loading...

ଯୁବ ବିରୋଧୀ ବିଜେଡି ସରକାରଙ୍କ ଅପାରଗତାକୁ ପର୍ଦ୍ଦାଫାଶ କରିବ, ଯୁବମୋର୍ଚ୍ଚା : ଅଭିଳାଷ ପଣ୍ଡା

ଭୁବନେଶ୍ୱର, ୨୯ ଫେବୃୟାରୀ ୨୦୨୪





ଆଜିର ଆଇଟି ଯୁଗରେ ସୋସିଆଲ ମିଡିଆର ଭୁମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ ବିଶେଷ ଭାବେ ଯୁବପୀଢି ସୋସିଆଲ ମିଡିଆରେ ଯୋଡି ହୋଇ ରହିଛନ୍ତି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ଦେଶବାସୀଙ୍କ ବିଶ୍ଵାସ ଭରଷା ବଢୁଛି ଏବଂ ନମୋ ଆପ୍ ଜରିଆରେ ଏହା ସ୍ପଷ୍ଟ ପରିଲକ୍ଷିତ ହେଉଛି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶାସନକୁ ଆସିବା ପରେ ମହିଳା ସଂରକ୍ଷଣ, ପ୍ରତ୍ୟେକ ଘରେ ପିଇବା ପାଣିର ସୁବ୍ୟବସ୍ଥା, ଶୌଚାଳୟ, ଗରୀବଙ୍କୁ ଆବାସ, ବୃଦ୍ଧଙ୍କୁ ପେନସନ୍, କୃଷକଙ୍କୁ ପିଏମ୍ ସମ୍ମାନନିଧୂ ଅନେକ ଯୋଜନା କରିଛନ୍ତି ଏହି ଯୋଜନାର ଲାଭ ପ୍ରତ୍ୟେକ ଗରିବ ଲୋକ ପାଇବାର ସୁବ୍ୟବସ୍ଥା ମଧ୍ୟ କରିଛନ୍ତି ଆଜି ଦେଶର ଯୁବପୀଢ଼ି ମୋଦିଜୀଙ୍କ ବିକଶିତ ଭାରତ ସହ ଯୋଡିବାକୁ ଚାହୁଛନ୍ତି ଏବଂ ବିକଶିତ ଭାରତ ସହ ସଂଯୋଗ ହେବାକୁ ଚାହୁଛନ୍ତି ଏହି ପରିପ୍ରେକ୍ଷୀରେନମୋ ଆପ୍-ବିକଶିତ ଭାରତ ବଡ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ ଆଜି ଭୁବନେଶ୍ଵର ୨୯ ନମ୍ବର ୱାର୍ଡରେ ବନଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଅଭିଳାଷ ପଣ୍ଡାଙ୍କ ଅଧ୍ୟକ୍ଷତାରେନମୋ ଯୁବ ମତଦାତା ବୈଠକଅନୁଷ୍ଠିତ ହୋଇଯାଇଛି ବୈଠକକୁ ରାଜ୍ୟ ନିର୍ବାଚନ ସହପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି ଉଦ୍ଘାଟନ କରିଥିଲେ ଆସନ୍ତା ମାର୍ଚ୍ଚ ତାରିଖ ସୁଦ୍ଧା ଓଡିଶାର ସମସ୍ତ ପଂଚାୟତରେ ନମୋ ଯୁବ ମତଦାତା ବୈଠକ ଅନୁଷ୍ଠିତ ହେବ ବୋଲି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ପଣ୍ଡା କହିଛନ୍ତି

ନରେନ୍ଦ୍ର ମୋଦିଙ୍କ ଲକ୍ଷ୍ୟ ଭବିଷ୍ୟତ ପିଢ଼ିର ବିକାଶ ପ୍ରଧାନମନ୍ତ୍ରୀ ମୋଦିଜୀ ୨୦୪୭ରେ ଦେଶକୁ ବିଶ୍ୱଗୁରୁ କରିବାର ସଂକଳ୍ପ ନେଇଛନ୍ତି ୨୦୨୪ ସାଧାରଣ ନିର୍ବାଚନରେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ତୃତୀୟଥର ପାଇଁ ବିଜେପି ସରକାର କରିବାକୁ ଯାଉଥିବାବେଳେ ଓଡିଶାରେ ମଧ୍ୟ ବିଜେପି ପୂର୍ଣ୍ଣ ବହୁମତରେ ସରକାର ଗଠନ କରିବ ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନକୁ ଆସିବା ପରେ ଓଡ଼ିଶାକୁ ଗୁରୁତ୍ଵ ଦେବା ସହ ଦେଶକୁ ବିଶ୍ୱଗୁରୁ କରିବାର ସଂକଳ୍ପ ନେଇଛନ୍ତି ମୋଦିଜୀଙ୍କ ପାଇଁ ଦେଶ ଆଜି ସବୁ କ୍ଷେତ୍ରରେ ବିକଶିତ ହେବା ସହ ବିଶ୍ଵରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ମୋଦିଜୀଙ୍କ ଦେଶ ପ୍ରତି ଅହେତୁକ ଅନୁକମ୍ପା ତାଙ୍କ କାର୍ଯ୍ୟଶୈଳୀକୁ ଆଜିର ଯୁବପିଢ଼ୀ ଅନୁସରଣ କରିବାକୁ ସୁଶ୍ରୀ ଉସେଣ୍ଡି ଓଡିଶାର ଯୁବବର୍ଗଙ୍କୁ ଆହ୍ଵାନ କରିଛନ୍ତି

ଓଡ଼ିଶାର ବିକାଶ ପାଇଁ ମୋଦିଜୀ ଆବାସ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା, ଶୌଚାଳୟ, ଉଜ୍ଜ୍ବଳା, କିଷାନ ସମ୍ମାନ ନିଧ୍ ଯୋଜନା ଇତ୍ୟାଦି କରିଥିଲେ ମଧ୍ୟ ରାଜ୍ୟ ସରକାର ତାହାକୁ ଓଡ଼ିଶାବାସୀଙ୍କୁ ଦେବାରେ ବାଧା ସୃଷ୍ଟି କରୁଛନ୍ତି କେନ୍ଦ୍ରୀୟ ଯୋଜନାରୁ ରାଜ୍ୟବାସୀ ବିଂଚିତ ହେବେ, ସେ ନେଇ ହୀନ ଷଡଯନ୍ତ୍ର କରୁଛନ୍ତି ନବୀନ ସରକାର ସେହିଭଳି ସ୍ମାର୍ଟସିଟି ଭୁବନେଶ୍ଵର ନାଁରେ ଆସୁଥୁବା ଅର୍ଥକୁ ଅନାବଶ୍ୟକ କାର୍ଯ୍ୟରେ ଲଗାଇ ରାଜ୍ୟ ସରକାର ନିଜର ଦଳୀୟ କର୍ମୀ ଏବଂ ଅଣଓଡ଼ିଆ କଂଟ୍ରାକ୍ଟରମାନଙ୍କୁ ପୋଷୁଛନ୍ତି ବୋଲି ରାଜ୍ୟ ଯୁବମୋର୍ଚ୍ଚା ପ୍ରଭାରୀ ତଥା ରାଜ୍ୟ ଉପସଭାପତି ଶ୍ରୀ ବିରଂଚି ତ୍ରିପାଠୀ କହିଛନ୍ତି

ଏହି ଅବସରରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ଜୀବନ ରାଉତ, ସୁବ୍ରତ ବିଶ୍ବାଳ, ରାଜ୍ୟ ସଂଯୋଜକ ଚଣ୍ଡୀ ପ୍ରସାଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget