loading...

ନାରୀ ବିନା ସମାଜ ଅସମ୍ପୂର୍ଣ୍ଣ

ନାରୀ ବିନା ସମାଜ ଅସମ୍ପୂର୍ଣ୍ଣ

 ଭୁବନେଶ୍ୱର ୨୮ ନଭେମ୍ବର ୨୦୨୩





ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ନଗର ଠାରେ ଗତ  ରବିବାର ଦିନ ଏକଦିବସୀୟ ମାତୃଶକ୍ତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚାରୋଟି ଜିଲ୍ଲା ଯଥା:-ଭୁବନେଶ୍ବର, ନୟାଗଡ, ପୁରୀ ଓ ଖୋର୍ଦ୍ଧା  ମହିଳା ସମନ୍ୱୟର ବିଭିନ୍ନ ସଂଗଠନର ଅନ୍ୟୁନ850 ରୁ ଊର୍ଦ୍ଧ୍ବ ମାତା, ଭଗିନୀ, କାର୍ଯ୍ଯକର୍ତ୍ତା ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ତିନୋଟି ସତ୍ରରେ ତିନୋଟି ବିଷୟ ରଖାଯାଇଥିଲା।ପ୍ରଥମ ସତ୍ରରେ ରାଷ୍ଟ୍ର ସେବିକା ସମିତିର କ୍ଷେତ୍ର ପ୍ରଚାରିକା ସୁଶ୍ରୀ  ଲତିକା ପାଢୀ ଯୋଗଦେଇ "ଭାରତୀୟ ଚିନ୍ତନରେ ମହିଳା"ବିଷୟ ଉଲ୍ଲେଖ କରି ନାରୀ ଭାରତୀୟ ବ୍ୟବସ୍ଥାର କେନ୍ଦ୍ରବିନ୍ଦୁ,ନାରୀ ବିନା ଭାରତୀୟ ସମାଜ ଅସମ୍ପୂର୍ଣ୍ଣ ବୋଲି କହିଥିଲେ।ମାତୃଶକ୍ତି ଭାରତୀୟ ପରମ୍ପରା ସହ ଭାରତର ସାଂସ୍କୃତିକ ଭାବଧାରାକୁ ଧ୍ୟେୟ କରି ସମାଜ ଜାଗରଣରେ ନିଜର ଭୂମିକା ସ୍ଥିର କରିବାକୁ ମଧ୍ଯ କହିଥିଲେ। ଏହି ସତ୍ରରେ ମୁଖ୍ଯ ଅତିଥି ଭାବେ ଉପସ୍ଥିତ ଥିଲେ ପ୍ରାଧ୍ଯାପିକା ଡ. ହିରଣ୍ମୟୀ ମିଶ୍ର ।ସେହିପରି ଦ୍ୱିତୀୟ ସତ୍ରରେ ସାମୂହିକ ଚର୍ଚ୍ଚାରେ "ମହିଳାମାନଙ୍କ ସ୍ଥିତି ଓ ସମସ୍ୟା" ସମ୍ବନ୍ଧରେ ଚର୍ଚ୍ଚା କରାଯାଇଥିଲା।ଶେଷ ସତ୍ରରେ ରାଷ୍ଟ୍ରୀୟ ପ୍ରମୁଖ, ମହିଳା ସହକାରିତା ପ୍ରକୋଷ୍ଠ ,ସହକାର ଭାରତୀର ମାନନୀୟା ଶ୍ରୀମତି ଶତାବ୍ଦୀ ପାଣ୍ଡେ "ଭାରତର ବିକାଶରେ ମହିଳାମାନଙ୍କ ଭୂମିକା " ସମ୍ପର୍କରେ ଆଲୋକପାତ କରି ଭାରତୀୟ ସମାଜ ଓ ସଂଘର୍ଷରେ ମାତୃଶକ୍ତିର ଅବଦାନର ଅନେକ ଉଦାହରଣ ଦେଇ ମାର୍ଗଦର୍ଶନ କରିଥିଲେ ଏବଂ ମୁଖ୍ଯ ଅତିଥି ଭାବେ ଉପସ୍ଥିତ ଥିଲେ ସମାଜସେବୀ ଶ୍ରୀମତି  ନମ୍ରତା ଚଢା ଓ ଡ.ବନ୍ଦନା ହରିଚନ୍ଦନ। ମହିଳା ସମନ୍ୱୟର ପୂର୍ବ ପ୍ରାନ୍ତ ସହ- ସଂଯୋଜିକା ଓ ସେବା ଭାରତୀ ପୂର୍ଣ୍ଣକାଳୀନ ସୁଶ୍ରୀ ଦୀପ୍ତିମୟୀ ନାୟକ, ବିଭାଗ ସଂଯୋଜିକା ଓ ରାଷ୍ଟ୍ର ସେବିକା ସମିତି ଭୁବନେଶ୍ଵର ମହାନଗର ସଂପର୍କ ପ୍ରମୁଖ ଶ୍ରୀମତି ଜ୍ୟୋତିର୍ମୟୀ ସାହୁ,ପ୍ରାନ୍ତ ଟୋଲି ସଦସ୍ଯା ଓ ସକ୍ଷମର ଉପ ସଭାପତି ଶ୍ରୀମତି ମନସ୍କିତା ଜେନା ମଞ୍ଚାସୀନ ଥିଲେ।ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ  ମହିଳା ପ୍ରମୁଖ, ସହକାର ଭାରତୀ ,ଓଡିଶାର ଶ୍ରୀମତି କଳ୍ପନା ଦାଶ।ଏହାଛଡା ସମାଜରେ ବିଭିନ୍ନ କ୍ଷେତ୍ରରେ କାମ କରିଥିବା କିଛି  ମହିଳାମାନଙ୍କୁ ସମ୍ମାନିତ କରାଯିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ଯ କରାଯାଇଥିଲା।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget