loading...

କାମ୍ର ନିର୍ବାଚନ ମଣ୍ଡଳୀରେ ଓଡ଼ିଶା ବାସୀଙ୍କୁ ମୋଦୀଙ୍କ ଗ୍ୟାରେଣ୍ଟିକୁ ନେଇ ବିଜେପିର ବିଶାଳ ପଦଯାତ୍ରା

ଭୁବନେଶ୍ୱର, ୨୫ ଫେବୃୟାରୀ ୨୦୨୪



ଏକାମ୍ର ନିର୍ବାଚନ ମଣ୍ଡଳୀରେ ଓଡ଼ିଶା ବାସୀଙ୍କୁ ମୋଦୀଙ୍କ ଗ୍ୟାରେଣ୍ଟି ନାରାକୁ ନେଇ ବିଜେପିର ବିଶାଳ ପଦଯାତ୍ରା ଓ ଟାଉନ ସ୍ଥିତ ଗୋସାଗରେଶ୍ବର ଛକ ରୁ ବାହାରି ପ୍ରଭୁ ଶ୍ରୀ ଲିଙ୍ଗରାଜ ଙ୍କ ମନ୍ଦିର ଦେଇ ବାବା କପିଳେଶ୍ବର ମନ୍ଦିର ଠାରେ ସାଧାରଣସଭା କରି ପଦଯାତ୍ରା ସରିଥିଲା । ଏହି ବିଶାଳ ପଦଯାତ୍ରା ରେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଏକାମ୍ର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ତଥା ଭୁବନେଶ୍ଵର ବିଜେପି ସଭାପତି ବାବୁ ସିଂ" ଏହି ବିଶାଳ ପଦଯାତ୍ରା ରେ ଚାଲିଥିଲେ ଦଳୀୟ କର୍ମୀ ଙ୍କ ସହ ମିଶି ।ପଦଯାତ୍ରାକୁ ମା ଭଉଣୀ ମାନେ ହୁଳ ହୁଳି ଦେଇ, ଘରୁ ପୁଷ୍ପ ବୃଷ୍ଟି କରି ବିଭିନ୍ନ ସ୍ଥାନରେ ଭବ୍ୟ ସ୍ବାଗତ କରିଥିଲେ।

ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ, ଓଡିଶାର ବିକାଶ ପାଇଁ ମୋଦି ଗ୍ୟାରେଟି ଏକମାତ୍ର ବିକଳ୍ପ । ଓଡିଶାବାସୀଙ୍କ ସମର୍ଥନ ବଳରେ ବିଜେପି ସମସ୍ତ ବାଧା ଦୂର କରିବାରେ ସଫଳ ହେବ ଓ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ କରିବ।

ଜନ ସମ୍ପର୍କ ପଦଯାତ୍ରା ରେ ଭୁବନେଶ୍ବର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ କହିଛନ୍ତି ଯେ, ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାର ଗୁରୁତ୍ବ ଦେଉଛନ୍ତି ଏବଂ ଓଡ଼ିଶାରେ ଚାଳିବ ମୋଦି ଗ୍ୟାରେଟି । ଚଳିତ କେନ୍ଦ୍ର ବଜେଟ୍‌ରେ ଯୁବ, ମହିଳା, ଚାଷୀ ଓ ଗରିବଙ୍କୁ ସଶକ୍ତ କରିଛି। "ବିକଶିତ ଭାରତ ଗଠନ ଓ ମୋଦିଙ୍କ ଗ୍ୟାରେଟି ଲୋକଙ୍କ ମନରେ ଆତ୍ମବିଶ୍ବାସ ବଢ଼ାଇଛି । ପୁଣି ଏଥର "ମୋଦି ସରକାର, ଓଡିଶାରେ ବିଜେପି ସରକାର ଗଠନ ହେବ । ଏକାମ୍ର ନିର୍ବାଚନ ମଣ୍ଡଳୀରେ ଚାଲିବ ମୋଦି ଗ୍ୟାରେଟି । ମୋଦି ଗ୍ୟାରେଟିର ସୁଲାଭରୁ ବଂଚିତ ଓଡିଶାବାସୀ । ବିଗତ ୧୦ବର୍ଷର ମୋଦି ଗ୍ୟାରେଟିର ସୁଲାଇ ଓଡିଶାର ଶେଷ ପାହାଚରେ ଛିଡା ହୋଇଥିବା ବ୍ୟକ୍ତି ପାଖରେ ପହଁଚାଇବାର ଦାୟୀତ୍ବ ହେଉଛି ବିଜେପି କାର୍ଯ୍ୟକର୍ତାଙ୍କର । ମୋଦି ଗ୍ୟାରେଟିର ବାଧକ ଏବଂ ବାଧା ସୃଷ୍ଟିକାରୀଙ୍କୁ କେବେ ହେଲେ କ୍ଷମା ଦେବେ ନାହିଁ ଓଡିଶାବାସୀ । ମୋଦି ଗ୍ୟାରେଟିର ବାଧକ ଏବଂ ବାଧା ସୃଷ୍ଟିକାରୀଙ୍କୁ ହଟାଇବାର ଦାୟୀତ୍ବ ହେଉଛି ଓଡିଶାବାସୀଙ୍କର ଆଜି ର ସମୟରେ ମୋଦିଜୀଙ୍କ ଗ୍ୟାରେଟିର ଅର୍ଥ "ଗ୍ୟାରେଟି ପୂରା ହେବାର ଗ୍ୟାରେଟି ବୋଲି ଶ୍ରୀ ସିଂ କହିଛନ୍ତି।

ଆଜିର ଏହି ପଦଯାତ୍ରା ରେ ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ବିଜେପି ନେତା ସୁରେନ୍ଦ୍ର ପ୍ରଧାନ, ରାମଚନ୍ଦ୍ର ରଣସିଂହ, ଅରୁଣ କୁମାର ପୁରୋହିତ, ସ୍ବାଗତ ମହାପାତ୍ର, ତୃପ୍ତିମଇ ମକଦ୍ଦମ, ସୁଭାଷିନୀ ପୃଷ୍ଟି, କୃଷ୍ଣଚନ୍ଦ୍ର ବଟୁ,ତାପସ ଦଳାଇ, ମଦନ ମୋହନ ପ୍ରଧାନ, ମନୋଜ ପାତ୍ର, ଜୟ ମଲ୍ଲିଆ, ସୁନିଲ ପ୍ରଧାନ, ମନୋଜ ପଶ୍ଚିମକବାଟ ପ୍ରମୁଖ ଯୋଗ ଦେଇଥିଲେ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget