loading...

ରାଜଧାନୀ ମହାବିଦ୍ୟାଳୟ ଅଧିନସ୍ଥ ବିସିଏ ବିଭାଗର ନବାଗତଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ଵର ୧୯ ଅକ୍ଟୋବର ୨୦୨୩




ଭୁବନେଶ୍ବର ରାଜଧାନୀ ମହାବିଦ୍ୟାଳୟ ଅଧିନସ୍ଥ ବ୍ୟାଚଲର ଅଫ କମ୍ପ୍ୟୁଟର ଆପ୍ଲିକେସନ (ବିସିଏ) ପାଠ୍ୟକ୍ରମ ପଢିବା ପାଇଁ ଆସିବା ନବାଗତ ଛାତ୍ରଛାତ୍ରୀମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ସମ୍ବଦ୍ଧନା ଉତ୍ସବ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ଯକ୍ଷା ଶ୍ରୀମତୀ ମିନତୀ ମିଶ୍ର, ଓଡ଼ିଆ ବିଭାଗର ମୁଖ୍ୟ ଡଃ ମନ୍ମଥ ଘଡ଼େଇ, ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ ଡଃ ହୃଷିକେଶ ନାୟକ, ଶିକ୍ଷା ବିଭାଗର ମୁଖ୍ୟ ଡଃ ସରୋଳ ଚୌଧୁରୀ, ଗଣିତ ବିଭାଗର ମୁଖ୍ୟ ଡଃ ସରୋଳ କାନ୍ତ ପ୍ରଧାନ, ପାଠ୍ୟକ୍ରମ ନିର୍ଦ୍ଦେଶକ ଡଃ ଜ୍ଞାନରଞ୍ଜନ ପାଣିଗ୍ରାହୀ ଓ ବି ସିଏ ବିଭାଗର ମୁଖ୍ୟ ଶ୍ରୀମତୀ ସୌମ୍ୟା ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ। ପରେ ବି ସିଏର ପ୍ରଥମ ଓ ଦ୍ବିତୀୟ ବର୍ଷର ଛାତ୍ର ଛାତ୍ରୀ ।ନଙ୍କ ମଧ୍ୟରେ ନୃତ୍ୟ, ସଂଗୀତ ଓ କ୍ଷୁଦ୍ର ନାଟକ ପ୍ରତିଯୋଗିତା କରାଯାଇଥିଲା । ବିସିଏର ବରିଷ୍ଠ ଛାତ୍ର ସତ୍ୟଜିତ ନାୟକ, ବାଦଲ ମହାରଣା, ବିଶ୍ଵରଞ୍ଜନ ସାହୁ, ତପରଞ୍ଜନ ମହାରଣା ଓ ଶୁଭ୍ରାଂଶୁ ମହାପାତ୍ର କାର୍ଯ୍ୟକ୍ରମ ସଞ୍ଚାଳନରେ ଯୋଗ ଦେଇଥିଲେ । ପ୍ରତିଯୋଗିତାରେ ମିଷ୍ଟର ଫ୍ରେଶର୍ସ ଭାବେ ସାହିଲ ଦିଗ୍ଧଲ ଓ ମିସ ଫ୍ରେଶର୍ସ ଭାବେ ଅର୍ପିତା ପ୍ରିୟଦର୍ଶିନୀଙ୍କୁ ଚୟନ କରାଯିବା ସହିତ କୃତି ପ୍ରତିଯୋଗୀମାନଙ୍କୁ ସମ୍ବନ୍ଧିତ କରାଯାଇଥିଲା। ଶେଷରେ ଶୁଭମଜ୍ୟୋତି ମିଶ୍ର, ଚନ୍ଦ୍ରକାନ୍ତ ସ୍ବାଇଁ, ଦେବୀତୋଷ ପାତ୍ର, ଅଜୟ କୁମାର ବେହେରା ଓ ରଶ୍ମୀକାନ୍ତ ପରିଡାଙ୍କୁ ଅନୁଷ୍ଠାନ ପକ୍ଷରୁ ଧନ୍ୟବାଦ ଦିଆଯାଇଥିଲା।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget