ଭୁବନେଶ୍ୱର ୧୯ ଡିସେମ୍ବର ୨୦୨୩
ସ୍କିମ୍ୱୱାର୍କର ଙ୍କୁ ୱାର୍କର ମାନ୍ୟତା, ଭତ୍ତା ବୃଦ୍ଧି ଓ ଅନ୍ୟାନ୍ୟ ଦାବୀରେ
ଡିସେମ୍ବର ୧୬ ଏଆଇଟିୟୁସି ତରଫରୁ
ରାଜ୍ୟସ୍ତରୀୟ ବିକ୍ଷୋଭ ପରିପ୍ରେକ୍ଷିରେ ଆଜି ମହିଳା ଓ
ଶିଶୁ ବିକାଶ ବିଭାଗ ତରଫରୁ ଆହୁତ ବୈଠକରେ ନିଖୂଳ
ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘ ପ୍ରତିନିଧୂମାନେ ଉପସ୍ଥିତ
ରହି ଅଙ୍ଗନଓ୍ବାଡ଼ି କର୍ମୀ ଓ ସହାୟିକାଙ୍କ ବିଭିନ୍ନ
ସମସ୍ୟା ଯଥା-ଭତ୍ତା ବୃଦ୍ଧି,
ଏସ.ଏନ୍.ପିର ଦର
ସଂଶୋଧନ । ପ୍ରକଳ୍ପ ଓ
ସେକ୍ଟର ବୈଠକର ଟିଏ, ଡ଼ିଏ ପ୍ରଦାନ
। ଅଘୋଷିତ ଭାବେ ବନ୍ଦ କରାଯାଇଥିବା
୫ବର୍ଷ ଓ ୧୦ ବର୍ଷର
ଇନ୍କ୍ରିମେଣ୍ଟ ପ୍ରଦାନ, ପୋଷଣ ଟ୍ରାକର ଓ
ମୋବାଇଲ, ଶାଢ଼ୀ ବାବଦେ ଦେୟ ନିୟମିତ ପ୍ରଦାନ,
କିଶୋରୀ ବାଳିକା ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାର ଅଣ୍ଡା
ଦର ବୃଦ୍ଧି, ଅଙ୍ଗନୱାଡ଼ି କାର୍ଯ୍ୟକର୍ତ୍ତୀ ବୀମା ଯୋଜନାରେ ମୃତ୍ୟୁକାଳୀନ
ସହାୟତା ରାଶି ପ୍ରଦାନ, ନୂତନ
ମୋବାଇଲ ଯୋଗାଣ, କେନ୍ଦ୍ର ସରକାରଙ୍କ ସୁପାରିଶ ଅନୁଯାୟୀ ପ୍ରାଥମିକ ଶିକ୍ଷକ ଓ ଏ.ଏନ୍.ଏମ୍ ପଦବୀ ନିମନ୍ତେ
କୋଟା ଧାର୍ଯ୍ୟ, ସହାୟିକାମାନଙ୍କୁ ଶିକ୍ଷାଗତ ଯୋଗ୍ୟତା + ୨ ରୁ ନିର୍ଦ୍ଦେଶନାମା
ପ୍ରତ୍ୟାହାର ଆଦି ସମସ୍ୟା ଉପରେ
ଦାବୀପତ୍ର ପ୍ରଦାନ କରାଯାଇ ଆଲୋଚନା କରାଯାଇଥିଲା। ଆଲୋଚନାରେ ଭତ୍ତାବୃଦ୍ଧି ଓ ଏସ. ଏନ୍.ପିର ଦର ସଂଶୋଧନ
ସଂପର୍କରେ ପ୍ରସ୍ତୁତି ଋଲିଛି ଖୁବ୍ ଶିଘ୍ର ଘୋଷଣା
ହେବା ସହ ଅନ୍ୟାନ୍ୟ ଦାବୀଗୁଡ଼ିକ
ସମାଧାନ ପାଇଁ ବିହିତ ପଦକ୍ଷେପ
ଗ୍ରହଣ କରିବାକୁ ପ୍ରତିଶୃତି ଦେଇଥିଲେ। ଏହି ଆଲୋଚନାରେ ବିଭାଗୀୟ
ନିର୍ଦ୍ଦେଶକ, ଅତିରିକ୍ତ ସଚିବଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ
ଓ ସଂଘ ତରଫରୁ ଏଆଇଟିୟୁସି
ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ଜେନା, ସାଧାରଣ
ସମ୍ପାଦିକା ହରପ୍ରିୟା ସ୍ଵାଇଁ, ଉପସାଧାରଣ ସମ୍ପାଦିକା ବିଷ୍ଣୁପ୍ରିୟା ଜେନା, ନେତ୍ରୀ ଲକ୍ଷ୍ମୀପ୍ରିୟା ଦାସ ଉପସ୍ଥିତ ରହି
ଦାବିପତ୍ର ଉପସ୍ଥାପିତ କରିଥିଲେ।
Post a Comment