loading...

ପାରାଦୀପ ବନ୍ଦର ପ୍ରସଙ୍ଗରେ ବିଜେଡିର ରାଷ୍ଟ୍ରପତିଙ୍କୁ ସମାଲୋଚନା

 ଭୁବନେଶ୍ବର ୨୮ ନଭେମ୍ବର ୨୦୨୩


ଅଣ ଓଡିଆଙ୍କ ବଚସ୍କର ସାଜିଥିବା ବିଜେଡି ନେତାମାନେ ଓଡ଼ିଶାର ବଂଚିତ ବର୍ଗର ଗୌରବ ସାଜିଥିବା ଭାରତର ରାଷ୍ଟ୍ରପତି ମାନନୀୟା ଦୌପଦୀ ମୁର୍ମୁଙ୍କୁ ବାରମ୍ବାର ଅସମ୍ମାନିତ କରୁଛନ୍ତି । ଯେଉଁଥିପାଇଁ ସମଗ୍ର ଓଡ଼ିଶାବାସୀଙ୍କୁ ବେଳେ ବେଳେ ଲଜ୍ଜିତ ହେବାକୁ ପଡ଼ୁଛି ବୋଲି ପୂର୍ବତନ ସାଂସଦ ଡ. ବିଭୂ ପ୍ରସାଦ ତରାଇ କହିଛନ୍ତି ।


ସମ୍ବିତ ରାଉତରାୟ ଏବଂ ତାଙ୍କ ଦଳର ମୁଖୁଆ ରାଷ୍ଟ୍ରପତି ମହୋଦୟାଙ୍କୁ କ୍ଷମା ମାଗନ୍ତୁ : ଡ.ବିଭୂ ପ୍ରସାଦ ତରାଇ

  •  ସମ୍ବିତ ରାଉତରାୟଙ୍କ ଏଭଳି ଶସ୍ତା ମନ୍ତବ୍ୟ ସମ୍ବିଧାନ ବିରୋଧୀ ଓ ରାଷ୍ଟ୍ର ବିରୋଧୀ
  • ଅଣ ଓଡିଆଙ୍କ ବଚସ୍କର ସାଜିଥିବା ବିଜେଡି ନେତାମାନେ ଓଡ଼ିଶାର ବଂଚିତ ବର୍ଗର ଗୌରବ ସାଜିଥିବା ଭାରତର ରାଷ୍ଟ୍ରପତି ମାନନୀୟା ଦୌପଦୀ ମୁର୍ମୁଙ୍କୁ ବାରମ୍ବାର ଅସମ୍ମାନିତ କରୁଛନ୍ତି
  • ବିଜେଡି ଦଳର ବିଧାୟକ ଶ୍ରୀ ରାଉତରାୟ ରାଷ୍ଟ୍ରପତି ମହୋଦୟାଙ୍କୁ ସମାଲୋଚନା କରିବା ତାଙ୍କର ମୁର୍ଖତା, ଅଜ୍ଞତା, ଅହମିକା


             ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ମହାମହିମ ରାଷ୍ଟ୍ରପତି ମାନନୀୟା ଦୌପଦୀ ମୁର୍ମୁଙ୍କୁ ସମାଲୋଚନା କରିବା ଦୁର୍ଭାଗ୍ୟଜନକ । ରାଷ୍ଟ୍ରମୁଖ୍ୟ ଭାବରେ ସମ୍ବିଧାନ ଆଧାରରେ ଦଳୀୟ ଚିନ୍ତାଧାରାର ଊର୍ଦ୍ଧ୍ବରେ ରହି ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ କ’ଣ ଅଭିଭାଷଣ ଦେବେ ତାହାକୁ କଣ ବିଜେଡି ବିଧାୟକ ସ୍ଥିର କରିବେ । ବିଜେଡି ଦଳର ବିଧାୟକ ଶ୍ରୀ ରାଉତରାୟ ରାଷ୍ଟ୍ରପତି ମହୋଦୟାଙ୍କୁ ସମାଲୋଚନା କରିବା ତାଙ୍କର ମୁର୍ଖତା, ଅଜ୍ଞତା, ଅହମିକା ହୋଇପାରେ । ପାରାଦୀପ ବନ୍ଦରକୁ କୁଆଡେ ସମ୍ବିତ ରାଉତରାୟ ଅଚଳ କରିଦେବେ ବୋଲି ଦମ୍ଭ ଦେଖାଇଛନ୍ତି । ତେବେ ବନ୍ଦରକୁ ଅଚଳ କରିବା ତ ଦୂରର କଥା ଯଦି ସାହସ ଅଛି ତାହାଲେ ଗୋଟିଏ ପଂଚାୟତ ଅଚଳ କରି ଦେଖାନ୍ତୁ ବୋଲି ବିଭୂ ପ୍ରସାଦ ତରାଇ କଟାକ୍ଷ କରିଛନ୍ତି ।

              ପାରାଦୀପ ବନ୍ଦର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ “ କାରଗୋହେଣ୍ଡଲିଂ ” କ୍ଷେତ୍ରରେ ଏକ ନମ୍ବର ସ୍ଥାନ ଅଧିକାର କରିଛି । ପାରାଦୀପ ବନ୍ଦର ପାଇଁ ବିକାଶର ସୁସ୍ୱାଦ ଚାଖୁଛି ଓଡ଼ିଶା । ତୈଳବିଶୋଧନାଗାର, ପ୍ଲାଷ୍ଟିକ ପାର୍କ, ବିଭିନ୍ନ ବେସରକାରୀ ପ୍ରତିଷ୍ଠାନମାନେ ଏଠାରେ ଶିଳ୍ପ ପ୍ରତିଷ୍ଠା କରିବାକୁ ଆଗେଇ ଆସିଛନ୍ତି । ସେହି ସମୟରେ ସମ୍ବିତ ରାଜତରାୟଙ୍କ ଏଭଳି ଶସ୍ତା ମନ୍ତବ୍ୟ ସମ୍ବିଧାନ ବିରୋଧୀ ଓ ରାଷ୍ଟ୍ର ବିରୋଧୀ । ବିଜେଡି ବିଧାୟକ ସମ୍ବିତ ରାଉତରାୟ ଏବଂ ତାଙ୍କ ଦଳର ମୁଞ୍ଝା ତଥା ମୁଖ୍ୟମନ୍ତ୍ରୀ ମଧ୍ୟ ରାଷ୍ଟ୍ରପତି ମହୋଦୟାଙ୍କୁ କ୍ଷମା ମାଗନ୍ତୁ ବୋଲି ଶ୍ରୀ ତରାଇ କହିଛନ୍ତି ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget