loading...

ମୋଦିଙ୍କ ଗ୍ୟାରେଟି – “ଶିଳ୍ପୀକୁଳ ହେବେ ସାମର୍ଥ୍ୟ ସମ୍ପନ୍ନ”: ବିଜେପି

ଭୁବନେଶ୍ୱର ୨୦ ଡିସେମ୍ବର ୨୦୨୩



ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ପ୍ରଧାନମନ୍ତ୍ରୀ “ବିଶ୍ୱକର୍ମା ଯୋଜନାର କର୍ମଶାଳାରେ ଯୋଗ ଦେଲେ ରାଜ୍ୟ ସଭାପତି, ଓବିସି ମୋର୍ଚ୍ଚା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ସାଂସଦ ସଙ୍ଗମଲାଲ ଗୁପ୍ତା, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି


ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନ୍ମଦିନରେ ପାରମ୍ପରିକ ବୃତିକୁ ଆପଣାଇ ଯେଉଁମାନେ ଜୀବିକା ନିର୍ବାହ କରୁଛନ୍ତି ସେମାନଙ୍କ ପାରମ୍ପରିକ ଅଭ୍ୟାସକୁ ଦକ୍ଷତାଯୁକ୍ତ କରିବା ପାଇଁ “ ବିଶ୍ଵକର୍ମା ଯୋଜନା” ଆରମ୍ଭ କରିଥିଲେ । ଏହି ବିଶ୍ୱକର୍ମା ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୧୮ଟି ପାରମ୍ପାରିକ ବୃତିକୁ ଅନ୍ତର୍ଭୁକ୍ତ କରାଯାଇଛି । ଏଗୁଡିକ ମଧ୍ୟରେ ରହିଛି ବଢ଼େଇ, ଡଙ୍ଗା ନିର୍ମାତା, ଅସ୍ତ୍ର ନିର୍ମାତା, କମାର, ହାତୁଡି ଓ ଉପକରଣ ନିର୍ମାତା, ତାଲା କାରିଗର, ବଣିଆ, କୁମ୍ଭାର, ମୂର୍ତି କାରିଗର, ପଥର କଟାଳି, ମୋଚି, ରାଜମିସ୍ତ୍ରୀ, ମସିଣା/ ଝାଡ଼ୁ କପା ବୁଣାକାର, ଖେଳନା ଓ କଣ୍ଢେଇ କାରିଗର(ପାରମ୍ପରିକ), ଭଣ୍ଡାରୀ, ମାଳୀ, ଧୋବା, ଦରଜି ଓ ମାଛ ଜାଲ ନିର୍ମାତା । ଓଡ଼ିଶାରେ ପଛୁଆ ବର୍ଗର ବହୁ ମହିଳା ଯେଉଁମାନେ ନିଜେ ଓ ନିଜ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ଏହି କାମ ଗୁଡିକୁ କରୁଛନ୍ତି, ସେମାନେ ଏହି ଯୋଜନାରୁ ଲାଭାନ୍ବିତ ହେବା ସହ ବିଶ୍ଵଦରବାରରେ ନିଜର ନାମ ଏବଂ କୌଳିକ ବୃତିକୁ ପ୍ରତିଷ୍ଠିତ କରିବାର ସୁବର୍ଣ୍ଣ ସୁଯୋଗ ପାଇବେ । “ବିଶ୍ୱକର୍ମା ଯୋଜନାରେ କାରିଗରଙ୍କୁ ପରିଚୟ ପତ୍ର ଏବଂ ସାର୍ଟିଫିକେଟ ମିଳିବ । ସେମାନଙ୍କ ପାଇଁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ କମ୍ ସୁଧରେ ବନ୍ଧକ ବିହୀନ ରଣ, ସାଜ ସରଞ୍ଜାମ ପାଇଁ ୧୫ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା, ଦକ୍ଷତା ପ୍ରଶିକ୍ଷଣ ଓ ଏ ସମୟରେ ଦୈନିକ ୫ଶହ ଟଙ୍କାର ଭତା, ବିପଣନ ସହାୟତା ଆଦି ଯୋଗାଇ ଦିଆଯିବ । ଏଥିଲାଗି ଦେଶର ୨୦୨୩-୨୪ ରୁ ୨୦୨୭-୨୮ ମଧ୍ୟରେ ୧୩ହଜାର କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଏହାଦ୍ଵାରା ୫ ବର୍ଷରେ ୩୦ଲକ୍ଷ କାରିଗର ପରିବାର ଉପକୃତ ହେବେ । ଏହି କୁଶଳୀ କାରିଗରମାନେ ପରବର୍ତୀ ସମୟରେ ନିଯୁକ୍ତିଦାତା ହୋଇପାରିବେ ବୋଲି ଓବିସି ମୋର୍ଚ୍ଚା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସାଂସଦ ଶ୍ରୀ ସଙ୍ଗମଲାଲ ଗୁପ୍ତା ସୂଚନା ଦେଇଛନ୍ତି ।

   ରାଜ୍ୟ କାର୍ଯ୍ୟାଳୟରେ “ବିଶ୍ଵକର୍ମା ଯୋଜନା ସଂପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ମୋଦିଙ୍କ ଗ୍ୟାରେଟି – “ ଶିଳ୍ପୀକୁଳ ହେବେ ସାମର୍ଥ୍ୟ ସମ୍ପନ୍ନ । ମୋଦିଜୀଙ୍କ ପରିକଳ୍ପିତ ଏହି “ ବିଶ୍ଵକର୍ମା ଯୋଜନା ଗାଁର ଲୋକେ କିଭଳି ଉପକୃତ ହେବେ ସେ ନେଇ ବିଜେପିର କାର୍ଯକର୍ତାମାନେ ଚେଷ୍ଟା କରିବା ପାଇଁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ନେତୃବୃନ୍ଦଙ୍କୁ ଆହ୍ବାନ ଦେଇଛନ୍ତି ।

             ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ପାଇଁ ବିଶ୍ୱକର୍ମା ଯୋଜନାର ଭୂମିକା ସମ୍ପର୍କରେ ପୂର୍ବତନ ରାଜ୍ୟ ସଭାପତି ତ‌ଥା ଏହି ଯୋଜନାର ରାଜ୍ୟ ସଂଯୋଜକ ସମୀର ମହାନ୍ତି କହିଥିଲେ । ଯୋଗ୍ୟ ହିତାଧିକାରୀମାନଙ୍କୁ ଏସମ୍ପର୍କରେ ବୁଝାଇ ଜନସେବା କେନ୍ଦ୍ର ପର୍ଯ୍ୟନ୍ତ ପହଂଚାଇବାର ଦାୟିତ୍ଵ ବିଜେପିର କାର୍ଯ୍ୟକର୍ତାମାନେ ନେବା ଉଚିତ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

           ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ଵାଳଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାନେତ୍ରୀ ଡ.ଲେଖାଶ୍ରୀ ସାମନ୍ତସିଂହାରଙ୍କ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା କାର୍ଯ୍ୟକର୍ତାମାନେ ଉପସ୍ଥିତ ଥିଲେ ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget