loading...

ଓଡ଼ିଶାରେ ଆଂଚଳିକ ବୈଷମ୍ୟ କମିଟି ଗଠନ ନିମନ୍ତେ କଂଗ୍ରେସର ଦାବି ମାଗଣା ଚାଉଳ କ୍ଷୁଧା ନିବାରଣ କରିପାରେ ମାତ୍ରା ଦାରିଦ୍ର୍ୟ ନୁହେଁ

 ଭୁବନେଶ୍ୱର ୨୯ ନଭେମ୍ବର ୨୦୨୩



ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ ଓଡ଼ିଶାରେ ଏକ ଆଂଚଳିକ ବୈଷମ୍ୟ କମିଟି ଗଠନ ନିମନ୍ତେ ଦୃଢ଼ ଦାବୀ ଉପସ୍ଥାପନ କରିଛନ୍ତି । ସେ କହିଥିଲେ ଯେ ରାଜ୍ୟରେ ମାଗଣା ଚାଉଳ ବଂଟନ ବ୍ୟବସ୍ଥା ହେତୁ କ୍ଷୁଧା ନିବାରଣ କିଛି ମାତ୍ରାରେ ହୋଇଛି ସତ କିନ୍ତୁ ଏହା ଦାରିଦ୍ର୍ୟ ଦୂରୀକରଣ କରିପାରିବ ନାହିଁ । ଓଡ଼ିଶାରେ ନବୀନ ସରକାରଙ୍କ ଦ୍ୱାରା କରାଯାଉଥିବା ପ୍ରଚାର ଓ ପ୍ରସାର ସଂପୂର୍ଣ ରୂପେ ଭ୍ରମାତ୍ମକ ଏବଂ ଓଡ଼ିଶାରେ ଦାରିଦ୍ର୍ୟର ବାସ୍ତବ ଚିତ୍ରକୁ ଘୋଡ଼ାଇ ଦେବାପାଇଁ ଏକ ପ୍ରୟାସ ମାତ୍ର । ନୀତି ଆୟୋଗଙ୍କ ଦ୍ବାରା ପସ୍ତୁତ କରାଯାଇଥିବା ତଥ୍ୟକୁ ଯଦି ଆମେ ଦେଖୁବା ସେଥ୍‌ରୁ ଓଡ଼ିଶାର ଦାରିଦ୍ର୍ୟ ସମ୍ବଦ୍ଧରେ ଏକ ବିକଳ ଚିତ୍ର ସାମନାକୁ ଆସେ । ଆଜିର ଦିନରେ ରାଜ୍ୟରେ ରକ୍ତ ହୀନତା ରୋଗର ଶିକାର ହୋଥ‌ିବା ମହିଳାଙ୍କ ସଂଖ୍ୟା ୬୪.୩ ପ୍ରତିଶତ । ସମାନ ଭାବରେ ୬ ରୁ ୫୯ ମାସ ଶିଶୁ ମାନଙ୍କ କ୍ଷେତ୍ରରେ ରକ୍ତହୀନତାର ରୋଗର ପରିମାଣ ୬୪.୨ ପ୍ରତିଶତ । ଆଜିର ଦିନରେ ଅତ୍ୟଧୂକ କୁପୋଷଣର ଶିକାର ହୋଇଥିବା ଶିଶୁଙ୍କ ସଂଖ୍ୟା ୮ ପ୍ରତିଶତ । ୩୦ ପ୍ରତିଶତ ଶିଶୁ କୁପୋଷଣର କ୍ରମାଙ୍କ ସଂଖ୍ୟା ୧ ରୁ ୪ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ଅଛନ୍ତି । ରାଜ୍ୟରେ ଶିଶୁ ମୃତ୍ୟୁହାର ସଂଖ୍ୟା ୩୬.୩ ପ୍ରତିଶତ ହୋଇଥିବା ବେଳେ ମାତୃ ମୃତ୍ୟୁହାର କଥା ନକହିବା ଭଲ। ମହିଳା ଏବଂ ଶିଶୁମାନେ ଯଦି ରକ୍ତହୀନତା ଏବଂ କୁପୋଷଣର ଶିକାର ହେଉଛନ୍ତି ତାହାର ମୁଖ୍ୟ କାରଣ ହେଉଛି ଦାରିଦ୍ର୍ୟ । ଓଡ଼ିଶାରେ କର୍ମନିଯୁକ୍ତିର ଅଭାବ ଏବଂ ଉତ୍କଟ ବେକାରୀ ହେତୁ ଦାରିଦ୍ର୍ୟ ବଢ଼ୁଛି ଏବଂ ଓଡ଼ିଶା ସମଗ୍ର ଭାରତବର୍ଷରେ ବର୍ତମାନ ଦରିଦ୍ରତମ ରାଜ୍ୟ ଭିତରେ ଅଷ୍ଟମ ସ୍ଥାନ ଅଧିକାର କରିଛି । ମାଗଣା ଚାଉଳ ଭୋକିଲା ଲୋକର ଭୋକ ମଂଟାଇ ପାରେ କିନ୍ତୁ ସୁସ୍ଥ ଜୀବନଯାପନ କରିବା ନିମନ୍ତେ ଜଣେ ବ୍ୟକ୍ତି ପାଇଁ ପୃଷ୍ଟିକର ଆହାର ନିତ୍ୟାନ୍ତ ଆବଶ୍ୟକ । ସାଧାରଣ ଲୋକ ଓଡ଼ିଶାରେ ଅତ୍ୟଧୂକ ଦରଦାମ ବୃଦ୍ଧି ଏବଂ ରୋଜଗାର ନଥୁବା ହେତୁ ପୁଷ୍ଟିକର ଖାଦ୍ୟ ଖାଇବାରୁ ବଂଚିତ ହେଉଛନ୍ତି । ଦରଦାମ ବୃଦ୍ଧିକୁ ରୋକିବା ପାଇଁ କେନ୍ଦ୍ର ବିଜେପି ଏବଂ ରାଜ୍ୟ ବିଜେଡ଼ି ସରକାରଙ୍କ ତରଫରୁ କୌଣସି ଆଖୁଦୃଷ୍ଟିଆ ପଦକ୍ଷେପ ନିଆନଯିବା ଅତ୍ୟନ୍ତ ପରିତାପର ବିଷୟ । କେନ୍ଦ୍ର ବିଜେପି ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ରାଜ୍ୟର ୧୦ଟି ଆକାଂକ୍ଷୀ ଜିଲ୍ଲାର ଅବସ୍ଥା କହିଲେ ନସରେ । ଖଣି ଖାଦାନରେ ସମୃଦ୍ଧ ମୟୁରଭଞ୍ଜ, ସୁନ୍ଦରଗଡ଼ ଏବଂ କେନ୍ଦୁଝର ଭଳି ଜିଲ୍ଲା ଗୁଡ଼ିକରେ ସାଧାରଣ ଜନତାଙ୍କର ଜୀବନଧାରଣର ମାନ ଅତ୍ୟନ୍ତ ଦୁର୍ବିସହ । ରାଜ୍ୟ ସରକାରଙ୍କର ମିଛ ଦାବିକୁ ଶ୍ରୀ କାନୁନଗୋ ପ୍ରତ୍ୟାଖାନ କରିବା ସହିତ ରକ୍ତହୀନତା, କୁପୋଷଣ, ଶିଶୁ ମୃତ୍ୟୁହାର କୁ ଓଡ଼ିଶାରେ ଥିବା ଉତ୍କଟ ଦାରିଦ୍ର୍ୟର ଗୋଟିଏ ଗୋଟିଏ ମାନକ ଭାବରେ ଅଭିହିତ କରିଥିଲେ। ସେ କହିଥିଲେ ଯେ ଦାରିଦ୍ର୍ୟ ନଥୁଲେ ଅପପୁଷ୍ଟି, କୁପୋଷଣ, ରକ୍ତହୀନତା, ଅତ୍ୟଧୂକ ଶିଶୁ ମୃତ୍ୟୁହାର ଏବଂ ମାତୃ ମୃତ୍ୟୁହାରର ସଂଖ୍ୟା ଏତେ ଅଧିକ ହୋଇନଥାନ୍ତା । ସେଥ‌ିପାଇଁ ରାଜ୍ୟ ସରକାରଙ୍କୁ ଏକ ଆଂଚଳିକ ବୈଷମ୍ୟ କମିଟି ଗଠନ ନିମନ୍ତେ ଦାବି ଉପସ୍ଥାପନ କରିବା ସହିତ ୪୦ ଦିନ ଭିତରେ ତାର ରିପୋର୍ଟକୁ ସାର୍ବଜନୀନ କରିବାପାଇଁ କହିଥିଲେ। ପୂର୍ବରୁ ୨୦୦୨ ମସିହାରେ ଯେଉଁ ଆଂଚଳିକ ବୈଷମ୍ୟ କମିଟି ଗଠନ କରାଯାଇଥିଲା ଏବଂ ସେ କମିଟିର ରିପୋର୍ଟ ୨୦୦୮ ମସିହାରେ ସରକାରଙ୍କୁ ପ୍ରଦାନ କରାଯାଇଥିଲା ତାକୁ ଏପର୍ଯ୍ୟନ୍ତ କାହିଁକି ସାର୍ବଜନୀନ କରାଯାଇନାହିଁ ତାକୁ ନେଇ ସେ ପ୍ରଶ୍ନ କରିଥିଲେ । ସେ ଦାବିକରିଥିଲେ ଯେ ୨୦୦୨-୨୦୦୮ ମସିହା ମଧ୍ୟରେ ତତ୍‌କାଳୀନ ଆଂଚଳିକ ବୈଷମ୍ୟ କମିଟି ଯେଉଁ ରିପୋର୍ଟ ପ୍ରଦାନ କରିଥିଲେ ତାକୁ ସାର୍ବଜନୀନ କରିବା ସହିତ ବର୍ତମାନ ଆଉ ଗୋଟିଏ କମିଟି ଗଠନ କରି ଓଡ଼ିଶା ଭିତରେ ଜିଲ୍ଲା ଜିଲ୍ଲା ମଧ୍ୟରେ ଥ‌ିବା ବୈଷ୍ୟମତାକୁ ରିପୋର୍ଟ ଆଧାରରେ ଓଡ଼ିଶାବାସୀଙ୍କ ସାମନାରେ ରଖନ୍ତୁ । ଯାହା ଫଳରେ ଓଡ଼ିଶାରେ ଗରିବି ଏବଂ ଦାରିଦ୍ର୍ୟର ତାଡ଼ନାରେ ଅହରହ ସଂଗ୍ରାମ କରୁଥିବା ସାଧାରଣ ଲୋକଙ୍କର ପ୍ରକୃତ ଚିତ୍ର ସାମନାକୁ ଆସିବ ଏବଂ ରାଜ୍ୟ ସରକାରଙ୍କର ମିଛି ଦାବି ସଂପର୍କରେ ମଧ୍ଯ ଜଣାପଡ଼ିବ । ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ପ୍ରଶାନ୍ତ ଶତପଥ୍ ଓ ମନୋରଞ୍ଜନ ଦାଶ ଉପସ୍ଥିତ ଥିଲେ ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget