ଭୁବନେଶ୍ବର ୨୮ ନଭେମ୍ବର ୨୦୨୩
ସଂକଟ ଯେତେ ବଡ ହେଉ ନା କାହିଁକି, ଏହାର ସାମ୍ନା କରିଲେ ଯାଇ ସମାଧାନର ବାଟ ବାହାରିବ ଏବଂ ଅସମ୍ଭବ କାର୍ଯ୍ୟ ମଧ୍ୟ ସମ୍ଭବରେ ପରିଣତ ହୋଇପାରିବ । ଏହା ପ୍ରମାଣିତ ହୋଇଛି ଉତରାଖଣ୍ଡ ଉତରକାଶୀର ସିଲକ୍ୟାରାରୁ ଦାଣ୍ଡଲଗାଓଁ ପର୍ଯ୍ୟନ୍ତ ନିର୍ମାଣଧୁନ ଏକ ସୁଜଙ୍ଗରୁ ଦୀର୍ଘ ୧୭ ଦିନ ଧରି ଫସିରହିଥିବା ୪୧ ଜଣ ଶ୍ରମିକଙ୍କ ସୁରକ୍ଷିତ ଉଦ୍ଧାର ପ୍ରସଙ୍ଗରେ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
![]() |
ପ୍ରଧାନମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏବଂ ସମସ୍ତଙ୍କ ‘ମିଳିତ ପ୍ରଚେଷ୍ଟା ଓ ବେଷ୍ଟ ଏଫର୍ଟ’ ରେ ଉଦ୍ଧାର କାଯ୍ୟ ସଫଳ ହୋଇଛି : ମନମୋହନ ସାମଲ |
ଗତ ୧୨ ତାରିଖ ଦିନ ଉତରାଖଣ୍ଡ ଉତରକାଶୀ'ର ସିଲକ୍ୟାରାରୁ ଦାଣ୍ଡଲଗାଓଁ ପର୍ଯ୍ୟନ୍ତ ନିର୍ମାଣଧୀନ ଏକ ସୁଡଙ୍ଗରେ ଭୂସ୍ଖଳନ କାରଣରୁ ୪୧ଜଣ ଶ୍ରମିକ ଫସି ରହିଥିଲେ ଏବଂ ଏଥି ମଧ୍ୟରୁ ୫ ଜଣ ଓଡିଆ ଶ୍ରମିକ ସାମିଲ ଥିଲେ । ସେମାନେ ହେଲେ ମୟୂରଭଞ୍ଜ ଜିଲ୍ଲା ରାଜୁ ନାୟକ, ବିଶେଶ୍ଵର ନାୟକ ଓ ଧୀରେନ ନାୟକ, ଭଦ୍ରକ ଜିଲ୍ଲାର ତପନ ମଣ୍ଡଳ, ନବରଙ୍ଗପୁର ଜିଲ୍ଲାର ଭଗବାନ ଭତ୍ରା । ଦୀର୍ଘ ୧୭ ଦିନ ଧରି ଜୀବନ ସହ ସଂଗ୍ରାମ କରି ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ସମସ୍ତ ୪୧ ଜଣ ଶ୍ରମିକଙ୍କ ଧର୍ଯ୍ୟ ଓ ସାହାସ ଅତ୍ୟନ୍ତ ପ୍ରେରଣାଦାୟୀ । ଏଥି ସହ ଏହି ଉଦ୍ଧାର କାର୍ଯ୍ୟରେ ଦିନ ରାତି ଏକାଠି କରି ଏବଂ ନିଜ ଜୀବନକୁ ଖାତିର ନକରି ନିୟୋଜିତ ହୋଇଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ରାଜ୍ୟ ସଭାପତି ଶ୍ରୀ ସାମଲ ।
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ଧନ୍ୟବାଦ ଦେଲେ ରାଜ୍ୟ ସଭାପତି
- ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ସମସ୍ତ ୪୧ ଜଣ ଶ୍ରମିକଙ୍କ ଧର୍ଯ୍ୟ ଓ ସାହାସ ଅତ୍ୟନ୍ତ ପ୍ରେରଣାଦାୟୀ
- ବିଶ୍ୱର ଶ୍ରେଷ୍ଠ ବୈଷୟିକ ଜ୍ଞାନର ସହାୟତା ଏହି ଉଦ୍ଧାର କାଯ୍ୟରେ ବ୍ୟବହାର କରାଯାଇଥିଲା
- ଉଦ୍ଧାର କାଯ୍ୟରେ ସାମିଲ ହୋଇଥିବା ସେନା, ଏନଡିଆରଏଫ, ଏସଡିଆରଏଫ, ବିଆରଓ, ରେଳ ବିଭାଗ, ସ୍ବାସ୍ଥ୍ୟ ବିଭାଗ, ଟେଲିକମ୍ ବିଭାଗ, ଡିଆରଡିଓ ସମତେ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ଶ୍ରୀ ପୁଷ୍କର ସିଂହ ଧାମୀ, ଉତରାଖଣ୍ଡ ରାଜ୍ୟ ସରକାର, ସ୍ଥାନୀୟ ପୋଲିସ ଓ ପ୍ରଶାସନ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ଅନୁଷ୍ଠାନକୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ରାଜ୍ୟ ସଭାପତି
ଏହି ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କେନ୍ଦ୍ର ସରକାରଙ୍କ ସମସ୍ତ ବିଭାଗ ମିଳିତ ଭାବେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ । ବିଶ୍ୱର ଶ୍ରେଷ୍ଠ ବୈଷୟିକ ଜ୍ଞାନର ସହାୟତା ଏହି ଉଦ୍ଧାର କାର୍ଯ୍ୟରେ ବ୍ୟବହାର କରାଯାଇଥିଲା । ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବା ସେନା, ଏନଡିଆରଏଫ, ଏସଡିଆରଏଫ, ବିଆରଓ, ରେଳ ବିଭାଗ, ସ୍ଵାସ୍ଥ୍ୟ ବିଭାଗ, ଟେଲିକମ୍ ବିଭାଗ, ଡିଆରଡିଓ ସମତେ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ଶ୍ରୀ ପୁଷ୍କର ସିଂହ ଧାମୀ, ଉତରାଖଣ୍ଡ ରାଜ୍ୟ ସରକାର, ସ୍ଥାନୀୟ ପୋଲିସ ଓ ପ୍ରଶାସନ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ଅନୁଷ୍ଠାନକୁ ଶ୍ରୀ ସାମଲ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏବଂ ସମସ୍ତଙ୍କ ‘ମିଳିତ ପ୍ରଚେଷ୍ଟା ଓ ବେଷ୍ଟ ଏଫର୍ଟ' ରେ ଉଦ୍ଧାର କାଯ୍ୟ ସଫଳ ହୋଇଛି ବୋଲି ଶ୍ରୀ ସାମଲ କହିଛନ୍ତି ।
ଏହି ଉଦ୍ଧାର କାର୍ଯ୍ୟର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ମୋଦିଜୀ'ଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇବା ସହ ଓଡିଶାବାସୀଙ୍କ ତରଫରୁ ରାଜ୍ୟ ସଭାପତି ଶ୍ରୀ ସାମଲ ଧନ୍ୟବାଦ ଜ୍ଞାପନ କରିଛନ୍ତି ।
Post a Comment