loading...

୧୪୧ ସାଂସଦଙ୍କ ନିଲମ୍ବନକୁ ପ୍ରତିବାଦ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଇଣ୍ଡିଆ ମେଣ୍ଟ ଓଡ଼ିଶା ଶାଖାର ନେତୃବୃନ୍ଦ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେଲେ

ଭୁବନେଶ୍ୱର  ଡିସେମ୍ବର ୨୦୨୩




ସଂଖ୍ୟାବଳର ଅହଂକାରରେ ଆମ୍ ବିଭୋର ହୋଇ ନରେନ୍ଦ୍ର ମୋଦିଙ୍କ ସରକାର ଗଣତନ୍ତ୍ରର ମନ୍ଦିରରେ ବୁଲଡଜର ଚଳାଉଛି। ଭାରତୀୟ ଜନତା ପାର୍ଟି ଗଣତନ୍ତ୍ର ଏବଂ ଗଣତାନ୍ତ୍ରିକ ପକ୍ରିୟା ପ୍ରତି ସାମାନ୍ୟତମ ବିଶ୍ଵାସ ନାହିଁ ବୋଲି ଆଜି ତାହା ସ୍ପଷ୍ଟଭାବେ ପ୍ରମାଣିତ ହେଲା। ଶୀତ ଅଧିବେଶନରେ ଯେଉଁଭଳି ଭାବରେ ପାଲ୍ୟାମେଟ ଭିତରକୁ ପଶି ପାଲ୍ୟାମେଟ ଭିତରେ ନାରାବାଜି କରିବା ଏବଂ କେନଷ୍ଟାର ବ୍ୟବହାର କରିବା ଘଟଣାକୁ ନେଇ କଂଗ୍ରେସ ଏବଂ ସମସ୍ତ ବିରୋଧ ଦଳ ସରକାରଙ୍କୁ କିଭଳି ଭାବରେ ପାଲ୍ୟାମେଟର ସୁରକ୍ଷା ଭଙ୍ଗକରି ଏମାନେ ପଶିପାରିଲେ ଏବଂ ଏଥିପାଇଁ କେଉଁମାନେ ଦାୟୀ ଏସବୁ ପ୍ରଶ୍ନକୁ ନେଇ ଗୃହମନ୍ତ୍ରୀଙ୍କର ବିରୋଧ ଦଳ ସଦସ୍ୟମାନେ ଉଭୟ ଗୃହରେ ବକ୍ତବ୍ୟ ଦାବି କରିବା ଆଜି ସେମାନଙ୍କ ପାଇଁ ମହଙ୍ଗା ପଡ଼ିଛି ଗଣତନ୍ତ୍ରରେ ବିରୋଧ ମାନଙ୍କର ପ୍ରଶ୍ନ କରିବାର ଅଧିକାର ଅଛି ଏବଂ ସରକାରଙ୍କୁ ନେଇ ବିରୋଧ ମାନେ ବିରୋଧ କରିବା ଆମ ଗଣତାନ୍ତ୍ରିକ ବ୍ୟବସ୍ଥାର ପ୍ରଚଳିତ ନୀତି। ସବୁଠାରୁ ଆଶ୍ଚର୍ଯ୍ୟର କଥା କେନ୍ଦ୍ର ବିଜେପି ସରକାର ଏତେବଡ଼ ସାଙ୍ଘାତିକ ଘଟଣାକୁ ହାଲୁକା ଭାବେ ନେବା ଏବଂ ବିରୋଧୀଙ୍କ ପ୍ରଶ୍ନର ଉତର ଦେବା ପରିବର୍ତେ, ଗୃହମନ୍ତ୍ରୀ ବିବୃତି ରଖୁବା ପରିବର୍ତେ ଯେଉଁ ସାଂସଦମାନେ କଥାକୁ ନେଇ ପ୍ରଶ୍ନ ପଚାରୁଛନ୍ତି ସେମାନଙ୍କୁ ସଂସଦରୁ ନିଲମ୍ବିତ କରାଯାଉଛି ଏପରିକି ନିଲମ୍ବନ ଗୋଟିଏ ଦିନ ବା ଦୁଇଦିନ ପାଇଁ ନୁହେଁ ଆଜକୁ ୧୪୧ ଜଣ ସାଂସଦକୁ ନିଲମ୍ବନ କରାଯାଇ ସାରିଲାଣି। ସମସ୍ତ ସାଂସଦଙ୍କର ଏକମାତ୍ର ଭୁଲ ସେ ସରକାରଙ୍କୁ ପାଲ୍ୟାମେଟର ସୁରକ୍ଷା ଭଙ୍ଗକୁ ନେଇ ସରକାରଙ୍କୁ କଡ଼ା ସମାଲୋଚନ କରିବା ବିଭିନ୍ନ ପ୍ରଶ୍ନ ଉତ୍ଥାପନ କରିବା ଏବଂ ଗୃହମନ୍ତ୍ରୀଙ୍କର ବିବୃତି ଦାବି କରିବା। ସ୍ୱାଧୀନ ଭାରତ ବର୍ଷର ଏହା ହେଉଛି ପ୍ରଥମ ଘଟଣା ଯେଉଁଠାରେ କି ସମସ୍ତ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରାଯାଉଛି ଏବଂ ବାକିତକ ସଂସଦରେ ଧାର୍ଯ୍ୟ କାର୍ଯ୍ୟ ଦିବସରେ ଅଂଶଗ୍ରହଣ ନକରିବା ପାଇଁ ସେମାନଙ୍କୁ ନିଲମ୍ବିତ କରାଯାଉଛି। 

     ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଇଣ୍ଡିଆ ମେଟର ଓଡ଼ିଶା ଶାଖାର କଂଗ୍ରେସ ସମେତ ୧୨ଟି ରାଜନୈତିକ ଦଳ ସିପିଆଇଏମ, ସିପିଆଇ, ଅଲଇଣ୍ଡିଆ ଫରୱାର୍ଡ ବ୍ଳକ, ସମତାକ୍ରାନ୍ତି, ସମାଜବାଦୀ ପାର୍ଟି, ସିପିଆଇଏମଏଲ ( ଲିବରସେନ), ଆରଜେଡି, ଏନସିପି, ଆମଆଦମୀ, ଜେଡିୟୁ, ଜେଏମଏମ ପାର୍ଟିର ନେତୃବୃନ୍ଦ ମାନେ ନରେନ୍ଦ୍ର ମୋଦି ସରକାରଙ୍କ ଅଗଣତାନ୍ତ୍ରିକ ନୀତି ସାଂସଦମାନଙ୍କ ନିଲମ୍ବନକୁ ବିରୋଧ କରି ମହାମହୀମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ମହାମହୀମ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଇଣ୍ଡିଆ ମଂଟ ଓଡ଼ିଶା ଶାଖାର ସଂଯୋଜକ ପୂର୍ବତନ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ, ଜନାର୍ଦ୍ଦନ ପତି, ଅଭୟ ସାହୁ, ଶରତ ରାଉତ, ରାମଚନ୍ଦ୍ର ଖୁଟିଆ, ପଂଚାନନ କାନୁନଗୋ, ଜ୍ୟୋତିରଞ୍ଜନ ମହାପାତ୍ର, ପ୍ରଭାତ ସାମନ୍ତରାୟ, ରବି ବେହେରା, ମହେନ୍ଦ୍ର ପରିଡ଼ା, ବିଜୟଲକ୍ଷ୍ମୀ ସାହୁ, . ଲଲାଟେନ୍ଦୁ ମହାପାତ୍ର, ଶୁଭେନ୍ଦୁ ମହାନ୍ତି, ଅବଦୁଲ କଲାମ, ହେମନ୍ତ କୁମାର, ବିକ୍ରମ ସ୍ବାଇଁ, ଜୟସୂର୍ଯ୍ୟ କାନୁନଗୋ, ତରୁଣ ମିଶ୍ର, ରଜନୀ ମହାନ୍ତି, ମିତ୍ରଭାନୁ ମହାପାତ୍ର, ଦୀପକ ମହାପାତ୍ର, ନରୋତମ ନାୟକ, ମିହିର ଆଚାର୍ଯ୍ୟ, ଦେବାଶିଷ ଭୂୟାଁ ପ୍ରମୁଖ ପ୍ରତିନିଧୂ ଦଳରେ ସାମିଲ ହୋଇଥିଲେ

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget