ଭୁବନେଶ୍ୱର ୧୭ ଡିସେମ୍ବର ୨୦୨୩
ଆଜି
ପ୍ରଦେଶ ଛାତ୍ର କଂଗ୍ରେସର ସଭାପତି ଶ୍ରୀ ୟାସିର ନଓ୍ୱାଜ
ଙ୍କ ନେତୃତ୍ବରେ ପ୍ରଦେଶ ଛାତ୍ର କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ କଂଗ୍ରେସ ଭବନରେ
ଆୟୋଜିତ ହୋଇଯାଇଛି । ଏହି ବୈଠକରେ
ପ୍ରଦେଶ ଛାତ୍ର କଂଗ୍ରେସ କର୍ମକର୍ତା ଏବଂଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ମାନେ ଯୋଗ ଦେଇଥିଲେ
। ପ୍ରଥମେ ଶୋକ ପ୍ରସ୍ତାବ ଆଗତ
କରାଯାଇଥିଲା । ଏହାପରେ ପ୍ରଦେଶ
ଛାତ୍ର କଂଗ୍ରେସର ଉପସଭାପତି ସୁନିଲ ମାଟିଆ ରାଜନୈତିକ ପ୍ରସ୍ତାବ ଆଗତ କରିଥିଲେ। ଏହି
ପ୍ରସ୍ତାବକୁ ଉପସଭାପତି ନିରଞ୍ଜନ ଦାସ ସମର୍ଥନ କରିଥିଲେ।
ଏଥିରେ ଆଗତ ହୋଇଥିବା ରାଜନୈତିକ
ପ୍ରସ୍ତାବର ଶୀର୍ଷକ ଓଡ଼ିଶାରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ଉପରେ ଆଲୋଚନ ହୋଇଥିଲା।
ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା
ଓଡ଼ିଶାର
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଯୁକ୍ତିର ମିଥ୍ୟା
ପ୍ରତିଶ୍ରୁତି ଦେଇ ଯୁବକ ଯୁବତୀମାନଙ୍କର
ଭୋଟ ଲୁଟି ନେଲେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ
ବର୍ଷକୁ ୨ଲକ୍ଷ ନିଯୁକ୍ତି ଦେବେ । ସେହିପରି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଲେ ବର୍ଷକୁ
୨ କୋଟି ନିଯୁକ୍ତି ଦେବେ
। ହେଲେ ନିର୍ବାଚନ ପରେ
ଏହି ଉଭୟ ସରକାର ସେମାନଙ୍କର
ପ୍ରତିଶ୍ରୁତି ପାଶୋରି ଯାଆନ୍ତି । ୨୪ ବର୍ଷର
ନବୀନ ସରକାର ଓଡ଼ିଶାର ବେକାର ଯୁବକ ଯୁବତୀଙ୍କୁ ତାଙ୍କର
ପ୍ରତିଶ୍ରୁତି ଅନୁଯାୟୀ ୪୮ଲକ୍ଷ ନିଯୁକ୍ତି ଯୋଗାଇ ପାରି ନାହାନ୍ତି ।
ସେହିପରି ୧୦ ବର୍ଷର ମୋଦି
ସରକାର ଦେଶର ୨୦ କୋଟି
ଯୁବକଯୁବତୀଙ୍କୁ ନିଯୁକ୍ତି ଦେଇ ପାରିନାହାନ୍ତି ।
ଏବେ ସୁଦ୍ଧା ଓଡ଼ିଶା ସରକାରଙ୍କର ୨ଲକ୍ଷ ୨୭ ହଜାର ପଦବୀ
ଖାଲି ପଡ଼ିଥିବା ବେଳେ ଭାରତ ସରକାରଙ୍କର
୯.୬ ଲକ୍ଷ ସରକାରୀ
ପଦବୀ ଖାଲି ପଡ଼ିଛି ।
ନିଯୁକ୍ତି ପ୍ରସଙ୍ଗ ଉଠିଲେ ମୋଦି କହୁଛନ୍ତି ଯେ
ପକୋଡ଼ା ବିକ୍ରୀ ମଧ୍ଯ ନିଯୁକ୍ତିର ଅଂଶବିଶେଷ
। ଯାହା ଏ ଦେଶର
ବେକାରୀ ଯୁବକଯୁବତୀମାନଙ୍କ ପାଇଁ ଏକ ଉପହାସ
। ଓଡ଼ିଶାରେ ୯ ଲକ୍ଷ ବେକାର
ଯୁବକଯୁବତୀ ନାମ ପଞ୍ଜିକରଣ କରାଇ
ନିଯୁକ୍ତି ନିମନ୍ତେ ଚାହିଁ ବସିଛନ୍ତି । ଦାଦନ ଖଟିବାପାଇଁ
ବାହାର ରାଜ୍ୟକୁ ଯାଉଛନ୍ତି । ସୁରଟର ସୂତାକଳ
ଓ ଆନ୍ଧ୍ରର ଇଟାଭାଟି ଓଡ଼ିଶାର ଯୁବକ ମାନଙ୍କର ନିଯୁକ୍ତି
ସ୍ଖଳ ପାଲିଟିଛି । ଓଡ଼ିଶା ସରକାର
୨୦୧୩ ମସିହାରେ ଯୁବ ନୀତି ପ୍ରଣୟନ
କଲେ ଯେଉଁଥରେ ନିଯୁକ୍ତି ସମ୍ପର୍କରେ ଗୋଟିଏ ବି ଶବ୍ଦ ନଥୁଲା
। ଯେଉଁ ବିଜୁ ଯୁବ
ବାହିନୀ ଗଠନ କରାଯାଇ ୪୫୦
କୋଟି ଟଙ୍କା ଓଡ଼ିଶା ରାଜକୋଷରୁ ଖର୍ଚ୍ଚ ହୋଇଥିଲା ତାହା ଏବେ ବନ୍ଦ
ହୋଇଯାଇଛି । କେବଳ ଦଳୀୟ
କର୍ମୀଙ୍କୁ ପୋଷଣ କରିବା ପାଇଁ
ନବୀନ ସରକାର ଏହା କରିଥିଲେ ।
ସେହିପରି ଯେଉଁ ନିଯୁକ୍ତିମେଳା କରାଇଲେ
ତାହା ମଧ୍ୟ ଏକ ପ୍ରତାରଣାପୂର୍ଣ
କାର୍ଯ୍ୟକ୍ରମ ଥିଲା । ଅନ୍ୟ
ପକ୍ଷରେ ରାଜ୍ୟ ସରକାରଙ୍କର ଷ୍ଟାଫ ସିଲେକସନ ଠାରୁ ଆରମ୍ଭ କରି
ଯେଉଁ ସବୁ ନିଯୁକ୍ତି ଚୟନ
ସଂସ୍ଥା ରହିଛି ସେହି ସଂସ୍ଥାରେ ବ୍ୟାପକ
ଦୁର୍ନୀତି ହେଉଛି । ନିକଟରେ ଓଡ଼ିଶା
ଷ୍ଟାଫ ସିଲେକସନ କମିଶନର ଜଣେ କିରାଣୀଙ୍କ ପାଖରୁ
କୋଟି କୋଟି ଟଙ୍କା ଧରାପଡ଼ିବା
ଏବଂ ଏହି ଘଟଣାକୁ ରାଜ୍ୟ
ସରକାର ଠିକଣା ବାଟରେ ତଦନ୍ତ ନକରିବା କଥା ରାଜ୍ୟବାସୀ ଦେଖୁଲେ
। ସରକାରୀ ଚାକରୀ ପାଇଁ ପରୀକ୍ଷା ପୂର୍ବରୁ
ପରୀକ୍ଷା ପତ୍ର ପ୍ରଘଟ ହୋଇଯାଉଛି
। ସୁତରାଂ ପରୀକ୍ଷା ପୂର୍ବରୁ ନବୀନ ସରକାର ସମସ୍ତ
ଚାକିରୀ ନିଲାମ କରିଦେଉଛନ୍ତି । ଓଡ଼ିଶାର ବେକାର
ଯୁବକଯୁବତୀ ମାନଙ୍କ ପାଇଁ ଏହାଠାରୁ ଦୁର୍ଭାଗ୍ୟଜନକ
କଥା କ'ଣ ଥାଇପାରେ
!
ଓଡ଼ିଶାରେ
ଯେଉଁ ଶିଳ୍ପ ସ୍ଥାପନ ହେଉଛି ସେଠାରେ ଓଡ଼ିଶାର ଯୁବକଯୁବତୀ ମାନଙ୍କୁ ନିଯୁକ୍ତି ମିଳୁ ନାହିଁ ।
ବିଶେଷ କରି ସ୍ଥାନୀୟ ଯୁବକଯୁବତୀଙ୍କୁ
ନିଯୁକ୍ତି କ୍ଷେତ୍ରରେ ଚରମ ଉଦାସୀନତା ପ୍ରଦର୍ଶନ
କରାଯାଉଛି । ଶିଳ୍ପ ଯୋଗୁଁ
ସ୍ଥାନୀୟ ଲୋକେ ଧୂଳି, ଧୂଆଁରେ
ରହି ରୋଗାଗ୍ରସ୍ତ ହେଉଛନ୍ତି ଓ ସେଠିକାର ପରିବେଶ
ନଷ୍ଟ ହେଉଛି । ସେ ଅଂଚଳର
ଖଣିଜ ସଂପଦ ଲୁଟ ହେଉଛି,
କିନ୍ତୁ ସେଠିକାର ସ୍ଥାନୀୟ ବେକାର ଯୁବକଯୁବତୀମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ଉପେକ୍ଷା କରାଯାଉଛି । ଏଣୁ ପ୍ରଦେଶ
ଛାତ୍ର କଂଗ୍ରେସର ଆଳିର କାର୍ଯ୍ୟାକାରିଣୀ ସଂକଳ୍ପ
ନେଉଛିଯେ ଏ ରାଜ୍ୟର ବେକାର
ଯୁବକଯୁବତୀ ମାନଙ୍କର ସହଯୋଗରେ କର୍ମସଂସ୍ଥାନ ପାଇଁ ଦୁର୍ବାର ଆନ୍ଦୋଳନ
କରାଯିବ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ
ଆଗରେ ଏପରିକି ଶିଳ୍ପସଂସ୍ଥା ଏବଂ ଶିଳ୍ପସଂସ୍କାର ମୁଖ୍ୟ
କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରାଯିବ
। ଏହି ବିକ୍ଷୋଭର ନାମ
“ନିଯୁକ୍ତି କ୍ରାନ୍ତି”ରଖାଯାଇଛି ।
ନିଯୁକ୍ତି କ୍ରାନ୍ତିର ଦାବି
- ଖାଲି ପଡିଥିବା ୨ଲକ୍ଷ ୨୬ ହଜାର ସରକାରୀ ପଦବୀ (ଓଡ଼ିଶା ସରକାର) କୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ଯରେ ପୂରଣ କରାଯାଉ ।
- ସମସ୍ତ ଘରୋଇ ଶିଳ୍ପ ଓ ବ୍ୟବସାୟ ପ୍ରତିଷ୍ଠାନରେ ୮୦ ପ୍ରତିଶତ ଓଡ଼ିଶା ଲୋକଙ୍କୁ ନିଯୁକ୍ତି ଦିଆଯାଉ ।
- ସରକାରୀ ଚାକିରୀରେ ଚୁକ୍ତିଭିତିକ ଓ ଠିକାନିଯୁକ୍ତି ବାତିଲ କରାଯାଉ ।
- ଯେଉଁ ପ୍ରବାସୀ ଓଡ଼ିଶାକୁ ଫେରି ଓଡ଼ିଶାରେ ଜୀବିକା ନିର୍ବାହ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ସରକାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରନ୍ତୁ ।
- ବେକାରୀ ଭତା ୫ହଜାର ଟଙ୍କା ଦିଆଯାଉ ।
- ଓଡ଼ିଶାର ଠିକାଦାରଙ୍କ ବେକ ଉପରେ ଖୋଳ ପକାଇ ଓଡ଼ିଶା ବାହାରର ଠିକାଦାରଙ୍କୁ ଓଡ଼ିଶା ସରକାର ଓଡ଼ିଶାରେ ଅଧିକ ପ୍ରାଧାନ୍ୟ ଦେଉଛନ୍ତି । ଓଡ଼ିଶାରେ ଓଡ଼ିଶାର ଠିକାଦାରଙ୍କୁ ଓଡ଼ିଶା ସରକାର ବିଭିନ୍ନ ନିର୍ମାଣ କାର୍ଯ୍ୟରେ ଗୁରୁତ୍ବ ଦିଅନ୍ତୁ ।
ଓଡ଼ିଶାର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା
ନବୀନ
ସରକାର ଅମଳରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ସଂପୂର୍ଣ ଘୁଷୁଡ଼ି ପଡ଼ିଛି । ସରକାରୀ ବିଶ୍ବବିଦ୍ୟାଳୟ
ଓ ମହାବିଦ୍ୟାଳୟ ମାନଙ୍କରେ ଶିକ୍ଷକ ଓ ଅଣଶିକ୍ଷକ ପଦବୀ
ସମୁଦାୟ ମଞ୍ଜୁରିପ୍ରାପ୍ତ ପଦବୀରୁ ଅଧାରୁ ଅଧିକ ବର୍ଷ ବର୍ଷ
ଧରି ଖାଲିପଡ଼ିଥିଲେ ବି ରାଜ୍ୟ ସରକାର
ଏହାକୁ ପୂରଣ କରୁନାହାନ୍ତି ।
ରାଜ୍ୟରେ ପାଖାପାଖୁ ୧୨ ଟି ସରକାରୀ
ବିଶ୍ବବିଦ୍ୟାଳୟରେ ୧ ହଜାର ଶିକ୍ଷକ
ପଦବୀ ଖାଲି ପଡ଼ିଛି ।
ଏହାକୁ ବିଚାରକୁ ନେଲେ ମଞ୍ଜୁରପ୍ରାପ୍ତ ଶିକ୍ଷକ
ପଦବୀରୁ ୫୭ ପ୍ରତିଶତ ପଦବୀ
ଖାଲି ପଡ଼ିଛି । କଟକର ମଧୁସୂଦନ
ଆଇନ ବିଶ୍ଵବିଦ୍ୟାଳୟର ୫୦ଟି ମଞ୍ଜୁରପ୍ରାପ୍ତ ଶିକ୍ଷକ
ପଦବୀରୁ ସମସ୍ତ ପଦବୀ ଖାଲି ପଡ଼ିଛି
। ସେହିପରି ଉତ୍କଳ ବିଶ୍ଵବିଦ୍ୟାଳୟରେ ଅର୍ଷାଧୂକ ଶିକ୍ଷକ ପଦବୀ ଖାଲି ପଡ଼ିଛି
। ରାଜ୍ୟର ୫୧ ଟି ସରକାରୀ
ଡିଗ୍ରୀ କଲେଜରେ ୪୫ ପ୍ରତିଶତ ସରକାରୀ
ପଦବୀ ଖାଲି ପଡ଼ିଛି ।
ସେହିପରି ରାଜ୍ୟର ସମସ୍ତ ଅନୁଦାନପ୍ରାପ୍ତ ବେସରକାରୀ ଡିଗ୍ରୀ କଲେଜରେ ୨୯ ପ୍ରତିଶତ ଶିକ୍ଷକ
ପଦବୀ ଖାଲି ପଡ଼ିଛି ।
ସାରା ରାଜ୍ୟରେ ସରକାରୀ କଲେଜରେ ଜାଲ ସାର୍ଟିଫିକେଟ ମାଧ୍ଯମରେ
ଆଡମିଶନ ଚାଲିଛି । ଯେଉଁଥରେ କି
ବିଜୁ ଜନତା ଦଳର କର୍ମକର୍ତାମାନେ
ସଂପୃକ୍ତ । ଭଦ୍ରକ ସ୍ଵୟଂଶାସିତ
ମହାବିଦ୍ୟାଳୟର ଘଟଣା ଏଠାରେ ଉଲ୍ଲେଖଯୋଗ୍ୟ
। ସରକାରୀ କଲେଜ ଓ ବିଶ୍ୱବିଦ୍ୟାଳୟରେ
ବିଜୁ ଛାତ୍ର ଜନତା ଦଳର କ୍ୟାମ୍ପସ
କମିଟିର କର୍ମକର୍ତାମାନେ ଆତଙ୍କରାଜ ଚଲାଇଛନ୍ତି । କ୍ୟାମ୍ପସ ଅସୁରକ୍ଷିତ
। ବିଜେବି କଲେଜର ଛାତ୍ରୀ ରୂଚିକା ମହାନ୍ତି ଗ୍ୟାଟିଂ ଯୋଗୁଁ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଥିଲେ ମଧ୍ୟ ରାଜ୍ୟ ସରକାର
ଏହି ଘଟଣାର ସଠିକ ତଦନ୍ତ କଲେ
ନାହିଁ । ଏହି ଘଟଣାକୁ
ସରକାର ଚପାଇ ଦେଇଛନ୍ତି ।
ସେହିପରି ଗଞ୍ଜାମ ଜିଲ୍ଲାର ବିନାୟକ ଆଚର୍ଯ୍ୟ କଲେଜର ଗ୍ୟାଟିଂ ଘଟଣା ଏବଂ ଖଲିକୋଟ
କଲେଜର ଛାତ୍ରୀଙ୍କୁ ମ୍ୟାଗି" ଘଟଣାରେ ବିଜୁ ଛାତ୍ର ଜନତା
ଦଳର କ୍ୟାମ୍ପସ କମିଟିର ମୁଖ୍ୟଙ୍କ ସଂପୃକ୍ତି ଘଟଣା ଗଣମାଧ୍ୟମରେ ପ୍ରକାଶିତ
ହୋଇଛି । ଭାରତ ବର୍ଷର
ଶିକ୍ଷାନୁଷ୍ଠାନରେ ସବୁଠାରୁ ଅଧିକ ଗ୍ୟାଟିଂ ହେଉଥିବା ୫ଟି ରାଜ୍ୟ
ମଧ୍ୟରେ ଓଡ଼ିଶା ସ୍ଥାନୀତ ହୋଇଛି । ଗ୍ୟାଟିଂ ଯୋଗୁଁ
ଜଣେ ରମାଦେବୀ ଛାତ୍ରୀ ଟିସି ନେଇଯିବା ଘଟଣା
ମଧ୍ଯ ଓଡ଼ିଶାର ଅଭିଭାବକ ମାନଙ୍କୁ ଆତଙ୍କିତ କରିଛି ।
ଓଡ଼ିଶାରେ ଉଚ୍ଚଶିକ୍ଷା ବିଭାଗର
ଅନୁଷ୍ଠାନ ଗୁଡ଼ିକର ଉନ୍ନତ ଭିତିଭୂମି ନାହିଁ । ଯାହାବି ଉନ୍ନତିମୂଳକ
କାର୍ଯ୍ୟ ହେଉଛି ତାହା ନିମ୍ନମାନର ।
ନିକଟରେ ରମାଦେବୀ ବିଶ୍ୱବିଦ୍ୟାଳୟର ନୂଆ ପାଚେରୀ ଭୁଷୁଡ଼ିବା
ଘଟଣା ଏବଂ ବାଙ୍କୀ ସ୍ଵୟଂଶାସିତ
ମହାବିଦ୍ୟାଳୟର ଖେଳପଡ଼ିଆର ପାଚେରୀ ଉଦ୍ଘାଟନଦିନ ଭୁଷୁଡ଼ିପଡ଼ିବା
ଘଟଣା ନବୀନ ସରକାରଙ୍କର ଶିକ୍ଷା
ବିଭାଗ ପ୍ରତି ଅସଲ ମନୋଭାବକୁ ପଦାରେ
ପକାଉଛି ।
୨୦୧୮ ମସିହାରୁ ନବୀନ
ସରକାର ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ
କରିଦେଇଛନ୍ତି । ମାତ୍ର କ୍ୟାମ୍ପସ
କମିଟି କରି ସମସ୍ତ ଉଚ୍ଚ
ଶିକ୍ଷାନୁଷ୍ଠାନକୁ ନିଜ ଦଳୀୟ ଶିକ୍ଷାନୁଷ୍ଠାନରେ
ପରିଣତ କରିବାକୁ ଉଦ୍ୟମ ଜାରି ରଖୁଛନ୍ତି। ବିରୋଧ
ଦଳର ଛାତ୍ର ସଂଗଠନ ଗୁଡ଼ିକୁ ଦୁର୍ବଳ କରିବାପାଇଁ ଏବଂ ଶିକ୍ଷାନୁଷ୍ଠାନରେ ହେଉଥୁବା
ଦୁର୍ନୀତିର ପ୍ରତିବାଦର ସ୍ୱରକୁ ବନ୍ଦ କରିବାପାଇଁ ଏହା
ଏକ ଷଡ଼ଯନ୍ତ୍ର । ଏଭଳି ବିପର୍ଯ୍ୟସ୍ତ
ଉଚ୍ଚ ଶିକ୍ଷାବ୍ୟବସ୍ଥା ଥିବା ବେଳେ ନବୀନ
ସରକାରଙ୍କର ଏବେ ଚାଲିଥିବା ସମନ୍ବିତ
ଯୁବ ବିକାଶ ପୋଗ୍ରାମ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ଉପହାସ
। ସେହିଭଳି ୟୁଜିସି ଅଧୁନରେ ଥିବା ଉଚ୍ଚ
ଶିକ୍ଷାନୁଷ୍ଠାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏବଂ ରାଜ୍ୟ ସରକାରଙ୍କ
ଅଧୀନରେ ଥିବା ଉଚ୍ଚ
ଶିକ୍ଷାନୁଷ୍ଠାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଫଟୋ
ଥାଇ ସେଲଫି ପଏଂଟ କରିବା ଯୋଜନା
କେବଳ ଏହି ଦୁଇ ବ୍ୟକ୍ତିଙ୍କର
ଆମ୍ବ ପ୍ରଚାର ଛଡ଼ା ଆଉ କିଛି
ନୁହେଁ । ଆଜିର କାର୍ଯ୍ୟକାରିଣୀ
ଏହାକୁ ଦୃଢ଼ ବିରୋଧ କରୁଛି
। ସେହି ସେଲଫି ପଏଂଟ
ମାନଙ୍କରେ ଗାନ୍ଧୀ ଓ ଗୋପବନ୍ଧୁଙ୍କର ଫଟୋ
ଲଗାଇବା ପାଇଁ ଛାତ୍ର କଂଗ୍ରେସ
ସ୍ଥିର କରିଛି । ଏଥି ସହ
ଛାତ୍ର ସଂସଦ ନିର୍ବାଚନ କରିବାପାଇଁ
ମଧ୍ଯ ଛାତ୍ର କଂଗ୍ରେସ ଦାବି କରୁଛି ।
ସମସ୍ତ ଶିକ୍ଷାନୁଷ୍ଠାନ ଓ ବିଶେଷ କରି
ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟର ପରିସରକୁ
ଗ୍ୟାଟିଂ ମୁକ୍ତ କରାଯିବା ସହ ଖାଲିପଡ଼ିଥିବା ଶିକ୍ଷକ
ଓ ଅଣଶିକ୍ଷକ ପଦବୀକୁ ତୁରନ୍ତ ପୂରଣ କରାଯାଉ ।
କ୍ୟାମ୍ପସରେ ଦୌରାତ୍ମ୍ୟ କରୁଥିବା ବିଜୁ ଛାତ୍ର ଜନତା
ଦଳର ଏବଂ ଏବିଭିପିର ସଭ୍ୟମାନଙ୍କ
ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ
କରାଯାଉ । ଓଡ଼ିଶାର ବିପର୍ଯ୍ୟସ୍ତ
ଶିକ୍ଷା ବ୍ୟବସ୍ଥାର ସୁଧାର ପାଇଁ ପ୍ରଦେଶ ଛାତ୍ର
କଂଗ୍ରେସ ଓଡ଼ିଶାର ବିଭିନ୍ନ ଉଚ୍ଚଶିକ୍ଷାନୁଷ୍ଠାନ ସମ୍ମୁଖରେ ମଧ୍ୟ ଆନ୍ଦୋଳନ କରିବାପାଇଁ
ଆଜିର କାର୍ଯ୍ୟକାରିଣୀ ସଂକଳ୍ପ କରୁଛି ।
ଡିସେମ୍ବର ୨୦ ରୁ ଜାନୁୟାରୀ
୨୦ ଭିତରେ ଓଡ଼ିଶାର ଭୁଷୁଡ଼ି ଯାଇଥିବା ଶିକ୍ଷା ବ୍ୟବସ୍ଥା, ଭିତିଭୂମି ନିର୍ମାଣରେ ଦୁର୍ନୀତି, ମୋଦୀ ଓ ନବୀନ
ପଟ୍ଟନାୟକଙ୍କ ସେଲ୍ଫି ପଏଂଟ
ସ୍ଥାପନ ପ୍ରତିବାଦରେ, ତୁରନ୍ତ ଖାଲି ପଡ଼ିଥିବା
ଶିକ୍ଷକ ଓ ଅଣଶିକ୍ଷକ ପଦବୀ
ପୂରଣ ଏବଂ ମ୍ୟାଗିଙ୍ଗ ମୁକ୍ତ
କ୍ୟାମ୍ପସ୍, ଛାତ୍ର ସଂସଦ ନିର୍ବାଚନ ଦାବୀରେ
ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ସମ୍ମୁଖରେ
ବିକ୍ଷୋଭ ପ୍ରଦର୍ଶନ ହେବ । ମୋଦୀ
ଓ ନବୀନଙ୍କ ଫଟୋ ଥାଇ ସେଲ୍ଫି ପଏଂଟ ବଦଳରେ
ଗାନ୍ଧୀ ଓ ଗୋପବନ୍ଧୁଙ୍କ ଫଟୋ
ସ୍ଥାପନ ପାଇଁ ଦାବୀ କରାଯିବ
। ଦକ୍ଷିଣ ଓଡ଼ିଶାରୁ ପଶ୍ଚିମ ଓ ପୂର୍ବ ଓଡ଼ିଶା
ପର୍ଯ୍ୟନ୍ତ ନିଯୁକ୍ତିକ୍ରାନ୍ତି ପଦଯାତ୍ରା କରାଯିବ । ଯାହାକି ଏହି
ରାଜ୍ୟର ଲକ୍ଷ ଲକ୍ଷ ବେକାର
ଯୁବକ ଯୁବତୀଙ୍କ ଅସନ୍ତୋଷର ପ୍ରତିଫଳନ ହେବ । ଏହି
କାର୍ଯ୍ୟକ୍ରମମରେ ଅଖୁଳ ଭାରତ ଛାତ୍ର
କଂଗ୍ରେସର ରାଷ୍ଟ୍ରୀୟ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ
ସୁଶ୍ରୀ ଅନୁଲେଖା ଦୋଷା ଯୋଗ ଦେଇ
କହିଥିଲେ ଯେ ଖୁବ୍ଶୀଘ୍ର
ଛାତ୍ର କଂଗ୍ରେସ ଏକ ପ୍ରଶିକ୍ଷଣ ଶିବିର
ହେବ । ମୋଦୀ ଓ
ନବୀନ ସରକାରରେ ଛାତ୍ର ଓ ବେକାର ଯୁବକ
ଯୁବତୀମାନଙ୍କ ପ୍ରତି ହୋଇଥୁବା ଅବିଚାରକୁ ନେଇ ଛାତ୍ର ଜାଗରଣ
ସୃଷ୍ଟି କରାଯିବ । ଜଟଣୀ ବିଧାୟକ
ଶ୍ରୀ ସୁରେଶ କୁମାର ରାଉତରାୟ ଏହି କାର୍ଯ୍ୟକ୍ରମରେ ଯୋଗ
ଦେଇ ଛାତ୍ର ମାନଙ୍କର କର୍ତବ୍ୟ ସଂପର୍କରେ କହିଥିଲେ । ପିସିସି ସୋସିଆଲ
ମିଡ଼ିଆର ସନ୍ତୋଷ ପ୍ରଧାନ ଏହି କାର୍ଯ୍ୟକ୍ରମରେ ଯୋଗ
ଦେଇ ସାମାଜିକ ଗଣମାଧ୍ଯମର ବ୍ୟାପକ ବ୍ୟବହାର ସଂପର୍କରେ କହିଥିଲେ ।
Post a Comment