loading...

ରାଜ୍ୟ ରାଜକୋଷକୁ ଲୁଟ୍ କରି ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ମାଧ୍ଯମରେ କଲେଜ କ୍ୟାମ୍ପସରେ ଦଳୀୟ ପ୍ରଚାର କରୁଛନ୍ତି ବିଜେଡି ସରକାର : ଅଭିଳାଷ ପଣ୍ଡା

ଭୁବନେଶ୍ୱର  ଡିସେମ୍ବର ୨୦୨୩




ରାଜ୍ୟର ସମସ୍ତ ଯୋଜନା ବିଜେଡିକରଣ କରିବାରେ ବ୍ୟସ୍ତ ରାଜ୍ୟ ସରକାର ଓଡିଶାର ସମସ୍ତ କଲେଜ ପରିସର ଗୁଡ଼ିକରେ ମଧ୍ୟ ଆଗମୀ ସାଧାରଣ ନିର୍ବାଚନ ପାଇଁ ନିଜ ଦଳୀୟ ପ୍ରଚାର ଆରମ୍ଭ କରିଦେଇଛି। ୧୫ ଦିନ ଧରି ଓଡ଼ିଶାର ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ଓ ଅନ୍ୟାନ୍ୟ କଲେଜର ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଦଳୀୟ ଚିହ୍ନ ଏବଂ ନବୀନ ବାବୁଙ୍କ ଫୋଟ ରଖ୍ ପ୍ରଚାର କରୁଛି ବିଜେଡି। ଓଡ଼ିଶାରେ ଆଜି ଶିକ୍ଷାର ଅବନତି ଘଟୁଥିବା ସମୟରେ କ୍ୟାମ୍ପସରେ ମାଳ ମାଳ ସମସ୍ୟା ପାହାଡ଼ ଭଳି ଠିଆ ହୋଇଥିବା ସମୟରେ ରାଜ୍ୟ ସରକାର ଓଡିଶାର ରାଜ୍ୟକୋଷକୁ ଲୁଟ୍ କରି ଆଜି ରାଜ୍ୟର ଜନତାଙ୍କ ଅର୍ଥରେ ନିଜ ଦଳୀୟ ପ୍ରଚାର କରୁଛି I ଯେଉଁ ଟଙ୍କା ଶିକ୍ଷାର ବିକାଶରେ ଲାଗିବା କଥା ସେ ଟଙ୍କା ନବୀନ ବାବୁଙ୍କ ନିଜ ଦଳର ପ୍ରଚାରରେ ଲାଗୁଛି I ୧୦୦ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ବିଗତ ୧୫ ଦିନ ରେ ନିଜ ଦଳୀୟ ପ୍ରଚାର ପାଇଁ ଓଡ଼ିଶାର କଲେଜ କ୍ୟାମ୍ପସରେ ଖର୍ଚ୍ଚ କରିସରିଛନ୍ତି ନବୀନ ବାବୁ । ଅନ୍ୟ ପକ୍ଷରେ ଓଡିଶା ର ସମସ୍ତ ୪୮୮ ଏବଂ ୬୬୨ ବର୍ଗର ମହବିଦ୍ୟାଳୟ ଅଧ୍ୟାପକ ମାନେ ରିଲ୍ଲେ ଧାରଣା ରେ ୯ ମାସ ଧରି ବସିଛନ୍ତି । ଏହି କାର୍ଯ୍ୟକ୍ରମ ପାଇଁ ଦିଆଯାଇଥିବା ଅର୍ଥର ବଡ ଅଂଶ କେବଳ କ୍ୟାମ୍ପସରେ ନବୀନ ବାବୁଙ୍କ ବ୍ୟାନର ମାରିବାକୁ ସରକାରୀ ନିର୍ଦ୍ଦେଶିକାରେ କୁହାଯାଇଥିବା ଦୁର୍ଭାଗ୍ୟଜନକ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା କହିଛନ୍ତି।

ଆଜି ବ୍ରହ୍ମପୁରରେ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ପଣ୍ଡା କହିଛନ୍ତି, ୧୦୦ ରୁ ୨୦୦ ସଂଖ୍ୟାରେ ଛାତୁଥିବା କଲେଜକୁ ଦିଆଯାଇଥିବା ୧.୫ଲକ୍ଷ ଟଙ୍କାରୁ ୨୦,୦୦୦ କେବଳ ବ୍ୟାନର ଲାଗିବା ପାଇଁ, ସେହିଭଳି ୨୦୦୦ ଛାତ୍ରଙ୍କ କ୍ୟାମ୍ପସ ପାଇଁ ପ୍ରଦତ ୯ଲକ୍ଷରୁ ୧ଲକ୍ଷ କେବଳ ବ୍ୟାନର ମାରିବା ପାଇଁ ଖର୍ଜ ନିର୍ଦ୍ଦେଶିକାରେ ସୂଚିତ ହୋଇଚି।ଗୋଟିଏ କଲେଜ କ୍ୟାମ୍ପସ ରେ ୨୦ ହଜାରରୁ ୧ଲକ୍ଷ ପର୍ଯ୍ୟନ୍ତ ନବୀନ ବାବୁଙ୍କ ଫୋଟ ଥିବା ବ୍ୟାନର ଲାଗିବା ପରେ, କ୍ୟାମ୍ପସ ଏବଂ ବିଜେଡି କାର୍ଯ୍ୟାଳୟ ଭିତରେ ଫରକ୍ କଣ ରହିଲା ବୋଲି ଯୁବ ମୋର୍ଚ୍ଚା ସଭାପତି ପ୍ରଶ୍ନ କରିଛନ୍ତି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ନବୀନ ବାବୁଙ୍କ ନେତୃତ୍ବଧନ ସରକାର ସେତେବେଳେ ବିଜୁ ଯୁବବାହିନୀ ନାମରେ ଗୋଟେ ଫାର୍ସ କରି ୪୫୦ କୋଟି ଟଙ୍କା ଆମ ରାଜ୍ୟର ଆପରିକାଳୀନ ପ୍ରାବନ୍ଧନ ପାଇଁ ଉଦ୍ଦିଷ୍ଟ ଥ‌ିବା ପାଣ୍ଠିକୁ ହଡ଼ପ କରି ବାଟମାରଣା କରି ଅଗଣତାତ୍ତ୍ୱିକ ଭାବେ ନେଇ ଓଡ଼ିଶାର ଗାଆଁ ମାନଙ୍କରେ ହଜାର ହଜାର ମଦୁଆ ତିଆରି କରିବା ପାଇଁ ସେହି ପାଣ୍ଠିକୁ ବ୍ୟବହାର କରାଯାଇଥିଲା I ଆଜି ବିଜୁ ଯୁବବାହିନୀର ସ୍ଥିତି ଓଡ଼ିଶା ବାସୀଙ୍କ ପାଖରେ ଅଛପା ନାହିଁ ।

ସେହିଭଳି ଓଡ଼ିଶାର ନୂଆ ଭୋଟରଙ୍କ ପାଖରେ ନିଜ ଦଳର ପ୍ରଚାର ପ୍ରସାର କରିବା ପାଇଁ ଆଜି ବିଜେଡି ପୁଣି ରାଜ୍ୟ ରାଜକୋଷରୁ ୧୦୦ କୋଟିରୁ ଅଧିକ ଟଙ୍କା ଲୁଟ୍ କରି ଯୁବକ ମାନଙ୍କ ବିକାଶ କରିବା ନାଆଁରେ କଲେଜ କ୍ୟାମ୍ପସରେ ଦଳୀୟ ଚିହ୍ନ ଏବଂ ନବୀନ ବାବୁଙ୍କ ଫୋଟ ଲଗାଇ ସ୍ଥାନୀୟ ନେତାଙ୍କ ଉପସ୍ଥିତିରେ ଯୁବପିଢି କୁ ନିଜ ଆଡକୁ ଆଣିବା ପାଇଁ ଏଭଳି ପ୍ରହେଳିକା କରୁଛି ବିଜେଡି । ତା ୩୦୧୦ ରିଖରେ ଏକ ସରକାରୀ ଚିଠିରେ (ଚିଠି ନମ୍ବର:୯୧୦୬) କଲେଜ ଅଧ୍ଯକ୍ଷମାନଙ୍କୁ କାର୍ଯ୍ୟକ୍ରମ ମାନଙ୍କରେ ସ୍ଥାନୀୟ ନେତାମାନଙ୍କୁ ଅତିଥୁ ନ ଡାକିବା ଦ୍ବାରା ଉଦେସ୍ୟ ସାଧୂତ ହୋଇପାରୁନି ବୋଲି ଉଲ୍ଲେଖ ଅଛି।ଏହା କାର୍ଯ୍ୟକ୍ରମ ପଛରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟକୁ ସାମ୍ନାକୁ ଆଜିସରିଚି। ଗୋଟିଏ ପଟେ ସିଏଜି ରିପୋର୍ଟର ଖୁଲସା ଅନୁସାରେ,ଯୋଜନା ପ୍ରଚାର ଅଭାବରୁ ଓଡ଼ିଶାରେ ୪୨% ଅନୁସୂଚିତ ଜାତି ଜନଜାତି ଛାତ୍ରଛାତ୍ରୀ ପୋଷ୍ଟ ମାଟ୍ରିକ ସ୍କୋଲାରସିପରୁ ବଞ୍ଚିତ ହେଲେ । ଏଠି ସରକାରୀ ପଇସାରେ ଦଳିତ ଏବଂ ଆଦିବାସୀ ବିରୋଧୀ ରାଜ୍ୟ ସରକାର ନିଜ ପ୍ରଚାରରେ ବ୍ୟସ୍ତ ରହିବା ଦୁର୍ଭାଗ୍ୟଜନକ।ଅଧ୍ୟାପକ ନଥିବା, ସ୍ଥାୟୀ ଅଧ୍ଯକ୍ଷ ନ‌ଥିବା, କ୍ୟାମ୍ପସରେ ଖେଳ ପଡିଆ, ଥୁଏଟର, ଲାଇବ୍ରେରୀ ନଥିବା ଅବସ୍ଥାରେ IYDP କାର୍ଯ୍ୟକ୍ରମରେ ସରକାରୀ ପଇସାକୁ ନିଜ ପ୍ରଚାର ପାଇଁ ବ୍ୟବହାର କରି ଯେଉଁ ଭାଣ୍ଡାମୀ କରାଯାଉଛି ତାହା ନିନ୍ଦାଜନକ ବୋଲି ଶ୍ରୀ ପଣ୍ଡା କହିଛନ୍ତି। 

ରାଜ୍ୟ ସରକାର ଓଡ଼ିଶାର ଯୁବକଙ୍କୁ ୨୦୧୯ରେ ବିଜୁ ଯୁବାବାର୍ପିନୀ ମାଧ୍ୟମରେ ଯେଉଁ ଧୋକା ଦେଇଛନ୍ତି ତାର ଜବାବ ଓଡ଼ିଶାର ଯୁବକ ୨୦୨୪ ସାଧାରଣ ନିର୍ବାଚନରେ ନବୀନ ବାବୁଙ୍କୁ ଦେବେ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀ ରେ ରାଜ୍ୟ ସମ୍ପାଦକ ଚୁଚୁନ ପାତ୍ର, ରାଜ୍ୟ ସଂଯୋଜକ ଆକାଶ ସାହୁ, ଗଞ୍ଜାମ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ଦୁଇ ସାଧାରଣ ସଂପାଦକ ସୋମନାଥ ପାତ୍ର ଏବଂ ରବି ରାଓ ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget