loading...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୧୧୦ତମ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ

ଭୁବନେଶ୍ୱର, ୨୫ ଫେବୃୟାରୀ ୨୦୨୪


  • ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଦେଶବାସୀଙ୍କୁ ପ୍ରେରଣା ଯୋଗାଉଛି: ମନମୋହନ ସାମଲ
  • ଏକାମ୍ର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ୧୯୬ ନମ୍ବର ବୁଥ୍‌ରେ ୧୧୦ତମ “ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍‌” କାର୍ଯ୍ୟକ୍ରମ ଶୁଣିଲେ ରାଜ୍ୟ ସଭାପତି
  • କଳାହାଣ୍ଡିର ଦମ୍ପତିଙ୍କ ସଂଘର୍ଷ କାହାଣୀକୁ ଲୋକଲୋଚନକୁ ଆଣିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ରାଜ୍ୟ ସଭାପତି


 ଜଣେ ସାଧାରଣ ଲୋକଟି ନିଜର ଅସାଧାରଣ କାର୍ଯ୍ୟ ପାଇଁ ସମାଜରେ ବିଶେଷ ସ୍ଥାନ ଅର୍ଜନ କରିବା ସହିତ ନିଜ ଅଂଚଳ ତଥା ସମାଜ ପାଇଁ ଉଦାହରଣ ସୃଷ୍ଟି କରିଥାଏ । ଏଭଳି ମହାନ ବ୍ୟକ୍ତିତ୍ୱଙ୍କୁ ଲୋକଲୋଚନକୁ ଆଣିବା ପାଇଁ ‘ପ୍ରଧାନମନ୍ତ୍ରୀ ମନ୍ କି ବାତ୍‌’ କାର୍ଯ୍ୟକ୍ରମ ଏକ ବଡ ମାଧ୍ୟମ ସାଜିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ମାସର ଶେଷ ରବିବାର ଦିନ ‘ମନ କି ବାତ୍‌’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ମନର କଥା କହିଥାନ୍ତି । ୨୦୧୪ମସିହାରେ ମୋଦିଜୀ ପ୍ରଥମଥର ପାଇଁ ‘ମନ କି ବାତ୍‌’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ଦ୍ୱାରା ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଯେଉଁ ଭଳି ଭାବେ ସାଧାରଣ ଦେଶବାସୀଙ୍କ ମନର କଥାକୁ ବାଖ୍ୟା କରୁଛନ୍ତି, ତାହା ଅତ୍ୟନ୍ତ ପ୍ରଶଂସନୀୟ । ମୋଦିଜୀ ଏହି କାର୍ଯ୍ୟକ୍ରମର ଲୋକପ୍ରିୟତା ଦେଶ ତଥା ସାରା ବିଶ୍ୱରେ ପ୍ରତି । ଲାଭ କରିଛି । ଲୋକଙ୍କ ପାଇଁ, ଲୋକଙ୍କ ଦ୍ୱାରା ଏବଂ ଲୋକମାନଙ୍କ ସଫଳତାକୁ ପରିଚିତ କରିବା କାର୍ଯ୍ୟଟି ବିଶ୍ୱରେ କୌଣସି ରାଷ୍ଟ୍ରମୁଖ୍ୟ କରିନାହାନ୍ତି । ମୋଦିଜୀ ସାହିତ୍ୟ, କଳା, ସଂସ୍କୃତି, ପରମ୍ପରା, ବିଜ୍ଞାନ ପରିପ୍ରକାଶ କରିବା ଦ୍ୱାରା ଲୋକେ ପ୍ରେରଣା ପାଇବା ସହ ସ୍ୱାବଲମ୍ବି ହୋଇ ଉଦାହରଣ ସୃଷ୍ଟି କରିଛନ୍ତି । ମୋଦିଜୀ ‘ମନ କି ବାତ୍‌’ କାର୍ଯ୍ୟକ୍ରମ ମାଧ୍ୟମରେ ସମାଜକୁ ଜାଗ୍ରତ କରିବା ସହ ଲୋକଙ୍କୁ ଜାଗ୍ରତ କରିପାରିଛନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି । ଆଜି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ଏକାମ୍ର ନିର୍ବାଚନ ମଣ୍ଡଳୀର ୧୯୬ ନମ୍ବର ବୁଥ୍‌ରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ୧୧୦ତମ “ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍‌” କାର୍ଯ୍ୟକ୍ରମ ଶୁଣିଛନ୍ତି ।

ଓଡିଶାବାସୀଙ୍କ ସମେତ ପ୍ରତ୍ୟେକ ଦେଶବାସୀ ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ୍‌’ କାର୍ଯ୍ୟକ୍ରମକୁ ଶୁଣିବା ପାଇଁ ବ୍ୟାକୁଳତାର ସହ ଅପେକ୍ଷାରତଥାନ୍ତି । ମୋଦିଜୀ ‘ମନ କି ବାତ୍‌’ରେ ଓଡ଼ିଶା ରାଜ୍ୟର କଳାହାଣ୍ଡିର ଦମ୍ପତୀ ଜୟନ୍ତୀ ମହାପାତ୍ର ଓ ବୀରେନ ସାହୁ ନିଜେ ସ୍ୱାବଲମ୍ବୀ ହେବା ସହ ଗ୍ରାମର ଅନ୍ୟ ଲୋକଙ୍କୁ ମଧ୍ୟ ନିଯୁକ୍ତି ଦେବାରେ ସକ୍ଷମ ହୋଇଥିବା ତାଙ୍କ ସଂଘର୍ଷ କାହାଣୀ ବଖାଣିଛନ୍ତି ଏବଂ ଓଡିଆଙ୍କୁ ପ୍ରଶଂସା କରିଛନ୍ତି । କଳାହାଣ୍ଡିର ଦମ୍ପତିଙ୍କ ସଂଘର୍ଷ କାହାଣୀକୁ ଲୋକଲୋଚନକୁ ଆଣିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ରାଜ୍ୟ ସଭାପତି ଶ୍ରୀ ସାମଲ ।

ସେହିପରି ଦେଶର ବିକାଶ କ୍ଷେତ୍ରରେ ମାତୃଶକ୍ତି ଏବଂ ଯୁବଶକ୍ତିର ଯୋଗଦାନକୁ ପ୍ରାଧାନ୍ୟ ଦେବା ସହିତ ସୁଦୃଢ ଗଣତାନ୍ତ୍ରୀକ ବ୍ୟବସ୍ଥା ଏବଂ ବିକଶିତ ଭାରତ ଗଠନରେ ସେମାନଙ୍କ ଅଗ୍ରଣୀ ଭୁମିକାକୁ ମନେ ପକାଇଛନ୍ତି । ବାସ୍ତବରେ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ପ୍ରତ୍ୟେକ ଦେଶବାସୀଙ୍କୁ ପ୍ରେରଣା ଯୋଗାଉଛି ବୋଲି ଶ୍ରୀ ସାମଲ କହିଛନ୍ତି ।

ଏହି ଅବସରରେ ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂ, ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ସୁବାଷିନୀ ପୃଷ୍ଟି, ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନ, ବୁଥ୍ ସଭାପତି ବୁଲୁ ସିଂହ, ପ୍ରଶାନ୍ତ ନାୟକ, ତାପସ ଦଳାଇଙ୍କ ସମେତ ଅନେକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget