loading...

ଓଡ଼ିଶା ଲଲିତ କଳା ଏକାଡ଼େମୀ ଦ୍ଵାରା ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀର ଶୁଭାରମ୍ଭ, ଏକମାସ ମଧ୍ୟରେ ସବୁ ଜିଲ୍ଲାରେ ହେବ ପ୍ରଦର୍ଶନୀ, ଓଡ଼ିଶାରେ ଚିତ୍ରକଳାର ପ୍ରଚାର ଓ ପ୍ରସାର ପାଇଁ ଅଭିନବ ପ୍ରୟାସ

ଭୁବନେଶ୍ୱର ୨୯ ନଭେମ୍ବର ୨୦୨୩


ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ରାଜ୍ୟରେ ଚିତ୍ରକଳାର ପ୍ରଚାର ଓ ପ୍ରସାର ନିମନ୍ତେ ଏକାଡେମୀ ଦ୍ଵାରା ସଂଗୃହିତ ଚିତ୍ରକଳାଗୁଡିକୁ ନେଇ ଏକ ଭ୍ରାମ୍ୟମାଣ ପ୍ରଦର୍ଶନୀର ଉଦଘାଟନୀ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ୍ ଉକ୍ତ ପ୍ରଦର୍ଶନୀର ଶୁଭ ଉଦଘାଟନ କରିଛନ୍ତି । ଏହି ଅବସରରେ ସମ୍ମାନିତ ଅତିଥ୍‌ ରୂପେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ, ଓଡ଼ିଶା ଲଳିତ କଳା ଏକାଡେମୀ ସଭାପତି ପଦ୍ମଶ୍ରୀ ଶ୍ରୀ ସୁଦର୍ଶନ ପଟ୍ଟନାୟକ ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀ ମଧୁସୂଦନ ଦାସ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁବୋଧ ଆଚାର୍ଯ୍ୟ, ଏକାଡେମୀର ସଚିବ ଡ. ପଞ୍ଚାନନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।


ଏହି ପ୍ରଦର୍ଶନୀ ଆସନ୍ତା ଡିସେମ୍ବର ୧ରୁ ୩୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାର ସଦର ମହକୁମା ବା ପ୍ରମୁଖ ସହରରେ ଆୟୋଜନ କରାଯିବ । ଓଡ଼ିଶାର ଖ୍ୟାତନାମା ଶିଳ୍ପୀମାନଙ୍କର କଳାକୃତି ଯେପରି ରାଜ୍ୟର ଜନସାଧାରଣ ତ‌ଥା ଶିଳ୍ପୀମାନେ ଦେଖିବାର ସୁଯୋଗ ପାଇ ପାରିବେ ଏବଂ ଓଡ଼ିଶାର ସବୁ ଜିଲ୍ଲାରେ ଚିତ୍ରକଳାର ପ୍ରଚାର ଓ ପ୍ରସାର କିପରି ଅଧିକ ହୋଇପାରିବ ସେଥିପାଇଁ ଏକାଡେମୀ ତରଫରୁ ଏପରି ପ୍ରୟାସ କରାଯାଉଛି । ପ୍ରକାଶ ଥାଉ କି ୧୨୦ଟି ସୁନାମଧନ୍ୟ ଓଡ଼ିଆ ଚିତ୍ରଶିଳ୍ପୀଙ୍କର କଳାକୃତି ରାଜ୍ୟର ୩୦ ଟି ଜିଲ୍ଲାର ସଦର ମହକୁମା ବା ପ୍ରମୁଖ ସହରରେ ପ୍ରଦର୍ଶିତ ହେବ ।

ଉକ୍ତ ପ୍ରଦର୍ଶନୀରେ ଓଡ଼ିଶାର ଖ୍ୟାତନାମା ଦିବଙ୍ଗତ ଓ ବରିଷ୍ଠ ଚିତ୍ରଶିଳ୍ପୀ ବିମ୍ବାଧର ବର୍ମା, ମୁରଲୀଧର ଟାଲି, ଗୋକୁଳ ବିହାରୀ ପଟ୍ଟନାୟକ, ନିତ୍ୟାନନ୍ଦ ମହାପାତ୍ର, ଅସିତ ମୁଖାର୍ଜୀ, ବନବିହାରୀ ପରିଡ଼ା, ହରିଶଚନ୍ଦ୍ର ସିହ୍ନାବାବୁ, ଲଲାଟ ମୋହ‌ନ ପଟ୍ଟନାୟକ, ଲକ୍ଷ୍ମୀଧର ଦାସ, ଶିବ ପାଣିଗ୍ରାହୀ, ବିନୋଦ ରାଉତରାୟ, ଚନ୍ଦ୍ରଶେଖର ରାଓ, ଡି. ଏନ. ରାଓ, ଦିନନାଥ ପାଠୀ, ବରିଷ୍ଠ ଚିତ୍ରଶିଳ୍ପୀ ପଦ୍ମନାଭ ବେହେରା, ଯତୀନ ଦାସ, ରାମହାରୀ ଜେନା, ଅମର ଜେନା, ବିପିନ ବିହାରୀ ମାର୍ଥା, ବଳଦେବ ମହାରଥା, ଚକ୍ରଧର ବେହେରା, ମୀନକେତନ ପଟ୍ଟନାୟକ, ଜଗଦୀଶ ଚନ୍ଦ୍ର କାନୁନଗୋ, ମହେନ୍ଦ୍ର ପ୍ରସାଦ ମହାପାତ୍ର, ତରକାନ୍ତ ପରିଡ଼ା, ସଂଗୀତା ପଟ୍ଟନାୟକ, ଭାଗବତ ମହାରଣା, ବିଜୟ ପରିଡ଼ା, ବୃନ୍ଦାବନ ମହାରଣା, ଦୀପ୍ତି ପ୍ରକାଶ ମହାନ୍ତି, ଗୌରାଙ୍ଗ ବାରିକୀ, ରବି ନାରାୟଣ ରଥ, ପ୍ରସନ୍ନ କୁମାର ସାହୁ, ବସନ୍ତ ପଣ୍ଡା, ଅନନ୍ତ ପଣ୍ଡା, ଗୋପାଳ କାନୁନଗୋ, ଯତୀନ ଦାସ, ଦୁର୍ଗାପ୍ରସାଦ ଦାସ, ଅଜିତ କେଶରୀ ରାୟ, ବିଭୁତି କାନୁନଗୋ ଓ ରବିନାରାୟଣ ନାୟକ ପ୍ରମୁଖଙ୍କ ସହ ବହୁ ଯୁବ ଚିତ୍ରଶିଳ୍ପୀଙ୍କ ଚିତ୍ରକଳା ସ୍ଥାନ ପାଇଛି ।



ଉକ୍ତ ପ୍ରଦର୍ଶନୀ ପ୍ରତ୍ୟେକ ଜିଲ୍ଲାରେ ୩ ଦିନ ଧରି ଅନୁଷ୍ଠିତ ହେବ । ଏହାକୁ ସାଧାରଣ ଜନତା, ଶିଳ୍ପୀ, ସ୍କୁଲ ଓ କଲେଜର ଛାତ୍ରଛାତ୍ରୀବୃନ୍ଦ ଦେଖୁବାର ସୁଯୋଗ ପାଇପାରିବେ । ଏହି ଅବସରରେ କଳାକୃତିଗୁଡ଼ିକୁ ନେଇ ୩ ଟି ସୁସଜିତ ଗାଡି ସଂସ୍କୃତି ଭବନ ପରିସରରୁ ବିଭିନ୍ନ ଜିଲ୍ଲା ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ସୂଚନା ଓ ଲୋକସଂପର୍କ ବିଭାଗ ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ଅବସରରେ ବିଶିଷ୍ଟ ଶିଳ୍ପୀ, ନିମନ୍ତ୍ରିତ ଅତିଥ, ବିଭିନ୍ନ ଅଧୁକାରୀ ଓ କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget