loading...

ଅଲ୍ ଇଣ୍ଡିଆ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଅଫିସର୍ସ ଆସୋସିଏସନ୍‌ର ବାର୍ଷିକ ସାଧାରଣ ସଭା ବୈଠକ

ଭୁବନେଶ୍ୱର  ଡିସେମ୍ବର ୨୦୨୩






ଅଲ୍ ଇଣ୍ଡିଆ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଅଫିସର୍ସ ଆସୋସିଏସନ୍, ଭୁବନେଶ୍ଵର ସର୍କଲ ପକ୍ଷରୁ ଏକ ବାର୍ଷିକ ସାଧାରଣ ସଭା ବୈଠକ ଭୁବନେଶ୍ଵରର ହୋଟଲ ସ୍ଵସ୍ଥି ପ୍ରିମିୟମ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଭୁବନେଶ୍ଵର ସର୍କଲ ଅନ୍ତର୍ଗତ ବିଭିନ୍ନ ଶାଖାରୁ ପାଞ୍ଚ ଶହରୁ ଉର୍ଦ୍ଧ୍ବ ଅଧିକାର ତଥା ରାଜ୍ୟର ଅନ୍ୟାନ୍ୟ ସର୍କଲରୁ ବହୁ ସଂଖ୍ୟକ ବ୍ୟକ୍ତି ଯୋଗ ଦେଇଥିଲେ। ଓଡିଶା ରାଜ୍ୟ ସର୍କଲ ସେକ୍ରେଟାରୀ ତଥା ରାଜ୍ୟ ସହ ସାଧାରଣ ସମ୍ପାଦକ ବୈଲୋଚନ ସାହୁଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଆଇପିଏନ୍‌ବିଓଏର ସେଣ୍ଟ୍ରାଲ ବଡି ସଭାପତି କମ୍ରେଡ୍ ଶ୍ରୀକୁମାର କେ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ। ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ପ୍ରବନ୍ଧକ ଏ ଉଦୟ ଭାଷ୍କର ରେଙ୍ଗି ମୁଖ୍ୟ ଅତିଥି ରୂପେ ଏଥିରେ ଯୋଗ ଦେଇଥିଲେ। ସର୍କଲ ସେକ୍ରେଟାରୀ ବୈଲୋଚନ ସାହୁ ଭୁବନେଶ୍ୱର ଅଞ୍ଚଳ ଅନ୍ତର୍ଗତ ଅଧୁକାରୀମାନଙ୍କ ବିଭିନ୍ନ ଅସୁବିଧା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଶ୍ରୀ ରେଙ୍ଗି ମ୍ୟାନେଜମେଣ୍ଟ ଓ ଆସୋସିଏସନ ପରସ୍ପର ପରିପୂରକ ଅଟନ୍ତି ଏବଂ ବ୍ୟାଙ୍କ ତଥା ଅଧକାରୀମାନଙ୍କ ସୁବିଧା ପାଇଁ ମିଳିମିଶି କାମ କରିବା ଉଚିତ୍ ବୋଲି କହିଥିଲେ। ଶ୍ରୀକୁମାର ଅଫିସର୍ସ କମ୍ୟୁନୀଟିର ବିଭିନ୍ନ ଅସୁବିଧା ଉପରେ ଆଲୋକପାତ କରିବା ସହ ଉପସ୍ଥିତ ସଦସ୍ୟମାନଙ୍କୁ ଏକଜୁଟ୍ ହୋଇ ରହିବା ପାଇଁ ଅନୁରୋଧ କରିଥିଲେ। ଏହି ଅବସରରେ ଭୁବନେଶ୍ଵର ସର୍କଲ ମୁଖ୍ୟ ଲକ୍ଷ୍ମୀକାନ୍ତ ମିଶ୍ର, ସମ୍ବଲପୁର ସର୍କଲ ମୁଖ୍ୟ ଅଜିତ କୁମାର ମେହେର, କଟକ ସର୍କଲ ମୁଖ୍ୟ ଜଗବନ୍ଧୁ ପାଢୀ, ଭୁବନେଶ୍ଵର ଆଞ୍ଚଳିକ କାର୍ଯ୍ୟାଳୟର ଉପ-ମହାପ୍ରବନ୍ଧକ ଜନ୍ମେଜୟ ଦିକ୍ଷୀତ, କଟକ ସର୍କଲ ସେକ୍ରେଟାରୀ ଦୀପକ ପ୍ରଧାନ, ବାଲେଶ୍ଵର ସର୍କଲ ସେକ୍ରେଟାରୀ ଅକାଶ ଦାସ, ବ୍ରହ୍ମପୁର ସର୍କଲ ସେକ୍ରେଟାରୀ ପି ସନ୍ତୋଷ ପାତ୍ର ଏବଂ ବାଲେଶ୍ଵର ସର୍କଲ ସେକ୍ରେଟାରୀ ସୁଜିତ ବେହେରା, ଏଆଇପିଏନ୍‌ବିଓଏର ପୂର୍ବତନ ଅଧ୍ଯକ୍ଷ ପ୍ରମୋଦ କୁମାର ମେକାପ, ଉପଦେଷ୍ଟା ଅରବିନ୍ଦ ଶତପଥୀ, ଉପଦେଷ୍ଟା ଶରତ ମିଶ୍ର, ଉପଦେଷ୍ଟା ସଞ୍ଜୟ ଶୁକ୍ଳା ଏବଂ ଉପଦେଷ୍ଟା ଅରବିନ୍ଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ବ୍ୟାଙ୍କର ବରିଷ୍ଠ ଅଧିକାରୀଗଣ ମଧ୍ୟ ଉପସ୍ଥିତ ଥିଲେ। ଭୁବନେଶ୍ଵର ସର୍କଲର ସଭାପତି ପ୍ରଫୁଲ୍ଲ କୁମାର ଦଳେଇ ଏହି କାର୍ଯ୍ୟକ୍ରମର ଅଧ୍ଯକ୍ଷତା କରିଥିଲେ। ବିଶ୍ଵ ଭୂଷଣ ମିଶ୍ର ଧନ୍ୟବାଦଙ୍କ ଧନ୍ୟବାଦ ଅର୍ପଣ ସହିତ ଜାତୀୟ ସଂଗୀତ ଗାନ କରାଯାଇ କାର୍ଯ୍ୟକ୍ରମର ପରିସମାପ୍ତ ହୋଇଥିଲା।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget