loading...

ଭୂବନେଶ୍ୱରରେ କଂଗ୍ରେସର ବସ୍ତିବିକାଶ ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର  ଡିସେମ୍ବର ୨୦୨୩





କଂଗ୍ରେସ ଦଳ ପକ୍ଷରୁଘରେ ଘରେ କଂଗ୍ରେସ ଘରେ ଘରେ ହାତକାର୍ଯ୍ୟକ୍ରମ ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ବ୍ଲକ ଠୁ ଆରମ୍ଭ କରି ପ୍ରତ୍ୟେକ ଗାଁରେ ଜାରି ରହିଛି ଏହି ଅବସରରେ ଭୁବନେଶ୍ୱରରେ ଆଜି ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ ଜରିଆରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁବସ୍ତି ବିକାଶ ଅଭିଯାନ ଶୁଭାରମ୍ଭ କରାଯାଇଛି ଏହି କାର୍ଯ୍ୟକ୍ରମକୁ ପ୍ରଦେଶ ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀ ବିଜୟ ପଟ୍ଟନାୟକ ଶୁଭାରମ୍ଭ କରିଥିବାବେଳେ ଭୁବନେଶ୍ୱର ଜିଲ୍ଲା ସଭାପତି ବିଶ୍ବଳିତ ଦାଶ, ରାଜ୍ୟ ମହିଳା କଂଗ୍ରେସ ଉପସଭାନେତ୍ରୀ ରଶ୍ମି ମହାପାତ୍ର ଏବଂ ବହୁ କଂଗ୍ରେସ ନେତୃବୃନ୍ଦ କର୍ମୀ ଯୋଗ ଦେଇଥିଲେ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ୫୩ ନଂ ୱାର୍ଡ଼ର କୁକୁଡ଼େଶ୍ଵର ମନ୍ଦିରରେ ପୂଜା ଅର୍ଜନା କରି କଂଗ୍ରେସ ନେତୃବୃନ୍ଦ ବସ୍ତି ବିକାଶ ଅଭିଯାନ ଶୁଭରାମ୍ଭ କରିଥିଲେ ପୂର୍ବାହ୍ନରେ କଂଗ୍ରେସ ନେତୃବୃନ୍ଦ ପଳାଶପଲ୍ଲୀରୁ କାରଗିଲ୍ ବସ୍ତି ପର୍ଯ୍ୟନ୍ତ ଏବଂ ଅପରାହ୍ନରେ ୫୬ ନଂ ୱାର୍ଡ଼ର ଗଧୂଆ ଖାଲ ବସ୍ତିରୁ ମଇଁଷି ଖାଲ ବସ୍ତି ପର୍ଯ୍ୟନ୍ତ ବିକାଶ ଅଭିଯାନରେ ସାମିଲ ହୋଇଥିଲେ ବିଭିନ୍ନ ଘର ଘର ବୁଲି ଲୋକ ପାଖରେ ପହଂଚି ବସ୍ତି ବାସୀନ୍ଧାଙ୍କର ସୁବିଧା ଅସୁବିଧା ବୁଝିବା ସହିତ କିଭଳି ବସ୍ତି ଲୋକମାନଙ୍କୁ ବିଜେଡ଼ି ସରକାର ପ୍ରତାରଣା ଦେଇଚାଲିଛନ୍ତି ତାହା ବୁଝାଇବା ସହ ପ୍ରକୃତରେ ବସ୍ତିବାସିନ୍ଦାଙ୍କର ହକ ରହିଛି ତାହା ସୂଚାଇଥିଲେ ଏହି ଅବସରରେ ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଲୋକମାନଙ୍କୁ କହିଥିଲେ ଭୁବନେଶ୍ଵରରେ ପ୍ରାୟ ୪୦୦ ରୁ ଅଧୂକ ବସ୍ତି ରହିଥିବାବେଳେ ପ୍ରାୟ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ବସ୍ତିରେ ଜୀବନ ଯାପନ କରୁଛନ୍ତି ଭୁବନେଶ୍ୱରର ଯେଉଁ ସ୍ମାଟ ସିଟି ହେଉଛି ଏହା ପଛରେ ମଧ୍ଯ ବସ୍ତିବାସିଙ୍କର ଅନେକ ଭୂମିକା ରହିଛି କିନ୍ତୁ ବସ୍ତିବାସିନ୍ଦାଙ୍କୁ ପ୍ରଗତିର ମୁଖ୍ୟ ସୋତ୍ରରେ ସାମିଲ କରିବା ପରିବର୍ତେ ନବୀନ ସରକାର କେବଳ ବଡ଼ ବଡ଼ ପ୍ରତିଶ୍ରୁତି ଦେବା ସହ ଜାଗା ମିଶନ ଯୋଜନା ଆରମ୍ଭ କରି ଖଣ୍ଡିଏ କାଗଜ ଧରେଇ ଦେଇ ପ୍ରତାରଣା କରୁଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ବସ୍ତିର ଉନ୍ନତିକରଣ ପାଇଁ ୮୦୦ କୋଟି ଟଙ୍କାର ଏକ ଯୋଜନାର ଘୋଷଣା କରାଯାଇଛି ସତ କିନ୍ତୁ ବସ୍ତିବାସିନ୍ଦା ଯେଉଁ ବସ୍ତିରେ ରହୁଥିଲେ ଏବେ ମଧ୍ୟ ସେହି ବସ୍ତିରେ ରହୁଛନ୍ତି ଯୋଳନା କେବଳ ତୃତୀୟ ମହଲା ଇଙ୍ଗିତରେ ଫାଇଲ୍ରେ ରହିଯାଇଛି ସେହିପରି ବସ୍ତିବାସୀନ୍ଦାଙ୍କ ଜୀବନ ଶୈଳୀରେ କୌଣସି ପରିର୍ବତନ ଆସିନାହିଁ ନା ସେମାନଙ୍କୁ ସ୍ଥାୟୀ ଜାଗା ମିଳିଛି ନା କୌଣସି ମୌଳିକ ସୁବିଧା ମିଳିଛି ଆଗକୁ ଆସୁଧୂବା ନିର୍ବାଚନକୁ ଦୃଷ୍ଟିରେ ରଖ୍ କେବଳ ବାସସ୍ଥାନ ପ୍ରମାଣ ହିସାବରେ ଖଣ୍ଡିଏ ଲେଖାଏଁ କାଗଜ ଧରେଇ ଠକିଛନ୍ତି ସେ ଖଣ୍ଡିକ କାଗଜ ମାଧ୍ଯମରେ ନା ତାଙ୍କୁ ବ୍ୟାଙ୍କରୁ ଋଣ ମିଳିବ ନା ସରକାରୀ ସହାୟତା ମିଳିବ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାର ସମୟରେ କଂଗ୍ରେସ ବସ୍ତିବାସିନ୍ଦାଙ୍କ ପାଇଁ ପ୍ରକୃତ ବିକାଶ ପାଇଁ ଚିନ୍ତା କରୁଥିଲା କଂଗ୍ରେସ ସରକାର ସମୟରେ ରାଜୀବ ଗାନ୍ଧୀ ଆବାସ ଯୋଜନାରେ ବସ୍ତି ବାସିନ୍ଦାଙ୍କୁ ପ୍ରକୃତ ହକ୍ ମିଳିଥିଲା ତା' ପରଠାରୁ ଆଜି ପର୍ଯ୍ୟନ୍ତ ବସ୍ତିବାସିନ୍ଦାଙ୍କ କ୍ଷେତ୍ରରେ କୌଣସି ପରିର୍ବତନ ଆସିନାହିଁ ପୁନଶ୍ଚ ବସ୍ତିବାସିନ୍ଧାଙ୍କୁ କିପରି ତାଙ୍କର ପ୍ରକୃତ ହକ୍ ମିଳିପାରିବ ସେଥିନେଇ କଂଗ୍ରେସ ବସ୍ତିବାସିନ୍ଧାଙ୍କ ସହ କିପରି ଯୋଡ଼ି ହୋଇ ବିକାଶ କରିପାରିବ ସେଥିପାଇଁ ପ୍ରୟାସ ଜାରି ରଖୁଛି ଆଗକୁ ମଧ୍ୟ ରଖୁବ ଦୀପତଳ ଅନ୍ଧାର ପରି ନବୀନ ନିବାସ ଯେଉଁଠିକି ମୁଖ୍ୟମନ୍ତ୍ରୀ ନିଜେ ବସବାସ କରୁଛନ୍ତି ସେହି ପାଖ ବସ୍ତି ଯଦି ଅତି ଦୟନୀୟ ଅବହେଳିତ ଅବସ୍ଥାରେ ଅଛି ତେବେ ସହରର ଅନ୍ୟାନ୍ୟ ବସ୍ତି, ଅଂଚଳର ଅବସ୍ଥା କିପରି ିବ ତାହା ଅନୁମେୟ ଭୁବନେଶ୍ୱରରେ ୩୦ ପ୍ରତିଶତ ଲୋକ ବସ୍ତିମାନଙ୍କରେ ଜୀବନ ଯାପନ କରୁଛନ୍ତି ତେବେ ଭୁବନେଶ୍ଵର ସ୍ମାର୍ଟ ସିଟି କିପରି ହେଲା ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି କଂଗ୍ରେସ ଏବେ ଘରକୁ ଘର ବୁଲୁଛି ଏହା ସହ ସବୁ ବସ୍ତିବାସିନ୍ଦାଙ୍କୁ ପ୍ରମାଣ ପତ୍ର ନୁହେଁ କିଭଳି ଘର ମିଳିପାରିବ ତାହା ନିଶ୍ଚିତ କରିବାକୁ ଆସିଛି ଏହା ସହ ସେମାନଙ୍କର ହକ ଆଉ ସେମାନଙ୍କୁ ମଧ୍ୟ ସ୍ମାର୍ଟ ହିସାବରେ ସ୍ମାର୍ଟ ସିଟିଜେନ ହେବାର ଯେଉଁ ଅଧୂକାର ରହିଛି ସେ ସବୁ ସମ୍ବନ୍ଧରେ ସଚେତନ କରୁଛି ଆଗକୁ ମଧ୍ୟ ଏହିଭଳି ବସ୍ତି ଅଭିଯାନ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାଶ ସୂଚନା ପ୍ରଦାନ କରିଛନ୍ତି

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget