loading...

ବାଂଜୁଙ୍ଗର ରାଜାଙ୍କ ନେତୃତ୍ୱରେ କ୍ୟାମେରୁନ୍‌ର ପ୍ରତିନିଧି ମଣ୍ଡଳୀଙ୍କର ସୋଆ ପରିଦର୍ଶନ

ଭୁବନେଶ୍ୱର  ଡିସେମ୍ବର ୨୦୨୩





ବାଂଜୁଙ୍ଗର ରାଜା ଡକ୍ଟର ହୋନର୍ ଜୋମୋ କାମ୍ଗାଙ୍କ ନେତୃତ୍ବରେ କ୍ୟାମେରୁନ୍ ଏକ ତିନି ଜଣିଆ ପ୍ରତିନିଧି ଦଳ ଦୁଇ ଦିନିଆ ସୋଆ ଗସ୍ତରେ ଆସି ବିଶ୍ଵବିଦ୍ୟାଳୟ ପରିଚାଳିତ ମେଡିକାଲ୍ କଲେଜ ହସ୍ପିଟାଲ୍ ସମ୍ପର୍କରେ ଜ୍ଞାନ ଆହରଣ କରିଛନ୍ତି

         ରାଜାଙ୍କ ସହିତ ଜର୍ମାନୀର ହାମ୍ବର୍ଗ ସ୍ଥିତ ଇନ୍ଟରନ୍ୟାସ୍ନାଲ୍ ଟ୍ରିବ୍ୟୁନାଲ୍ ଫର୍ ଅଫ୍ ସି ବିଚାରପତି ପ୍ରଫେସର (ଡକ୍ଟର) ମୌରିସ୍ କେଙ୍ଗନେ କାମ୍ଗା କ୍ୟାମେରୁନ୍ ଦୁଆଲା ସ୍ଥିତ ହାନ୍ସିଆଟିକ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଆଣ୍ଡ ଆପ୍ଲାଏଡ୍ ସାଇନ୍ସେସ୍ (ହିଟାସ୍) ପ୍ରମୁଖ ପ୍ରତିଷ୍ଠାତା ଶ୍ରୀ ଇନୋସଂଟ ଟାକ୍ଟୋ ଫୋକ୍ସୋ ସୋଆ ପରିଦର୍ଶନରେ ଆସିଥିଲେ

         ଏହି ପ୍ରତିନିଧି ଦଳ ସୋଆର ଫ୍ୟାକଲ୍ଟି ଅଫ୍ ମେଡିକାଲ୍ ସାଇନ୍ସ, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ କର୍ପୋରେଟ ହସ୍ପିଟାଲ୍ ସମ୍ ଅଲ୍ଟିମେଟ ମେଡିକେୟାର ବୁଲି ଦେଖୁଥିଲେ ପରବର୍ତୀ ସମୟରେ ସେମାନେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ

     ହସ୍ପିଟାଲ୍ ଦୁଇଟି ଖୁବ୍ ଉଚ୍ଚକୋଟୀର ଏବଂ ଏହିଭଳି ମେଡିକାଲ୍ କଲେଜ ହସ୍ପିଟାଲ୍ ଆବଶ୍ୟକତା ଦୁଆଲାରେ ଥିବା ବେଳେ ଆମେ ମଧ୍ୟ ଏକ ପ୍ରକଳ୍ପ ଆରମ୍ଭ କରିବାର ଯୋଜନା କରିବୁ ବୋଲି ଶ୍ରୀ ଫୋଟ୍ସୋ କହିଥିଲେ

           ଗତ ଫେବୃଆରୀ ମାସରେ ସୋଆ ଏବଂ ହିଟାସ୍ ମଧ୍ୟରେ କ୍ୟାମେରୁନ୍ ଛାତ୍ରଛାତ୍ରୀଙ୍କୁ ସୋଆରେ ପ୍ରଶିକ୍ଷଣ ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇବା ନେଇ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା

            ଏହି ଅବସରରେ ବାଂଜୁଙ୍ଗର ରାଜା ଡକ୍ଟର କାମ୍ଗା କହିଥିଲେ ଯେ କ୍ୟାମେରୁନ୍ରେ ଏକ ମେଡିକାଲ୍ କଲେଜ ଆରମ୍ଭ କରିବା ନେଇ ସୋଆର ସହଯୋଗ ଆବଶ୍ୟକ ସେହିପରି ଚିକିତ୍ସା ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ନିମନ୍ତେ କ୍ୟାମେରୁନ୍ ରୋଗୀମାନେ ସୋଆ ପରିଚାଳିତ ହସ୍ପିଟାଲଗୁଡ଼ିକୁ ଆସିବା ନେଇ ସେ ଗୁରୁତ୍ଵ ଦେଇଥିଲେ

       ପ୍ରଫେସର ନନ୍ଦ କହିଥିଲେ ଯେ ପ୍ରତିନିଧୁମାନେ ସୋଆର ବିଭିନ୍ନ ଅନୁଷ୍ଠାନ ବୁଲିବା ସହିତ ଏହା କିଭଳି ଭାବେ ପରିଚାଳିତ ସେ ବିଷୟରେ ଜ୍ଞାନ ଆହରଣ କରିଥିଲେ ସକାଳେ ପ୍ରତିନିଧି ଦଳ ସୋଆ ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପରିଦର୍ଶନରେ ଯାଇଥିଲେ ସେଠାରେ ଆସିଷ୍ଟାଟ ପ୍ରଫେସର ଥିବା ପ୍ରଫେସର ସଂଦୀପ୍ତା ପାଢ଼ୀଙ୍କ ଦ୍ଵାରା ଲିଖୁତସରୋଗେସି ଇନ୍ ଗ୍ଲୋବାଲାଇଜ୍ ୱର୍ଚ୍ଚପୁସ୍ତକକୁ ବାଂଜୁଙ୍ଗ୍ ରାଜା ଉନ୍ମୋଚିତ କରିଥିଲେ ସେଠାରେ ପ୍ରଫେସର ମରିସ୍ କାମ୍ଗାଏବିସି ଅଫ୍ ଦି ଇନଟରନ୍ୟାସ୍ନାଲ୍ ଅଫ୍ ଦି ସିପ୍ରସଙ୍ଗରେ ଏକ ବକ୍ତବ୍ୟ ରଖୁଥିଲେ ଏଥିରେ ଶିକ୍ଷାନୁଷ୍ଠାନର ଡିନ୍ ପ୍ରଫେସର ଏସ୍. . କେ.ଆଜାଦଙ୍କ ସହିତ ଅଧ୍ୟାପକ ଅଧ୍ୟାପିକା ଛାତ୍ରଛାତ୍ରୀ ଯୋଗ ଦେଇଥିଲେ

        ସୋଆ ଇନ୍ନ୍ଟରନ୍ୟାସ୍ନାଲ୍ ରିଲେସନ୍ସ ଆଉଟରିଚ୍ ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ଅତିଥି ପରିଚୟ ଦେବା ସହିତ ପ୍ରତିନିଧି ଦଳଙ୍କୁ ପରିଦର୍ଶନରେ ସକ୍ରିୟ ସହାୟତା ଯୋଗାଇଥିଲେ ରବିବାର ଦିନ ଡେଲିଗେସନ୍ ସୋଆରେ ଅଧୟନରତ କ୍ୟାମେରୁନ୍ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget