ଭୁବନେଶ୍ୱର ୨୯ ନଭେମ୍ବର ୨୦୨୩
![]() |
“ନବୀନ ଓଡିଶା”ରେ ଦୁର୍ନୀତି ଏବେ ନୀତିରେ ପରିଣତ ହୋଇଛି : ଅନିଲ ବିଶ୍ଵାଳ |
୩୭ ଲକ୍ଷ ଟଙ୍କାର ନଗଦ କଳା ଟଙ୍କା ଜବତ ଘଟଣାରେ ଗିରଫ ହୋଇଥିବା ବୈପାରିଗୁଜାର ଥାନା ଆଇଆଇସି ସୁଶାନ୍ତ ଶତପଥୀଙ୍କର ରହିଛି ବିଜେଡି ଲିଙ୍କ୍ । ଜବତ ହୋଇଥିବା ଏତେ ପରିମାଣର ବିପୂନ ଟଙ୍କା ସହିତ ଗଞ୍ଜେଇ ଚୋରାଚାଲାଣ ବେପାରର ରହିଛି ସର୍ମକ । ସେହି ଗଞ୍ଜେଇ ଚୋରା ଚାଲାଣରେ କଟକ ଜିଲ୍ଲାର ଜଣେ ମନ୍ତ୍ରୀ ଓ ନୟାଗଡ଼ର ଜଣେ ବିଧାୟକଙ୍କର ରହିଛି ସମ୍ପୃକ୍ତି । କେବଳ ସେତିକି ନୁହେଁ ସରକାରୀ ନିଯୁକ୍ତି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ଓଏସଏସସିର ପୂର୍ବତନ କର୍ମଚାରୀ ବିରଂଚି ସାହୁଙ୍କ ସହିତ ସୁଶାନ୍ତଙ୍କର ମଧ୍ୟ ଘନିଷ୍ଠ ସମ୍ପକ ରହିଥିଲା । ସରକାରୀ ନିଯୁକ୍ତି ଦୁର୍ନୀତି ଘଟଣାରେ ଅନେକ ବଡ ବଢିଆ ଲୋକଙ୍କ ସମ୍ପୃକ୍ତି ଥିଲା । ବିଜେଡିର ଜଣେ ସଂସଦଙ୍କ ଅଭିନିତ ଏକ ଚଳଚ୍ଚିତ୍ରରେ ସୁଶାନ୍ତ ଅଭିନୟ କରିବା ସହିତ ଅର୍ଥ ବିନିଯୋଗ ମଧ୍ୟ କରିଛନ୍ତି ବୋଲି ଅଭିଯୋଗ ଉଠୁଛି । ତେଣୁ ଏହି ସମସ୍ତ ଦିଗରେ ତଦନ୍ତ ହେବା ଆବଶ୍ୟକ ବୋଲି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ଵାଳ କହିଛନ୍ତି।
ଓଡିଶାରେ ଏବେ ସରକାରୀ ସ୍ତରରେ ଦୁର୍ନୀତି ଏବେ ନୀତିରେ ପରିଣତ ହୋଇଛି । ବର୍ଷକୁ ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଉଛି । ଦୁର୍ନୀତି ଏବେ ଏତେ ଖୁଲମଖୁଲା ହେଉଛି ଯେ ଗିରଫ ହୋଇଥିବା ସୁଶାନ୍ତ ତାଙ୍କ କଳା ଟଙ୍କାକୁ ବସରେ ଖୁଲମ ଖୁଲା ଆଣିକି ଆସିବାର ସାହାସ କରିପାରିଥିଲେ । ଗିରଫ ହୋଇଥିବା ସୁଶାନ୍ତ ଆଗରୁ ନବୀନ ନିବାସରେ କାମ କରୁଥିଲେ । ଓଡିଶାରେ ଯେଉଁଠି ଦୁର୍ନୀତି ଗନ୍ଧ ଆସୁଛି ସେଠାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଲିଙ୍କ ଆସୁଛି । ଓଡିଶାରେ ଯେତେ ଦୁର୍ନୀତି ଗ୍ରସ୍ତ ଅଧିକାରି ବା ବ୍ୟବସାୟୀ ଧରା ପଢୁଛନ୍ତି ସମସ୍ତଙ୍କର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ସହିତ ମଧୁର ସର୍ମକ କେମିତି ରହୁଛି ? ଆଗରୁ ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳ ଗିରଫ ଘଟଣାରେ ମଧ୍ୟ ସମାନ କଥା ଦେଖିବାକୁ ମିଳିଥିଲା । ଏବେ ଗିରଫ ହୋଇଥିବା ସୁଶାନ୍ତଙ୍କ ବିରୋଧରେ ଆଗରୁ ତିନି ତିନି ଜଣ ପୋଲିସ ଏସପିଙ୍କର ଲିଖିତ ପ୍ରୋସିଡିଙ୍ଗ ଥିବା ସତ୍ତ୍ବେ ତାଙ୍କୁ କିଭଳି ପଦୋନ୍ନତି ମିଳିଥିଲା ? ଏହା ପଛରେ କାହାର ପ୍ରଛନ୍ତି ଆଶୀବାଦ ଥିଲା ତାହା ଓଡିଶାବାସୀ ଜାଣିବା ଦରକାର ବୋଲି ଶ୍ରୀ ବିଶ୍ଵାଳ କହିଛନ୍ତି ।
- ଗିରଫ ହୋଇଥିବା ବୈପାରିଗୁଡାର ଥାନା ଆଇଆଇସି ସୁଶାନ୍ତ ଶତପଥୀଙ୍କର ରହିଛି ବିଜେଡି ଲିଙ୍କ
- ଗଞ୍ଜେଇ ଚୋରା ଚାଲାଣରେ କଟକ ଜିଲ୍ଲାର ଜଣେ ମନ୍ତ୍ରୀ ଓ ନୟାଗଡର ଜଣେ ବିଧାୟକଙ୍କର ରହିଛି
- ବିଜେଡିର ଜଣେ ସଂସଦଙ୍କ ଅଭିନିତ ଏକ ଚଳଚ୍ଚିତ୍ରରେ ଅଭିନୟ କରିବା ସହିତ ଅର୍ଥ ବିନିଯୋଗ ମଧ୍ୟ କରିଛନ୍ତି ବୋଲି ଅଭିଯୋଗ ଉଠୁଛି
- ଗିରଫ ହୋଇଥିବା ସୁଶାନ୍ତ ଆଗରୁ ନବୀନ ନିବାସରେ କାମ କରୁଥିଲେ
- ତିନି ତିନି ଜଣ ପୋଲିସ ଏସପିଙ୍କର ଲିଖିତ ପ୍ରୋସିଡିଙ୍ଗ ଥିବା ସତ୍ତ୍ବେ ତାଙ୍କୁ କିଭଳି ପଦୋନ୍ନତି ମିଳିଥିଲା ?
Post a Comment