loading...

ମାଟ୍ରିକ ପରୀକ୍ଷା ଇଂରାଜୀ ପ୍ରଶ୍ନପତ୍ର ଲିକ ପ୍ରସଙ୍ଗ ରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଗଣଶିକ୍ଷା ମବୀଙ୍କ ସରକାରୀ ବାସଭବନ ଘେରାଉ

ଭୁବନେଶ୍ୱର, ୨୫ ଫେବୃୟାରୀ ୨୦୨୪




  • ମାଟ୍ରିକ ପରୀକ୍ଷା ଇଂରାଜୀ ପ୍ରଶ୍ନପତ୍ର ଲିକ ପ୍ରସଙ୍ଗ
  • ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଗଣଶିକ୍ଷା ମବୀଙ୍କ ସରକାରୀ ବାସଭବନ ଘେରାଉ
  • ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି

ଆଜି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ମାଟ୍ରିକପରୀକ୍ଷା ଇଂରାଜୀ ପ୍ରଶ୍ନପତ୍ର ଲିକ୍ ପ୍ରତିବାଦରେ ଗଣଶିକ୍ଷା ମବୀ ସୁଦାମ ମାରାଣ୍ଡିଙ୍କ ଇସ୍ତଫା ଦାବି କରି ମନ୍ତ୍ରୀ ଶ୍ରୀମାରାଣ୍ଡିଙ୍କର ସରକାରୀ ବାସଭବନକୁ ଅପରାହ୍ନରେ ଘେରାଉ କରାଯାଇଥିଲା । ଛାତ୍ର କଂଗ୍ରେସ ପକ୍ଷରୁ ଗଣଶିକ୍ଷା ମବୀ ଓ ମୁଖ୍ୟମବୀଙ୍କର କୁଶପୁତଳିକା ଦାହ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ କହିଛନ୍ତି ଯେ ନବୀନ ସରକାରରେ ପରୀକ୍ଷା ପୂର୍ବରୁ ସବୁବେଳେ ପ୍ରଶ୍ନପତ୍ର ପ୍ରଘଟ ହୋଇଯାଉଛି । ଦଶମ ବୋର୍ଡ ପରୀକ୍ଷା ଛାତ୍ରଛାତ୍ରୀଙ୍କର କ୍ୟାରିୟର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା । ଛାତ୍ରଛାତ୍ରୀମାନେ ବର୍ଷସାରା ପାଠପଢ଼ି ନିଜର କ୍ୟାରିୟର ଗଠନ ପାଇଁ ଯତ୍ନଶୀଳ ହେଉଥିବା ବେଳେ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ସୋସିଆଲ ମେଡିଆରେ ଘୁରିବୁଲିବା ଦୁର୍ଭାଗ୍ୟଜନକ । କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାରେ ଏଭଳି ପ୍ରଶ୍ନପତ୍ର ଲିକ ହୋଇଛି । ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରଶ୍ନ ପ୍ୟାକେଟ ଖୋଲାଯାଇଛି । ଭଦ୍ରକ ଜିଲ୍ଲାର ମଦନମୋହନ ଜୀୟୁ ନୋଡାଲ ହାଇସ୍କୁଲ, ଯାଜପୁର ଜିଲ୍ଲାର ପଲାଇ ହାଇସ୍କୁଲ, ଭଦ୍ରକ ଜିଲ୍ଲାର ବନ୍ଧଗାଁ ହାଇସ୍କୁଲ, ଗଜପତି ଜିଲ୍ଲାର ସରକାରୀ ହାଇସ୍କୁଲ, ଯାଜପୁର ଜିଲ୍ଲାର ଗୋବିଚନ୍ଦ୍ର ହାଇସ୍କୁଲ, ନବରଙ୍ଗପୁର ନବରଙ୍ଗପୁର ସରକାରୀ ହାଇସ୍କୁଲ ଯୁବଗଡ଼ା କେନ୍ଦ୍ରରେ ବ୍ୟାପକ କପି ହେବା ସହ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଖୋଲଯାଇଥିବାର ଅଭିଯୋଗ ହୋଇଛି । ସକାଳ ଘ. ୭.୩୦ ମି. ପୂର୍ବରୁ ଯଉମୁଦା ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ପଂହଚିବ ଓ ସକାଳ ଘ. ୮.୪୫ ରେ ପର୍ଯ୍ୟବେକ୍ଷକ, ସୁପରିଟେଂଡେଣ୍ଟ ଓ ଶିକ୍ଷକଙ୍କ ଉପସ୍ଥିତିରେ ଖୋଲାଯିବ ବୋଲି ବୋଡ଼ର୍ଡ ନିର୍ଦ୍ଦେଶ ହୋଇଥିଲା । କିନ୍ତୁ ଘ. ୮.୩୬ ମି. ରେ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ବୁଲିଲା କିପରି? ସେହିପରି ପୂର୍ବରୁ ଓଡ଼ିଶା ଷ୍ଟାଫସିଲେକସନ କମିଶନର ଅଧିନସ୍ଥ ଜୁନିୟର ଇଂଜିନିୟର (ସିଭିଲ) ମୁଖ୍ୟ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିଲା । ଓସେପା ଯେଉଁ ଜୁନିୟର ଟିଚର ପରୀକ୍ଷା କରିଥିଲା ସେଥିରେ ମଧ୍ୟ ଅନିୟମିତତା ହୋଇଥିଲା । ପରିଚୟ ପତ୍ରରେ ମାହାଲମାଣ୍ଡା ଓ ମାହାଲମାଣ୍ଡା ପ୍ରୋ ବାହାରିବା ଦୁର୍ଭାଗ୍ୟଜନକ । ସୁତରାଂ ନବୀନ ସରକାର ଏକ ଲିକ୍ ସରକାର । ଛାତ୍ରଛାତ୍ରୀଙ୍କ କ୍ୟାରିୟର ସହ ଏହି ସରକାର ଖେଳୁଛି । ଗଣଶିକ୍ଷା ମବୀ ଜଣେ ଅଯୋଗ୍ୟ ମବୀ । ସେ ତୁରନ୍ତ ଇସ୍ତଫା ଦିଅନ୍ତୁ । ମେଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ରେ ଯେଉଁମାନେ ସାମିଲ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ସରକାର ଏହି ଘଟଣାକୁ ଚପାଇ ଦିଅନ୍ତୁ ନାହିଁ । ଆଜିର କାର୍ଯ୍ୟକ୍ରମରେ ପିସିସି ସାଧାରଣ ସମ୍ପାଦକ ପ୍ରକାଶ ମିଶ୍ର, ଅଜୟ ସାହୁ, ସଂକୁନା କହଁର, ନିହାର ବେହେରା, ଅଖିଳେଷ ଯାଦବ, ସୁଦିପ ସାମଲ, କାର୍ତିକେଶ୍ୱର କାଣ୍ଡି, ଉଦିତ ପ୍ରଧାନ, ମହମ୍ମଦ ପରଭେଜ, ଆର୍ଯ୍ୟାନ ସାସମଲ, ସୁନିଲ ସାହୁ ଗାନ୍ଧୀ, ରାଜେଶ ବାରିକ, ରଶ୍ମିରଞ୍ଜନ ବାରିକ, ସରୋଜ ବାରିକ, ତାପସ ଦେ, ମହମ୍ମଦ ତାକୁୱିନ, ରାଜଦୀପ ବେହେରା, ସୌମ୍ୟରଞ୍ଜନ ଲେଙ୍କା, ଓମପ୍ରକାଶ ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget