loading...

୧୦ କଲେଜର ବିକାଶ ନେଇ ‘ମୋ କଲେଜ’ର ୧.୪ କୋଟି ଅନୁମୋଦନ

 ଭୁବନେଶ୍ୱର ୨୯ ନଭେମ୍ବର ୨୦୨୩



‘ମୋ କଲେଜ’ ବିଶେଷଜ୍ଞ କମିଟି ନିକଟରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବିତ ପ୍ରକଳ୍ପ ଉପରେ ମୋହର ମାରିଛି। ଏଥିସହ ରାଜ୍ୟର ଦଶ ଗୋଟି ମହାବିଦ୍ୟାଳୟର ବିକାଶ ନେଇ ରୂପରେଖ ପ୍ରସ୍ତୁତ କରିଛି । ଏନେଇ ସମୁଦାୟ ୧.୪ କୋଟି ଟଙ୍କା ଖର୍ଚ ହେବାକୁ ଯୋଜନା ପ୍ରସ୍ତୁତ ହୋଇଥିବା ବେଳେ ‘ମୋ କଲେଜ' ପାଣ୍ଠିରୁ ୬୮.୩୭ ଲକ୍ଷ ଟଙ୍କା ଅନୁମୋଦିତ ହୋଇଛି ।

ରାଜ୍ୟ ସଚିବାଳୟର ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ‘ମୋ କଲେଜ’ ବିଶେଷଜ୍ଞ କମିଟି ବୈଠକ ନିକଟରେ ଅନୁଷ୍ଠିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ‘ମୋ କଲେଜ ଅଧ୍ୟକ୍ଷ ଶ୍ରୀ ଆକାଶ ଦାସନାୟକ, ଉଚ୍ଚଶିକ୍ଷା ବିଭାଗ କମିଶନର ଏବଂ ସଚିବ ତଥା ‘ମୋ କଲେଜ’ ଉପାଧ୍ୟକ୍ଷ ଶ୍ରୀ ଅରବିନ୍ଦ ଅଗ୍ରୱାଲ, ‘ମୋ କଲେଜ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମୀୟ କୁମାର ରାଉତ, ‘ମୋ କଲେଜ’ ବିତ୍ତ ଅଧିକାରିଣୀ ଶ୍ରୀମତୀ ଅନିତା ସାହୁ ପ୍ରମୁଖ ଉପସ୍ଥିତ ରହି ମିଳିତ ଭାବେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଏଥିସହ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରୁ ଆସିଥିବା ସମସ୍ତ ପ୍ରସ୍ତାବିତ ପ୍ରକଳ୍ପ ଉପରେ ଆଲୋଚନା କରିଛନ୍ତି । ତେବେ ରାଜ୍ୟର ସମୁଦାୟ ୧୦ ଗୋଟି କଲେଜର ବିଭିନ୍ନ ପ୍ରକଳ୍ପକୁ ଅନୁମତି ଦେଇଛନ୍ତି । ଏନେଇ ସର୍ବମୋଟ ୧ କୋଟି ୪ ଲକ୍ଷ ୩୧ ହଜାର ୯୦୪ ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ‘ମୋ କଲେଜ’ ପାଣ୍ଠିରୁ ୬୮ ଲକ୍ଷ ୩୭ ହଜାର ୯୪୮ ଟଙ୍କା ଅନୁମୋଦନ କରିଛନ୍ତି ।

ମହାବିଦ୍ୟାଳୟଗୁଡ଼ିକର ବିଭିନ୍ନ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ସେଥିମଧ୍ୟରୁ ବାଲେଶ୍ୱରର ଶ୍ୟାମ ସୁନ୍ଦର ସଂସ୍କୃତ ମହାବିଦ୍ୟାଳୟର ୭ ଗୋଟି ପ୍ରକଳ୍ପ ନିମନ୍ତେ ସମୁଦାୟ ୧୩,୬୫,୯୪୨ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ‘ମୋ କଲେଜ’ ପକ୍ଷରୁ ୯,୧୦,୬୨୮ଟଙ୍କାର ଅନୁଦାନ ମିଳିଛି । ସେହିପରି ଭଦ୍ରକର ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟ, ଯାଜପୁରର ଧର୍ମଶାଳା ମହାବିଦ୍ୟାଳୟ, ମୟୂରଭଞ୍ଜର ଜାମଦା ଆଞ୍ଚଳିକ ମହାବିଦ୍ୟାଳୟ, ନୟାଗଡ଼ର ଦଧିବାମନ ସଂସ୍କୃତ ମହାବିଦ୍ୟାଳୟ ଏବଂ ପୁରୀର ନିମାପଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟର ବିଭିନ୍ନ ପ୍ରକଳ୍ପ ନ ନେଇ ସମୁଦାୟ ଆକଳିତ ଅଟକଳ ଯଥାକ୍ରମେ ୯ଲକ୍ଷ, ୬ଲକ୍ଷ, ୩ଲକ୍ଷ, ୩ଲକ୍ଷ ୩୬ ହଜାର ଏବଂ ୨୧ଲକ୍ଷ ୬୫ ହଜାର ୮୫୨ ଟଙ୍କା ଲେଖାଏଁ ରହିଥିବା ବେଳେ ‘ମୋ କଲେଜ' ପକ୍ଷରୁ ୫ଲକ୍ଷ ୮ଶହ, ୪ ଲକ୍ଷ, ୨ ଲକ୍ଷ, ୨ଲକ୍ଷ ୨୪ ହଜାର ଏବଂ ୧୪ ଲକ୍ଷ ୪୩ ହଜାର ୯୦୨ ଟଙ୍କା ଲେଖାଏଁ ଅନୁଦାନ ମିଳିଛି । ଅନୁରୂପ ସୋନପୁରର ସିଦ୍ଧାର୍ଥ ଡିଗ୍ରୀ ମହାବିଦ୍ୟାଳୟ, ସମ୍ବଲପୁରର କୁଚିଣ୍ଡା ମହାବିଦ୍ୟାଳୟ, ଜଗତସିଂହପୁରର ଏସ.ଭି.ଏମ ସ୍ଵୟଂଶାସିତ ମହାବିଦ୍ୟାଳୟ, କେନ୍ଦ୍ରାପଡ଼ାର ବି.ଆର. ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟରେ ହେବାକୁ ଥିବା ନାନା ପ୍ରକଳ୍ପର ଆକଳିତ ଅଟକଳ ଯଥାକ୍ରମେ ୩ଲକ୍ଷ ୬୩ ହଜାର, ୬ଲକ୍ଷ, ୩୩ଲକ୍ଷ ୭୨ ହଜାର ୪୬୦ ଏବଂ ୪ ଲକ୍ଷ ୨୮ ହଜାର ୬୫୦ ଲେଖାଏଁ ରହିଥିବା ବେଳେ ‘ମୋ କଲେଜ' ପକ୍ଷରୁ ଯଥାକ୍ରମେ ୨ଲକ୍ଷ ୪୨ ହଜାର, ୪ ଲକ୍ଷ, ୨୨ଲକ୍ଷ ୪୨ ହଜାର ୭୨୪ ଏବଂ ୨ଲକ୍ଷ ୭୩ ହଜାର ୮୯୪ ଲେଖାଏଁ ଟଙ୍କା ଅନୁମୋଦିତ ହୋଇଛି । ଏହି ଅର୍ଥରେ ମୁକ୍ତ ସାଂସ୍କୃତିକ ମଞ୍ଚ, କଲେଜ ଫାଟକ, ପ୍ରାଚୀର, ବାଳିକା ସାଧାରଣ ଗୃହ, ଶ୍ରେଣୀ କକ୍ଷ, ବୈଦ୍ୟୁତିକ ଉପକରଣ, ସାଇକେଲ ଓ ବାଇକ ଷ୍ଟାଣ୍ଡ, ନୂତନ ପୁସ୍ତକ କ୍ରୟ, ପରୀକ୍ଷାଗାର ନିର୍ମାଣ, ଭିତ୍ତିଭୂମି ବିକାଶ ଆଦି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ତେବେ ଆଗାମୀ ଦିନରେ ଅନ୍ୟାନ୍ୟ ମହାବିଦ୍ୟାଳୟର ବିକାଶ ନେଇ ଅଧିକ ପ୍ରକଳ୍ପ ଓ ଅର୍ଥ ଅନୁମୋଦିତ ହେବ ବୋଲି ଅଧ୍ଯକ୍ଷ ଶ୍ରୀ ଦାସନାୟକ ସୂଚନା ଦେଇଛନ୍ତି ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget