loading...

ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ

ଭୁବନେଶ୍ୱର  ଡିସେମ୍ବର ୨୦୨୩





ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ସମଗ୍ର ହିନ୍ଦୁ ସମାଜର ଆରାଧ୍ଯ ଏବଂ କୋଟି ଓଡ଼ିଆଙ୍କ ଅସ୍ଥା,ବିଶ୍ବାସ ସଂସ୍କୃତିର ପ୍ରାଣକେନ୍ଦ୍ର ତଥା ଜାତିର ପରିଚୟ ଜଗନ୍ନାଥ ଓଡ଼ିଆ ଜାତିର ପ୍ରାଣ I ଶ୍ରୀ ଜଗନ୍ନାଥ ନଥୁଲେ ଓଡ଼ିଆ ଜାତିର ପରିଚୟ ନଥାନ୍ତା | ବଡ଼ ଠାକୁରଙ୍କୁ ନେଇ ଆମେ ବିଶ୍ବରେ ଏତେ ଗର୍ବ ବି କରିପାରି ନଥାନ୍ତେ I ସେ ଭକ୍ତର ଭଗବାନ ଭାବର ଠାକୁର, କିନ୍ତୁ ଦୁଃଖର ବିଷୟ ବର୍ତ୍ତମାନର କ୍ଷମତାସିନ ସରକାରରେ ଶ୍ରୀମନ୍ଦିରରେ ବିଭିନ୍ନ ପ୍ରକାରର ବିଶୃଙ୍ଖଳା ତଥା ଅଣପାରମ୍ପରିକ ଭାବରେ ବିଭିନ୍ନ ନୀତି କାନ୍ତି ଠାରୁ ନେଇ ଦର୍ଶନ ପର୍ଯ୍ୟନ୍ତ ଅବ୍ୟବସ୍ଥା କରାଯାଉଅଛି ତାହା ବ୍ୟଥା ଏବଂ ବେଦନାର ବିଷୟ ଅଟେ ଯେପରି ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ସଂଲଗ୍ନ ମଠ ଗୁଡ଼ିକୁ ଧୂଳିସାତ କରାଗଲା ପରିକ୍ରମା ପ୍ରକଳ୍ପ ନାମରେ ଉତ୍କଳର ପୁରାତନ ଐତିହ୍ୟ କୀର୍ତିରାଜକୁ ଭୁଲୁଷ୍ଟିତ କରାଗଲା ସୌନ୍ଦର୍ଯ୍ୟ କରଣ ନାମରେ, ରଘୁନନ୍ଦନ ପାଠାଗାର ଭଳି ପୁରାତନ ଅନୁଷ୍ଠାନ କେଉଁଠି ଆଜି ସମସ୍ତଙ୍କୁ ଅଗୋଚର | ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାକୁ ଯାଇ ତିନି ଦ୍ବାର ବନ୍ଦ୍ କରି ଘଣ୍ଟା ଘଣ୍ଟା ସମୟ ଧାଡ଼ିରେ ଠିଆ ହୋଇ ଆଗନ୍ତୁକ ଭକ୍ତ ମାନଙ୍କର ଦୁର୍ଦ୍ଦଶା ସମସ୍ତ ଗଣମାଧ୍ୟମରେ ପ୍ରକାଶିତ ଅତଏବ ଶୃଙ୍ଖଳା ନାମରେ ବିଶୃଙ୍ଖଳା ଚରମ ସୀମା ଅନୁମେୟ।

     ସବୁଠାରୁ ସ୍ପର୍ଶକାତର ବିଷୟ ରତ୍ନଭଣ୍ଡାର ସୁରକ୍ଷିତ ତୋ? ସେ ପ୍ରସଙ୍ଗରେ ଯେଉଁଭଳି ଭାବରେ ଚଞ୍ଚକତା କରାଗଲା କାହାକୁ ଅଛପା ନାହିଁ ଚାବି ହଜିବା ନକଲି ଚାବି ମିଳିବା ତା ପରେ ମଧ୍ଯ ରନ୍ଭଣ୍ଡାର ଖୋଲା ନହୋଇପାରିବା କେଉଁଠି ନା କେଉଁଠି ଭକ୍ତ ମାନଙ୍କର ମନରେ ବିଭିନ୍ନ ପ୍ରକାରର ଆଶା, ଆଶଙ୍କା ସନ୍ଦେହ କୁ ଦୃଢୀଭୂତ କରୁଛି ଯାହା ଚିନ୍ତାଜନକ ବିଷୟ ସନାତନ ହିନ୍ଦୁ ଧର୍ମର ସର୍ବୋଚ୍ଚ ଧର୍ମ ଗୁରୁ ଶ୍ରୀମନ୍ଦିର ବ୍ୟବସ୍ଥା ବଳରେ ଯିଏ ପ୍ରମୁଖ ମାର୍ଗଦର୍ଶକ ସୁକୃତି ପ୍ରାପ୍ତ ପୁରୀ ଗୋବର୍ଦ୍ଧନ ମଠ ପୂଜ୍ୟ ଜଗତ ଗୁରୁ ଶଙ୍କରାଚାର୍ଯ୍ୟଙ୍କ ଠାରୁ ଶ୍ରୀମନ୍ଦିର ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ରାଜ୍ୟ ସରକାର କୌଣସି ପ୍ରକାରର ପରାମର୍ଶ ନଲୋଡ଼ିବା ଏବଂ ସେହି ବିଷୟ କୁ ନେଇ ପୂଜ୍ୟ ଶଙ୍କରାଚାର୍ଯ୍ୟ ଗଣମାଧ୍ଯମରେ କ୍ଷୋଭ ପ୍ରକାଶ କରିବା ରାଜ୍ୟ ସରକାରଙ୍କ ହିନ ମାନସିକତା ପଦାରେ ପକାଉଛି 

       ନିଜର ଏକ ପାଖୁଆ ବିଚାରକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବ୍ୟବସ୍ଥା ନୀତି କାନ୍ତି ଉପରେ ରାଜ୍ୟ ସରକାର ଶୃଙ୍ଖଳା ନାମରେ ସବୁ ସମୟରେ ଲଦି ଦେବାପାଇଁ ଚେଷ୍ଟା କରୁଛନ୍ତି ସନାତନ ପରମ୍ପରାରେ ଡିସେମ୍ବର ୩୧ ଜାନୁଆରୀ ରେ କୌଣସି ମହତ୍ତ୍ବ ନଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ମହାପ୍ରଭୁଙ୍କ ରାତ୍ର ପହୁଡ଼ ନୀତିକୁ ବନ୍ଦ୍ କରି ମହାପ୍ରଭୁଙ୍କୁ ରାତି ଅନିଦ୍ରା କରି ଦର୍ଶନ କରାଇବା ପାଇଁ ନିଷ୍ପତି କରିଛନ୍ତି ଯାହା ନିତିକାନ୍ତି ପରମ୍ପରା ଉପରେ ଶକ୍ତ ଆଘାତ ଅଟେ | ନିଜେ ଇତିହାସ ପୁରୁଷ ବନିବା ପାଇଁ ଆମର ଥୁବା ନୀତି, କାନ୍ତି, ପରମ୍ପରା, ସଂସ୍କୃତି, ଐତିହ୍ୟକୁ ଦଳି ଚକଟି ଦେବାର ଅଧିକାର ରାଜ୍ୟ ସରକାରଙ୍କୁ କିଏ ଦେଲା ? ଆଜି ସମୟ ଆସିଛି ପ୍ରତ୍ୟେକ ସଚେତନ ସମ୍ବେଦନଶୀଳ ଓଡ଼ିଆ ନିଜର ଆରାଧ୍ଯ ଶ୍ରୀଜଗନ୍ନାଥ ଥା ଆମର ମହାନ୍ସଂସ୍କୃତିକୁ ସୁରକ୍ଷା ଦେବା ପାଇଁ ଆମ ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିବ 

  ଉପରୋକ୍ତ ବିଷୟକୁ ନେଇ ଆଗାମୀ ଦିନରେ ସାରା ଓଡ଼ିଶାରେ ବ୍ୟାପକ ଜନ ଆନ୍ଦୋଳନ କରାଯିବ ବୋଲି ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନର ) ଅଧ୍ୟକ୍ଷ ଶ୍ରୀ ସୁଦର୍ଶନ ନାୟକ ଶ୍ରୀ ମହେଶ ସାହୁ ଏହି ପ୍ରେସ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget