loading...

ଓଡିଶାରେ ଚାଲିଥିବା ଦୁର୍ନୀତି, ବ୍ୟଭିଚାର ଓ ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ବିରୋଧରେ ଖଇରା ବ୍ଲକ ଘେରାଓ କାଯ୍ୟକ୍ରମରେ ଯୋଗ ଦେଲେ ରାଜ୍ୟ ସଭାପତି

 ଭୁବନେଶ୍ବର ୨୮ ନଭେମ୍ବର ୨୦୨୩


ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାରରେ ଲିପ୍ତ ‘ବିଜେଡି ସରକାର’ ଓଡ଼ିଶାବାସୀଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଛନ୍ତି । ଓଡିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ଯୋଜନା, କେନ୍ଦ୍ରୀୟ ଅନୁଦାନ ଓ ଅନ୍ୟ ବାବଦରେ ଓଡିଶାକୁ ବିଗତ ୯ ବର୍ଷରେ ୧୮ ଲକ୍ଷ ୮୩ ହଜାର କୋଟି ଟଙ୍କାରୁ ଉର୍ଦ୍ଧ ସହାୟତା ଦେଇଛନ୍ତି । କିନ୍ତୁ ଓଡିଶାରେ ଚାଲିଥିବା ଭ୍ରଷ୍ଟାଚାରୀ ବିଜେଡି ସରକାର କେନ୍ଦ୍ରୀୟ ଯୋଜନାକୁ ହରିଲୁଟ କରି ଗରିବ ଲୋକଙ୍କ ବିକାଶରେ ବାଧକ ସାଜିଛି । ଓଡିଶାରେ ୫୦ ପ୍ରତିଶତ ପିସି ସରକାର ଚାଲିଛି । ବର୍ଷକୁ ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଉଛି । ପଂଚାୟତରୁ ନେଇ ସଚିବାଳାୟ ପର୍ଯ୍ୟନ୍ତ ସବୁଠାରେ ୫୦ ପ୍ରତିଶତ କମିଶନରେ ଦୁର୍ନୀତି ଚାଲିଛି । କେନ୍ଦ୍ର ସରକାରଙ୍କ ଅର୍ଥ କମିଶନ ପ୍ରତି ପଂଚାୟତକୁ ବାର୍ଷିକ ୫୦ ଲକ୍ଷ ଟଙ୍କା ଦେଉଥିଲା ବେଳେ ଏହି ଅର୍ଥକୁ ବିଜେଡି ସରକାର ଲୁଟ୍ କରୁଛି । ଏବେ ‘ଆମ ଓଡିଶା ନବୀନ ଓଡିଶା' ନାଁରେ ଆଉ ଏକ ଦୁର୍ନୀତିର ପେଡି ଖୋଲି ବିଜୁ ଜନତା ଦଳର କର୍ମୀ ମାନଙ୍କୁ ନିର୍ବାଚନୀ ଖର୍ଚ୍ଚ ଦେବାର ମସୁଧା କରାଯାଇଛି । ଓଡିଶା ସରକାରଙ୍କ ସମସ୍ତ ସ୍କିମ୍ ଆଜି ସ୍କାମରେ ପରିଣତ ହୋଇଛି । ଏନେଇ ଭାରତୀୟ ଜନତା ପାର୍ଟି ଆଜି ଓଡିଶାରେ ଚାଲିଥିବା ଦୁର୍ନୀତି, ବ୍ୟଭିଚାର ଓ ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ବିରୋଧରେ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ କାର୍ଯ୍ୟାଳୟ ଆଗରେ ଘେରାଓ କରିଛି ।


