ଭୁବନେଶ୍ୱର ୨ ଡିସେମ୍ବର ୨୦୨୩
ଗତ ବିଧାନସଭା ଅଧିବେସନରେ ଜବାବ୍ ରଖି ରାଜ୍ୟ ସରକାର ଜିଲ୍ଲାଓ୍ବାରୀ ଦାଦନ ଶ୍ରମିକଙ୍କ ତାଲିକା ଘୋଷଣା କରିଥିଲେ । ରାଜୟ ସରକାରଙ୍କ ଏହି ମିଛ ତାଲିକାର ଅସଲ ମୁଖା ଗତ କାଲି ପର୍ଦାଫାଶ ହୋଇଛି ଓ ଓଡିଆ ଦାଦନ ଶ୍ରମିକଙ୍କ ଅବସ୍ଥାଲ ଲଜ୍ୟାଜନକ ସ୍ଥିତିକୁ ସାମ୍ନାକୁ ଆଣିଛି । ଭଦ୍ରକ ଜିଲ୍ଲାରୁ ଜଣେ ହେଲେ ପ୍ରବାସୀ ଶ୍ରମିକ ଅନ୍ୟ ରାଜ୍ୟକୁ ଯାଇନଥୁବା ରାଜ୍ୟ ସରକାର ବିଧାନସଭାରେ କହିଥିଲାବେଳେ ଓଡ଼ିଶାକୁ ଏବେ ସୁଦ୍ଧା ଉତରାଖଣ୍ଡରୁ ଫେରିନଥିବା ଜଣେ ଶ୍ରମିକଙ୍କ ଘର ଭଦ୍ରକ ଜିଲ୍ଲା ବାସୁଦେବପୁର ଅଂଚଳର ବୋଲି ଜଣାପଡିଛି । ଏକଥା ଯଦି ସତ ତେବେ ସରକାରଙ୍କର ବିଧାନସଭାରେ ଦେଇଥିବା ଉତର ଜଣ ମିଛ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ତେଜେଶ୍ଵର ପରିଜା ପ୍ରଶ୍ନ କରିଛନ୍ତି ।
ଶ୍ରୀ ପରିତା କହିଛନ୍ତି ଯେ, ଗତକାଲି ମୟୂରଭଞ୍ଜ ଜିଲ୍ଲାର ୩ଜଣ ଶ୍ରମିକ ରାଜୁ ନାୟକ, ଧୀରେନ ନାୟକ ଓ ବିଶେଶ୍ୱର ନାୟକ ଓଡ଼ିଶା ଫେରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବାବେଳେ ବିଧାନସଭାରେ ରାଜ୍ୟ ସରକାର ଉତର ରଖୁଥୁଲେ ଯେ, ମୟୂରଭଞ୍ଜ ଜିଲ୍ଲାରୁ ମାତ୍ର ୧୦ଜଣ ପ୍ରବାସୀ ଶ୍ରମିକ ଓଡ଼ିଶା ବାହାରକୁ ଯାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା ୩ଜଣ ଶ୍ରମିକଙ୍କ ନାମ ବିଧାନସଭା ଉତରରେ ଥିବା ୧୦ଜଣ ତାଲିକାରେ ଅଛି ତ? ସେହିପରି ଗତକାଲି ଓଡି଼ଶା ଫେରି ନଦୀନ ନିବାସ ଯାଇଥୁବା ନବରଙ୍ଗପୁର ଜିଲ୍ଲାର ଭଗବାନ ବାତ୍ରାଙ୍କର ନାମ ସରକାରଙ୍କ ବିଧାନସଭା ଉତରର ସେହି ଜିଲ୍ଲାର ୪୦୩ଜଣ ତାଲିକା ମଧ୍ୟରେ ଅଛି ତ ? ଖୋଦ୍ ଶ୍ରମମନ୍ତ୍ରୀ ସାରଦା ନାୟକଙ୍କ ନିଜ ଜିଲ୍ଲା ସୁନ୍ଦରଗଡରୁ କେହି ହେଲେ ଜଣେ ବି ଶ୍ରମିକ ଅନ୍ୟ ରାଜ୍ୟକୁ କାମ କରିବାକୁ ଯାଇନଥୁବା ବିଧାନସଭାରେ ସରକାର ଇତର ରଖିଲେ । ମାତ୍ର ସୁନ୍ଦରଗଡ ଜିଲ୍ଲା ବଡଗାଁ ବ୍ଲକର ବାମଡେରା ଗାଁର ମିଶ୍ର ମାଝୀ ନାମକ ଦାଦନ ଶ୍ରମିକ ଓ ସେହି ବ୍ଲକର ଅନ୍ୟ ଜଣେ ଶ୍ରମିକଙ୍କ ମୃତଦେହ ଗତକିଛିମାସ ମଧ୍ୟରେ ରାଜ୍ୟକୁ ଫେରିଛି । ମିଶ୍ର ମାଝୀଙ୍କର ମୃତ୍ୟୁ ପ୍ରମାଣପତ୍ର ଓ ମୃତଦେହ ଆସିଥିବା “ଇଣଗୋ ବିମାନ” ଟିକେଟ୍ର କପି ଆମକୁ ହସ୍ତଗତ ହୋଇଛି । ସେହି ଜିଲ୍ଲାର ସବଡେଗା ବ୍ଲକର ଅନ୍ୟ ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ କିଛି ଦିନ ପୂର୍ବରୁ ବାହାର ରାଜ୍ୟରେ ହୋଇଛି । ଏସମସ୍ତ ଉଦାହରଣ ସୁନ୍ଦରଗଡ ଜିଲ୍ଲାରୁ ‘ଶୂନପ୍ରବାସୀ ଶ୍ରମିକ' ବିଧାନସଭାରେ ଘୋଷଣାକୁ ମିଛ ପ୍ରମାଣିତ କରିଛି । ସେହିଭଳି ବଲାଙ୍ଗିର ଜିଲ୍ଲା ଲୁଇସିଙ୍ଗା ବ୍ଲକ ଫଟାବାହଳ, ପୁଇଁତଳା ବ୍ଳକର ବିଲେଇସତା ଓ ଆଗଳପୁର ବ୍ଲକର ଖଲିଆପାଲିରୁ ଜଣେ ଲେଖାଏ ଚାଦନଶ୍ରମିକଙ୍କ ମୃତ୍ୟୁ ଅନ୍ୟ ରାଜ୍ୟରେ କିଛିମାସ ମଧ୍ୟରେ ହୋଇଛି । କିଛିମାସ ପୂର୍ବରୁ କୋରାପୁଟ ଜିଲ୍ଲାର କିଛି ଦାଦନ ଶ୍ରମିକ ଆନ୍ଧ୍ରପ୍ରଦେଶର ଭାଇଜାଗ୍ରୁ ଚାଲି ଚାଲି କୋରାପୁଟ ଫେରୁଥିବାର ଚିତ୍ର ଗଣମାଧ୍ୟମମାନେ ସାମ୍ନାକୁ ଆଣିଥିଲେ । ସମ୍ବଲପୁର ଜିଲ୍ଲା ଧନକରତା ଦୂକର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ କାନ୍ତା କୁମାର ଯିଏ ୧୯୯୭ ରୁ ୨୦୦୧ ପର୍ଯ୍ୟନ୍ତ ଦୂକ ଅଧ୍ଯକ୍ଷା ଥିଲେ ସେ ଏବେ ତାମିଲନାଡୁରେ ନିଜ ପୁଅ ସହ ଦାଦନ ଶ୍ରମିକଭାବେ କାର୍ଯ୍ୟ କରୁଥିବା ଖବର ଆମ ସମସ୍ତଙ୍କୁ ବ୍ୟସ୍ତ କରିଛି ବୋଲି ଶ୍ରୀ ପରିକା କହିଛନ୍ତି ।
- ଓଡ଼ିଶାରେ ଦାଦନ ଶ୍ରମିକ ସୃଷ୍ଟି କରି ଧନ୍ୟବାଦ ନେଉଛନ୍ତି ମୁଖ୍ୟମନ୍ତ୍ରୀ
- ରୋଜଗାର ସୃଷ୍ଟି କରିବାରେ ବିଫଳ ହୋଇଥିବାରୁ ଦାଦନ ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି
- ରାଜ୍ୟ ସରକାର ନିଜ ଦୋଷକୁ ଲୁଚାଇବା ପାଇଁ ବିଧାନସଭାରେ ମଧ୍ଯ ମିଛ କହିବାକୁ ପଛାଉନାହାନ୍ତି
ଆଜି ରାଜ୍ୟ ସରକାରଙ୍କର ଦୁମୁହାଁ ନୀତି ପଦାରେ ପଡିଯାଇଛି । ଦାଦନ ଶ୍ରମିକମାନଙ୍କର ଦୁଃଖର କାହାଣୀ ଲୁଚାଇବା ପାଇଁ ସେମାନଙ୍କର ଭାବାବେଗ ଓ ଦୁର୍ବଳତାର ଫାଇଦା ନେଇ ରାଜ୍ୟ ସରକାର ଡ୍ରାମାବାଳି କରୁଛନ୍ତି, ଯାହା ରାଜ୍ୟର ବିକାଶର ମିଛ ଚିତ୍ରକୁ ପଦାରେ ପକାଇଛି । ମୃତ୍ୟୁ ମୁହଁରୁ ଜୀବନ ବଂଚାଇ ଓଡିଶା ଫେରିଥୁବା ଦାଦନ ଶ୍ରମିକମାନେ ଓଡ଼ିଶାରେ ନିଯୁକ୍ତି ସୁଯୋଗ ନଥୁବାରୁ ପୁଣି ଥରେ ଅନ୍ୟ ରାଜ୍ୟକୁ କାମ ପାଇଁ ଯିବାକୁ କହିବାଠୁ ଅଧିକ କରୁଣ ପରିସ୍ଥିତି ଆମ କିଛି ନହୋଇପାରେ । ଗତକାଲି ଏକ ଦୁର୍ଭାଗ୍ୟଜନକ ଚିତ୍ର ସାମ୍ନାକୁ ଆସିଲା ଯେଉଁଠି ଉତରାଖଣ୍ଡ ଟନେଲକୁ ଉଦ୍ଧାର ହୋଇଥିବା ୫ଜଣ ଶ୍ରମିକଙ୍କ ମଧ୍ୟରୁ ୪ଜଣ ଓଡିଶା ଫେରିବା ପରେ ସେମାନଙ୍କର ଦୁଃଖ ବଖାଣିଲେ । "ଓଡ଼ିଶାରେ ଚାକିରି ନାହିଁ ତେଣୁ ପୁଣି ଥରେ ଅନ୍ୟ ରାଜ୍ୟକୁ କାମ କରିବା ପାଇଁ ସେହି ଟନେଇ ଭିତରକୁ ଫେରିଯିବୁ " ଏଭଳି ଦୁର୍ଭାଗ୍ୟଜନକ ମନ୍ତବ୍ୟ ଗତକାଲି ନବୀନ ପଟ୍ଟନାୟକଙ୍କୁ ଭେଟିଥିବା ଶ୍ରମିକଙ୍କ ମୁହଁରୁ ଶୁଣିବାକୁ ମିଳିଲା । ବାସ୍ତବରେ ରାଜ୍ୟରେ ଯୁବକମାନଙ୍କ ପାଇଁ ରୋଜଗାର ସୃଷ୍ଟି କରିବାରେ ବିଫଳ ହୋଇଥିବାରୁ ଦାଦନ ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି ଏବଂ ରାଜ୍ୟ ସରକାର ନିଜ ଦୋଷକୁ ଲୁଚାଇବା ପାଇଁ ବିଧାନସଭାରେ ମଧ୍ୟ ମିଛ କହିବାକୁ ପଛାଉନାହାନ୍ତି ବୋଲି ଶ୍ରୀ ପରିଡା କହିଛନ୍ତି ।
ଗତ କାଲି ଘଟଣାରୁ ଏହା ସ୍ପଷ୍ଟ ହେଉଛି ଯେ, ରାଜ୍ୟ ସରକାର ଦାଦନ ଶ୍ରମିକ ସୃଷ୍ଟିରେ ରେକର୍ଡ କରିଥିବା କାରଣରୁ ମୁଖ୍ୟମନ୍ତ୍ରୀ ନିଜକୁ ନିଜେ ସାବାସୀ ଦେଉଛନ୍ତି । ଗତକାଲି ରାଜ୍ୟ ସରକାର ଓ ଶ୍ରମମନ୍ତ୍ରୀ ଭୁବନେଶ୍ଵରରେ ଉତରାଖଣ୍ଡରୁ ଫେରିଥିବା ଶ୍ରମିକ ଭାଇମାନଙ୍କୁ ଲୋକଦେଖାଣିଆ ଡ୍ରାମା କରି ସ୍ଵାଗତ ଓ ସମ୍ବଦ୍ଧନା ଜଣାଇଲେ । କରୋନା ସମୟରେ ପ୍ରାୟ ୧୦ଲକ୍ଷରୁ ଊର୍ଦ୍ଧ୍ବ ପ୍ରବାସୀ ଶ୍ରମିକ ରାଜ୍ୟକୁ ଫେରିଥିଲେ । କିନ୍ତୁ ଓଡ଼ିଶା ସରକାର ସେମାନଙ୍କର ସ୍କୁଲ୍ ମ୍ୟାପିଙ୍ଗ, ରିଜ୍ଜିଲିଂ ଓ ଅପସ୍ପିଲିଙ୍ଗ ନକରି ଓଡ଼ିଶାରେ ନିଯୁକ୍ତି ପ୍ରଦାନରେ ସମ୍ପୂର୍ଣ୍ଣ ବିଫଳ ହେଲେ ଓ ମାତ୍ର ୪ଟି ଜିଲ୍ଲାରେ ୪,୮୪୩ଜଣଙ୍କୁ ଛୋଟ କାମ ଦେଇ ନିଜର ଦାୟିତ୍ବ ଶେଷ କରିଦେଲେ । ପ୍ରତି ଜିଲ୍ଲାରୁ ହଜାର ଜନ୍ଦାର ପ୍ରବାସୀ ଶ୍ରମିକ ଦାଦନ ଘଟିବା ପାଇଁ ଅନ୍ୟ ରାଜ୍ୟକୁ ପଚାୟନ କରୁଥିବା ବେଳେ ବଦନାମିରୁ ବଂଟିବା ପାଇଁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଗୁଡିକରେ କୌଣସି ପଞ୍ଜୀକରଣ ନକରାଯାଇ ସମସ୍ତ ସାମାଜିକ ସୁରକ୍ଷାରୁ ବାଦନ ଶ୍ରମିକମାନଙ୍କୁ କାହିଁକି ବଂଚିତ କରାଯାଉଛି ବୋଲି ଶ୍ରୀ ପରିଜା ପ୍ରଶ୍ନ କରିଛନ୍ତି ।
Post a Comment