- ଖାରବେଳନଗର ଥାନାରେ ମାମଲା ରୁଜୁ
- ‘ରାଜ୍ୟ ଖାଦ୍ୟ ସୁରକ୍ଷା’ ରେ କାହିଁକି ଓ କାହା ସ୍ବାର୍ଥରେ ‘ଆମ ଓଡିଶା, ନବୀନ ଓଡିଶା, ୫-ଟି ଏବଂ ବିଜେଡିର ଦଳୀୟ ଚିହ୍ନ ଶଙ୍କକୁ ବ୍ୟବହାର କରାଯାଉଛି ?
- ରାଜ୍ୟ ସରକାରଙ୍କ ଏଭଳି ଅଦ୍ଧସତ୍ୟ ‘ବିଜ୍ଞାପନ’ ପୃଷ୍ଠାକୁ ପୋଡି ପ୍ରତିବାଦ କରାଗଲା
ଅର୍ଦ୍ଧସତ୍ୟ ମିଥ୍ୟାଠାରୁ ଭୟଙ୍କର
। ଏହି ଅଦ୍ଧସତ୍ୟ ଉପରେ ବିଜୁ ଜନତା ଦଳ ସରକାର ଓ ତାଙ୍କ ମୁଖୁଆ ନବୀନ ପଟ୍ଟନାୟକ ବିଶ୍ଵାସ କରନ୍ତି
। ନିର୍ବାଚନ ଆସିଲେ ବିଜେଡି ଭେଳିକି ଦେଖାଇବା ଆରମ୍ଭ କରେ । ମାଗଣା ଚାଉଳ ହିତାଧିକାରୀ ପୃଷ୍ଠପୋଷକ
ହେବା ପାଇଁ ନବୀନ ପଟ୍ଟନାୟକ ସରକାର ଗତ କାଲି ସବୁ ଖବର କାଗଜକୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାକୁ
ନେଇ ଏକ ବିଜ୍ଞାପନ ଦେଇଛନ୍ତି । ଏହି ବିଜ୍ଞାପନରେ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ
ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଫଟୋ ସହ ‘ଆମ ଓଡିଶା, ନବୀନ ଓଡିଶା, ୫-ଟି ଏବଂ ବିଜେଡିର ଦଳୀୟ ଚିହ୍ନ
ଶଙ୍କକୁ ବ୍ୟବହାର କରାଯାଇଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ ଏବଂ ରାଜ୍ୟବାସିଙ୍କୁ ଭ୍ରମିତ କରିବାର
ଅପଚେଷ୍ଟା କରାଯାଇଛି । ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ତାଙ୍କର ଦଳୀୟ ସ୍ୱାର୍ଥ ପାଇଁ ଚିରାଚରିତ
ଢଙ୍ଗରେ କେନ୍ଦ୍ରୀୟ ଯୋଜନାକୁ ଚଂଚକତା କରି ହଡପ୍ କରିବା ବିଜେଡି ସରକାରର ହୀନ ପ୍ରୟାସ । ଯାହା ଠକାମି
ଭଳି ଅପରାଧ ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନାକୁ ହଡପ୍ କରିବା ଉଦ୍ଦେଶ୍ୟରେ
ରାଜ୍ୟ ସରକାର ଦେଇଥିବା ମିଛ ବିଜ୍ଞାପନ ବିରୁଦ୍ଧରେ ଆଜି ଖାରବେଳ ଥାନାରେ ଏଫଆଇଆର ଦିଆଯାଇଛି ।
ରାଜ୍ୟରେ ‘ଜାତୀୟ ଖାଦ୍ୟସୁରକ୍ଷା ଯୋଜନା’ ଅନୁଯାୟୀ ୨୦୧୫ ମସିହାରୁ ରାଜ୍ୟ ଜନସଂଖ୍ୟାର ୭୮ଭାଗ ଲୋକ ଅର୍ଥାତ ୩.୨୫
କୋଟି ଲୋକଙ୍କୁ ମାଗଣା ଚାଉଳ ଦେଉଛନ୍ତି କେନ୍ଦ୍ର ସରକାର । ମାତ୍ର ରାଜ୍ୟରେ ବିଜେଡି ସରକାର ମନ୍ଦ
ଉଦ୍ଦେଶ୍ୟ ରଖ୍ କେନ୍ଦ୍ରୀୟ ଯୋଜନାକୁ ନିଜସ୍ଵ ଯୋଜନା କହି ଆତ୍ମପ୍ରଚାର ପାଇଁ ୨୦୧୮ ମସିହାରେ ରାଜ୍ୟ
ଖାଦ୍ୟ ସୁରକ୍ଷା ଯୋଜନା ପ୍ରଚଳନ କରିଥିଲେ । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୮ଲକ୍ଷ ୮ହଜାର ୮୦୦ଜଣ
ହିତାଧୁକାରୀ ତାଲିକା ପ୍ରସ୍ତୁତ କରି ‘ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା’କୁ ହଡପ୍ କରିବାର ଷଡଯନ୍ତ୍ର ରଚିଛି ବିଜେଡି ସରକାର । ରାଜ୍ୟ ବଜେଟ୍ରେ
ବ୍ୟୟବରାଦ ନଥାଇ ବିନା କ୍ୟାବିନେଟ୍ ନିଷ୍ପତିରେ କିଭଳି ଅଗାମୀ ୫ ବର୍ଷ ପାଇଁ ସମ୍ପ୍ରସାରଣର ବିଜ୍ଞାପନ
ଛାପିଲେ, ତାହା ସାଧାରଣ ଲୋକଙ୍କ ମଧ୍ୟରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଜ୍ୟ ସରକାର ୨୦୧୮
ମସିହାରୁ ‘ରାଜ୍ୟ ଖାଦ୍ୟ ସୁରକ୍ଷା’ ଯୋଜନାର ପ୍ରଚଳନ କରିଛନ୍ତି, ତାହେଲେ ଏବେ କାହିଁକି
ଓ କାହା ସ୍ୱାର୍ଥରେ ଏହି ଯୋଜନାରେ ‘ଆମ ଓଡିଶା, ନବୀନ ଓଡିଶା’,
୫-ଟି ଏବଂ ବିଜେଡିର ଦଳୀୟ ଚିହ୍ନ ଶଙ୍କକୁ ବ୍ୟବହାର କରାଯାଉଛି ? ଏଭଳି ଆଇନବିରୋଧୀ କାର୍ଯ୍ୟର ତଦନ୍ତ
ହେବା ଆବଶ୍ୟକ ବୋଲି ଏତଲାରେ ଦର୍ଶାଯାଇଛି ।
ରାଜ୍ୟ ସରକାରଙ୍କ ଏଭଳି ଅଦ୍ଧସତ୍ୟ ତଥ୍ୟ ରାଜ୍ୟବାସୀଙ୍କୁ
ଭ୍ରମିତ କରୁଥିବାରୁ ତାର ପ୍ରତିବାଦ ସ୍ଵରୁପ ‘ବିଜ୍ଞାପନ’ ପୃଷ୍ଠାକୁ
ଜନପଥରେ ପୋଡାଯାଇଥିଲା । ଏହି ଅବସରରେ ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ମନୋଜ ମହାପାତ୍ର, ରାଜେନ୍ଦ୍ର
ପଣ୍ଡା, ସୋନାଲୀ ସାହୁ, ତେଳେଶ୍ଵର ପରିଡା, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଓ ସହସଂଯୋଜକ
ସୁଜିତ୍ କୁମାର ଦାସ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ଲିଗାଲ୍ ସେଲ୍ ସଂଯୋଜକ ଜୟନ୍ତ
ଜେନା, ସିଦ୍ଧାର୍ଥ ଶଙ୍କର ପତି ପ୍ରମୁଖ ଉପସ୍ଥିତ ଥିଲେ ।
Post a Comment