ବିଜୁ ଜନତା ଦଳ ଶାସନରେ ଓଡ଼ିଶାବାସୀ ଅବହେଳିତ : ମନମୋହନ ସାମଲ


  • ଓଡିଶାରେ ୫୦ ପ୍ରତିଶତ ପିସି ସରକାର ଚାଲିଛି
  • ଓଡିଶା ସରକାରଙ୍କ ସମସ୍ତ ସ୍କିମ୍ ଆଜି ସ୍କାମରେ ପରିଣତ ହୋଇଛି
  • ବ୍ୟକ୍ତିଗତ ଓ ଦଳୀୟ ସ୍ବାର୍ଥ ଚରିତାର୍ଥ କରିବା ପାଇଁ ଶାସକ ବିଜେଡିର ବିଧାୟକ ଓ ନେତାମାନେ ମନଇଚ୍ଛା ‘ବିଡିଓ’ଙ୍କୁ ବଦଳି କରୁଛନ୍ତି
  • ମୁଖ୍ୟମନ୍ତ୍ରୀଙ୍କ କ୍ଷମତାକୁ ମାଡି ବସି ଅଣଓଡିଆ ଠିକାଦାରମାନଙ୍କୁ ଠିକା କାମ ଦିଆକରାଇବା, ଅଣଓଡିଆ ବ୍ୟୁରୋକ୍ରାଟମାନଙ୍କୁ ମେଳି କରି ରାଜ୍ୟରୁ ଲୁଟ କରିବା, ପ୍ରାକୃତିକ ସମ୍ପଦକୁ ଲୁଟିବା କାଯ୍ୟରେ ବ୍ୟସ୍ତ ରାଜ୍ୟ ସରକାର


             ଏହି ଘେରାଓ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଯୋଗ ଦେଇ କହିଛନ୍ତି ଯେ, ଖଇରା ବ୍ଲକ ଅନ୍ତର୍ଗତ ‘କୁପାରୀ ଶାରୀଶୁଆ’ ପାହାଡ ସମେତ ପାଖାପାଖି ଅଂଚଳରୁ ବେଆଇନ ଭାବେ ମାଙ୍କଡା ପଥର ଏବଂ ମୋରମ ଖନନ କରି ଖଣି ମାଫିଆମାନେ ହଜାର ହଜାର ଟ୍ରିପ ଚୋରା ଚାଲାଣ କରୁଛନ୍ତି । ବ୍ୟକ୍ତିଗତ ଓ ଦଳୀୟ ସ୍ୱାର୍ଥ ଚରିତାର୍ଥ କରିବା ପାଇଁ ଶାସକ ବିଜେଡିର ବିଧାୟକ ଓ ନେତାମାନେ ମନଇଚ୍ଛା ‘ବିଡିଓ’ଙ୍କୁ ବଦଳି କରାଉଥିବାରୁ ବ୍ଲକରେ ଉନ୍ନତୀମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ଏଠାକାର ବିଭିନ୍ନ ପଂଚାୟତରେ ରାସନ ହିତାଧୁକାରୀମାନେ ମାସ ମାସ ଧରି ରାସନ ସାମଗ୍ରୀ ପାଇବାରୁ ବଂଚିତ ହେଉଛନ୍ତି । ସେହିପରି ସ୍ଥାନୀୟ ଥାନାରେ ସାଧାରଣ ଜନତା ନ୍ୟାୟ ପାଇବାରୁ ବଂଚିତ ହେଉଛନ୍ତି। ଥାନା କର୍ମଚାରୀମାନେ ବିଜୁ ଜନତା ଦଳ ନେତାଙ୍କ କଥାରେ ପରିଚାଳିତ ହୋଇ କାର୍ଯ୍ୟ କରୁଛନ୍ତି ଫଳରେ ଥାନା ଏବେ ବିଜୁ ଜନତା ଦଳର ଅଫିସ ପାଲଟିଛି । ସେହିପରି ୨୩ବର୍ଷ ଶାସନ ପରେ ମେଡିକାଲରେ ଡାକ୍ତର ସମେତ କର୍ମଚାରୀ ଏବଂ ମେଡିକାଲ ଯନ୍ତ୍ରପାତି ଅଭାବରୁ ରୋଗୀଙ୍କ ପ୍ରାଣ ଚାଲିଯାଉଛି। ନବୀନ ଶାସନରେ ଡାକ୍ତରଖାନାରେ ଏବେ ଡାକ୍ତରଙ୍କ ବଦଳରେ ଝାଡ଼ୁଦାର ଏବଂ ପିଅନ ରୋଗୀସେବା କରୁଛନ୍ତି । ସ୍କୁଲମାନଙ୍କରେ ଶିକ୍ଷକ ଅଭାବ ଯୋଗୁଁ ପିଲାମାନେ ପାଠପଢ଼ିବାରୁ ବଂଚିତ ହେଉଛନ୍ତି ।

                   ଦୀର୍ଘଦିନ ଶାସନରେ ରହିବି ବିଜୁ ଜନତା ଦଳ ସରକାର କୌଣସି ପର୍ଯ୍ୟଟନ ସ୍ଥଳୀର ବିକାଶ କରିନାହିଁ ଯାହା ବଡ ଦୁଃଖ ଓ ପରିତାପର ବିଷୟ । ଏବେବି ଲୋକଙ୍କ ପାଇଁ ରାସ୍ତା ନାହିଁ କି ରହିବା ପାଇଁ ଆବାସ ନାହିଁ । ମୋଦି ସରକାର ସବୁ ଲୋକ ଆବାସ ପାଆନ୍ତୁ ବୋଲି ଯୋଜନା କରିଥିବାବେଳେ ଓଡ଼ିଶାର ବିଜୁ ଜନତା ଦଳ ସରକାର ତାହା ଗରିବ ଲୋକଙ୍କୁ ନଦେଇ ବଡବଡିଆଙ୍କୁ ଦଳୀୟ ଭିତିରେ ଘର ଦେବା ସହିତ ହାତ ଗୁଞ୍ଜା ପାଇଁ ୨୦ହଜାର ଟଙ୍କା ସାଂଚ ନେଉଛି । ଓଡ଼ିଶାର ଲୋକ, ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ନବୀନ ବାବୁ ମଧ୍ୟ ବସଷ୍ଟାଣ୍ଡଟିଏ କରିନାହାନ୍ତି । ଫଳରେ ଗମନା ଗମନରେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ସାଧାରଣ ଜନତା ବୋଲି ଶ୍ରୀ ସାମଲ କହିଛନ୍ତି ।

            ସେହିପରି ଡ୍ରେନେଜ ଅବ୍ୟବସ୍ଥା କଥା ନକହିବା ଭଲ । ପ୍ରତ୍ୟେକ ବର୍ଷ ଅସରାଏ ବର୍ଷା ହେଲେ ବଜାର ସମେତ ଆଖ ପାଖ ଅଂଚଳ “ଜଳମଗ୍ନ” ହେଉଛି । ଫଳରେ ଲୋକେ ନାହିଁ ନଥୁବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏବେ “ ଆମ ଓଡିଶା ନବୀନ ଓଡିଶା” ଯୋଜନା ମଧ୍ୟ ସେଭଳି ଜନ ପ୍ରତିନିଧିମାନଙ୍କୁ ଅଣଦେଖା କରି ବ୍ୟୁରୋକ୍ରାଟମାନଙ୍କ ଦ୍ଵାରା ଚାଲୁଛି ଯାହା ଫଳରେ ଗାଁ ଗାଁରେ ଅଶାନ୍ତି ସୃଷ୍ଟି ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀଙ୍କ କ୍ଷମତାକୁ ମାଡି ବସି ଅଣ ଓଡିଆ ଠିକାଦାରମାନଙ୍କୁ ଠିକା କାମ ଦିଆକରାଇବା, ଅଣଓଡିଆ ବ୍ୟୁରୋକ୍ରାଟମାନଙ୍କୁ ମେଳି କରି ରାଜ୍ୟରୁ ଲୁଟ କରିବା, ପ୍ରାକୃତିକ ସମ୍ପଦକୁ ଲୁଟି ଖାଉଛନ୍ତି ରାଜ୍ୟ ସରକାର । ଓଡିଶାରେ ଚାଲିଥିବା ଗଣତନ୍ତ୍ରର ହତ୍ୟାର ମୁଖ୍ୟମନ୍ତ୍ରୀ ହେଉଛନ୍ତି ମୁଖ୍ୟ ଅପରାଧୀ । ମୁଖ୍ୟମନ୍ତ୍ରୀ ନିଜେ ଓଡ଼ିଶାରେ ହେଉଥିବା ଦୁନିର୍ତୀ, ଅରାଜକତାର ନିର୍ଦ୍ଦେଶକ, ପ୍ରଯୋଜକ ଓ ଦର୍ଶକ ବୋଲି ଶ୍ରୀ ସାମଲ କହିଛନ୍ତି ।

                ଏହି ଆନ୍ଦୋଳନରେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ, ରାଜ୍ୟ ଉପସଭାପତି ବିରଚିଂନାରାୟଣ ତ୍ରିପାଠୀ, ରାଜ୍ୟ ସମ୍ପାଦକ ସରୋଜ କର, ଅଭିମନ୍ୟୁ ସେଠୀ, ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ, ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା, ବ୍ଲକ ଅଧ୍ୟକ୍ଷା ଅଭିଲିତ୍ସା ସାହୁଙ୍କ ସମେତ ସ୍ଥାନୀୟ ସରପଂଚ ଏବଂ ବହୁ ସଂଖ୍ୟାରେ କାର୍ଯ୍ୟକର୍ତା ଓ ସାଧାରଣ ଜନତା ସାମିଲ ହୋଇଥିଲେ ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget