ଭୁବନେଶ୍ଵର ୨୮ ନଭେମ୍ବର ୨୦୨୩
ପୁରୀ ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା, ରନ୍ ଭଣ୍ଡାରର ରନୂର ଗଣତି, ମଣତି ଓ ରନ୍ ଭଣ୍ଡାରର ମରାମତି, ବେଦାନ୍ତ ଅଧୂକୃତ ଅମୃତମଣୋହୀ ଜମି ଓ ଚାଷୀଙ୍କ ଜମିକୁ ଫେରସ୍ତ କରିବା, ଭୂମିହୀନ ସେବାୟତଙ୍କୁ ଭୂମି ଦେବା ସମେତ ସମୁଦାୟ ୬ ଗୋଟି ଦାବିକୁ ନେଇ ପ୍ରଦେଶ କଂଗ୍ରେସ ପକ୍ଷରୁ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କର ଆହ୍ବାନକ୍ରମେ ଦୁଇ ଦୁଇଟି ଆନ୍ଦୋଳନ ହୋଇଥିଲା । କଂଗ୍ରେସ ଦଳର ବାରମ୍ବାର ଚେତାବନୀ ସତ୍ତ୍ବେ ନବୀନ ସରକାର ଦାବି ପୂରଣ ପ୍ରତି କର୍ଣପାତ ନକରି ନିଜ ଅହଂକାରରେ ଅଟଳ ରହିଛନ୍ତି । ଏହା ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀଙ୍କର ଭାବାବେଗ ପ୍ରତି ଆଘାତ ଆଣିଛି ବୋଲି ଆଜି ଭୁବନେଶ୍ଵର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ନେତୃବର୍ଗ ମାନେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ଶ୍ରୀ ରଜନୀ ମହାନ୍ତି, ଭୁବନେଶ୍ଵର ଜିଲ୍ଲା ମୁଖ୍ୟ ମୁଖପାତ୍ର ଜୟଶ୍ରୀ ପାତ୍ର, ପିସିସି ସାଧାରଣ ଚିନ୍ମୟ ସୁନ୍ଦର ଦାସ, ଭୁବନେଶ୍ଵର ବ୍ଲକ କଂଗ୍ରେସ ସଭାପତି ଶ୍ରୀ ଅଶୋକ ଦାସ ଉଦ୍ବୋଧନ ଦେଇ ଆଗାମୀ ତୁଳସୀ ଯାତ୍ରା ସମ୍ପର୍କରେ କହିଥିଲେ। ସେମାନେ କହିଥିଲେ ଯେ ଚାରିଦ୍ଵାର ଖୋଲିବା ନେଇ କଂଗ୍ରେସ ଦଳ ଦୀର୍ଘଦିନ ଧରି ଦାବି କରି ଆସୁଛି। କିନ୍ତୁ ଶ୍ରୀମନ୍ଦିର ଚାରିଦ୍ଵାର ନଖୋଲିବା ହେତୁ ଜଗନ୍ନାଥ ପ୍ରେମୀ, ଭକ୍ତ, ଶ୍ରଦ୍ଧାଳୁମାନେ ନାହିଁ ନଥୁବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଘଂଟା ଘଂଟା ଧରି ଲାଇନରେ ରହି କେତେକ ଭକ୍ତ ବେହୋସ ହୋଇଯାଉଥିବା ବେଳ କେତେକ ଭକ୍ତ ମୁତ୍ୟବରଣ କରିବା ଦେଖାଯାଉଛି । ବିଜେଡ଼ି ସରକାର ଚାରିଦ୍ଵାର ଖୋଲିବାର ତୁରନ୍ତ ବ୍ୟବସ୍ଥା ନକରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବୟସାଧୂକ ଭକ୍ତଙ୍କୁ ଜଗନ୍ନାଥଙ୍କ ଦର୍ଶନ କରିବାପାଇଁ ନ ଆସିବାକୁ ପରାମର୍ଶ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଥିଲେ । ଏଥିରୁ ଜଣାପଡ଼ୁଛି ଭଗବାନ ଓ ଭକ୍ତଙ୍କ ମଧ୍ୟରେ ପାଚେରି ସାଜିଛନ୍ତି ସରକାର । ଯେହେତୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ନିଷ୍ପତି ନିଆଯାଇଥୁଲା ୬ ଦଫା ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ସେହି କ୍ରମରେ ଆସନ୍ତା ଡିସେମ୍ବର ୧ ତାରିଖ ଦିନ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ଶ୍ରୀକ୍ଷେତ୍ରକୁ ତୁଳସୀ ଯାତ୍ରା କରାଯିବ । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ଶ୍ରୀ ବିଶ୍ୱଜିତ ଦାଶଙ୍କ ତତ୍ତ୍ୱାବଧାନରେ ଭୁବନେଶ୍ୱରର ସମସ୍ତ ୱାର୍ଡରୁ ଆରମ୍ଭ କରି ପଂଚାୟତ, ଛକ ବଜାରର ସାଧାରଣ ଜନତା, ଜଗନ୍ନାଥ ପ୍ରେମୀ, ଭକ୍ତ, ଶ୍ରଦ୍ଧାଳୁ, ଛାତ୍ରଛାତ୍ରୀ, ମା ମାଉସୀ, ଭାଇ ଭଉଣୀଙ୍କ ଠାରୁ ତୁଳସୀ ସଂଗ୍ରହ ଜାରି ରହିଛି । ତୁଳସୀ ସଂଗ୍ରହରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର କର୍ମକର୍ତା, ୱାର୍ଡ ସଭାପତି, ବ୍ଲକ ସଭାପତି ସମସ୍ତେ ସହଯୋଗ କରୁଛନ୍ତି । ଆସନ୍ତା ୧ ତାରିଖ ଦିନ ସଂଗ୍ରହ କରାଯାଇଥିବା ତୁଳସୀ ଓ ସଜ ତୁଳସୀ ଧରି ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ଭୁବନେଶ୍ଵରରୁ ଶ୍ରୀକ୍ଷେତ୍ର ଅଭିମୁଖେ ତୁଳସୀ ଯାତ୍ରା କରାଯିବ ।
Post a Comment