ଭୁବନେଶ୍ୱର ୧ ଡିସେମ୍ବର ୨୦୨୩
ଜଳାଶୟଗୁଡିକର ପୁନରୁଦ୍ଧାର ସହ ରିଚାର୍ଜ ୱେଲ୍ ନିର୍ମାଣ ପାଇଁ ସଚେତନତା ସୃଷ୍ଟି କରିବାରେ ଏହି ପ୍ରଶିକ୍ଷଣ ସହାୟକ ହେବ ।
ରାଜ୍ୟରେ ସବୁଜ ଜଳବାୟୁ ପାଣ୍ଠି ( କିସିଏଫ)ପ୍ରକଳ୍ପର ସଫଳ ଉପାୟନ ଉଦ୍ଦେଶ୍ୟରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ କ୍ଷୁଦ୍ର ଜଳସେଚନ(ଜଳ ସମ୍ପଦ ବିଭାଗ)ର ଅଧିକାରୀମାନଙ୍କ ନିମନ୍ତେ ଏକ ୨ ଦିନିଆ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ପ୍ରତାପନଗରୀସ୍ଥିତ ୱାଲମୀ, ଓଡିଶା ଠାରେ ଅନୁଷ୍ଠିତ ହୋଇଅଛି ।
ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ନିର୍ଦ୍ଦେଶକ, ସ୍ବତନ୍ତ୍ର ପ୍ରକଳ୍ପ, ଶ୍ରୀ ଜ୍ୟୋତି ପ୍ରକାଶ ଦାସ (ଆଇ.ଏ.ଏସ), ଯୋଗଦେଇ ଉଦ୍ଘାଟନ କରିବା ସହିତ ପ୍ରକଳ୍ପର ସଫଳ ରୂପାୟନ ପାଇଁ ବ୍ଳକ ସ୍ତରରେ ଥିବା ଅକାରୀମାନଙ୍କୁ ଦିଶା ନିର୍ଦ୍ଦେଶ ଦିଆଯିବ ବୋଲି ଜଣାଇଥିଲେ । 'ୱାଲମୀ' ର ପ୍ରମୁଖ ପ୍ରଶିକ୍ଷଣ ସଂଯୋଜକ, ଡଃ ସୁଧ ଚନ୍ଦ୍ର ପାତ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ପ୍ରଫେସର ଇଂ ଅରୁଣ ସାମନ୍ତରାୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । 'ସବୁଜ ଜଳବାୟୁ ପାଣ୍ଠି'ର ନୋଡାଲ ଅଫିସର ଇଂ ରଘୁନାଥ ମିଶ୍ର ସମ୍ମାନିତ ଅତିଥ୍ ତଥା ପ୍ରଶିକ୍ଷକ ଭାବରେ ଯୋଗ ଦେଇଥିଲେ ।
ପ୍ରକାଶ ଥାଉକି, ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାଧ୍ଯମରେ କ୍ଷୁଦ୍ର ଜଳସେଚନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅକାରୀମାନେ ସେମାନେ କାର୍ଯ୍ୟରତ ସଂପୃକ୍ତ ଅଞ୍ଚଳରେ ଥିବା ଜଳାଶୟଗୁଡିକର ପୁନରୁଦ୍ଧାର କରିବା ସହିତ 'ରିଚାର୍ଜ ୱେଲ୍' ନିର୍ମାଣ ପାଇଁ ବ୍ଳକ ସ୍ତରରେ ସଚେତନତା ସୃଷ୍ଟି କରି ଏହି କାର୍ଯ୍ୟକ୍ରମକୁ ଆଗେଇନେବେ ।
Post a Comment