loading...

ୟୁକୋ ବ୍ୟାଙ୍କ ପକ୍ଷରୁ ବୈଠକ ଆୟୋଜିତ

ଭୁବନେଶ୍ୱର  ଡିସେମ୍ବର ୨୦୨୩




ବିକଶିତ ଭାରତ ସଂକଳ୍ପ ଯାତ୍ରା ଆନୁକୁଲ୍ୟରେ ବାରଙ୍ଗ ପଞ୍ଚାୟତ ସମତି ଅନ୍ତର୍ଗତ ଦାଢା ପାଟଣା ଗ୍ରାମ ପଞ୍ଚାୟତରେ ଏକ ବିଶାଳ ସଭାର ଆୟୋଜନ ହୋଇଥିଲା ଯେଉଁଥିରେ କେନ୍ଦ୍ର, ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାଗୁଡିକର ଉପଲବ୍ଧି ବିଷୟରେ ସଭାରେ ଉପସ୍ଥାପନା କରିଥିଲେ। ଏହି ସଭା ପରିସରରେ ବିଭିନ୍ନ ବ୍ୟାଙ୍କ, ନାବାର୍ଡ, ସରକାରୀ ବିଭାଗ, ୟୁକୋ ବ୍ୟାଙ୍କ ଏବଂ ୟୁକୋ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ସଂସ୍ଥା, କଟକର ଆର୍‌ସେଟି ବଜାର ଷ୍ଟଲଗୁଡିକ କେନ୍ଦ୍ର ମନ୍ତ୍ରୀ ପରିଦର୍ଶନ କରିଥିଲେ। ଉକ୍ତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଜିଏମ୍, ଆଇଓସିଓଲ, ଜିଏମ୍, ନାବାର୍ଡ, ଜିଏମ୍, ଏସ୍‌ବିଆଇ, ଜିଏମ୍‌ପିଏନ୍‌ବି, ଜିଏମ୍ ୟୁକୋ ବ୍ୟାଙ୍କ, ଡିଡିଏମ୍ ନାବାର୍ଡ, ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ କଟକ, ଏଲ୍‌ଡିଏମ୍ କଟକ, ବିଡିଓ, ବାରଙ୍ଗ, ନିର୍ଦ୍ଦେଶକ, ଆର୍‌ସେଟି, କଟକ ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget