷ୍ଟର ଅନିଲ୍ ଦୁଜାନାର ଏନାକାଉଣ୍ଟର ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବୟାନ୍ ସାମ୍ନାକୁ ଆସିଛି। ଯୋଗୀ କହିଛନ୍ତି ଉତ୍ତରପ୍ରଦେଶରେ ମାଫିଆମାନଙ୍କର କୌଣସି ସ୍ଥାନ ନାହିଁ। ଏହା ପୂର୍ବରୁ ମାଫିଆ ଆଦିତ୍ୟ ରାଣାକୁ ମଧ୍ୟ ଏନକାଉଣ୍ଟରରେ ପ୍ରାଣ ହରାଇଥିଲା।ସୂଚନାଥାଉକି, ପୋଲିସ କୁଖ୍ୟାତ ଅନିଲ୍ ଦୁଜାନାକୁ ଗୁରୁବାର ମେରଠରେ ଏନ୍କାଉଣ୍ଟରେ ମରାଯାଇଛି। ମିରଟ୍ର ଭୋଲାଜାଲ୍ରେ ସେ ସକ୍ରିୟ ଥିବା ସ୍ପଷ୍ଟ ସୂଚନା ମିଳିବା ପରେ ଏସଟିଏଫ୍ ସେହି ଅଞ୍ଚଳକୁ ଚାରିପଟୁ ନାକା ବନ୍ଦି କରିଥିଲା। ସେହି ସମୟରେ ପୋଲିସ ଉପରକୁ ଗୁଳି ଚଳାଇ ସେ ଖସିଯିବାକୁ ଚେଷ୍ଠା କରିଥିଲା। କିନ୍ତୁ ପୋଲିସ୍ ଟିମ୍ ତାକୁ ଚାରିପଟୁ ଘେରିଯାଇଥିଲେ। ସେହି ସମୟରେ ପୋଲିସ ଗୁଳିରେ ତାର ମୃତ୍ୟୁ ହୋଇଥିଲା।
ବଦମାସ୍ ଅନିଲ୍ ଦୁଜାନାର ପଶ୍ଚିମ ଉତ୍ତରପ୍ରଦେଶରେ କୁପ୍ରଭାବ ଥିଲା। ଗୁରୁବାର ଦ୍ୱିପ୍ରହରେ ମିରଟ୍ର ଭୋଲାକି ଝାଲ୍ରେ ଏସଟିଏଫ୍ର ଏନ୍କାଉଣ୍ଟରରେ ତାର ମୃତ୍ୟୁ ହୋଇଛି। ଅନିଲ୍ ଦୁଜାନା ପଶ୍ଚିମ୍ ଉତ୍ତରପ୍ରଦେଶରେ ସିରିଜ୍ ଅପରାଧ ଘଟାଉଥିଲା। ତା ନାଁରେ ଲୁଟ୍, ଡକାୟକତି, ହତ୍ୟା ଅଭିଯୋଗରେ ସହିତ ୬୦ଟି ମାମଲା ରହିଥିଲା। ମିରଟ୍ର ଏସଟିଏଫ୍ ଏସପି ବୃଜେଶ ସିଂହଙ୍କର ନେତୃତ୍ୱରେ ଗଠିତ ଟିମ୍ ତାକୁ ଗଙ୍ଗନହର ଅଞ୍ଚଳରେ ଦେଖିବା ପରେ ଘେରଯାଇଥିଲେ। ସେହି ସମୟରେ ଅନିଲ୍ ଏସଟିଏଫ୍ ଟିମ୍କୁ ଗୁଳିକରିଥିଲା। ଫଳରେ ଏହାର ଜବାବି କାର୍ଯ୍ୟାନୁଷ୍ଠାନରେ ତାର ମୃତ୍ୟୁ ହୋଇଥିଲା।
ଅନିଲ୍ ଦୁଜାନା ଜେଲ୍ରୁ ଆବସିବା ପରେ ମିରଟ୍ ଏସଟିଏଫ୍ ଓ ପଶ୍ଚିମ ଉତ୍ତପପ୍ରଦେଶ ପୋଲିସ ତାକୁ ଖୋଜୁଥିଲା। ସେ ପୂର୍ବରୁ ବହୁତ ଦିନ ଦିଲ୍ଲୀର ତିହାର ଜେଲ୍ରେ ବନ୍ଦ ଥିଲା। କିନ୍ତୁ କିଛି ଦିନ ପୂର୍ବରୁ ସେ ଜେଲ୍ରୁ ମୁକୁଳିଥିଲା। ମନିଟରିଙ୍ଗ୍ ସେଲ୍ ଏହି ସୂଚନା ପୋଲିସକୁ ଦେଇଥିଲା ବୋଲି କୁହାଯାଇଛି। କିନ୍ତୁ ସ୍ଥାନୀୟ ପୋଲିସଲ ଏହାର କୌଣସି ସୂଚନା ପାଇନଥିଲା। ଜେଲ୍ରୁ ଆସିବା ମାତ୍ରେହିଁ ଅନିଲ୍ ଜୟଚନ୍ଦ ପ୍ରଧାନ ହତ୍ୟା ମାମଲାରେ ତାଙ୍କ ପତ୍ନୀ ଓ ସାକ୍ଷି ସଙ୍ଗୀତାଙ୍କୁ ଧମକ ଦେଇଥିଲା। ଏହାପରେ ଉପରିସ୍ଥ ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ନେଇ ଦୁଜାନା ବିରୋଧରେ ଗତ ସପ୍ତାହରେ ମାମଲା ରୁଜୁ କରିଥିଲେ।
Post a Comment