ଭୁବନେଶ୍ୱର, ୨୯ ଫେବୃୟାରୀ ୨୦୨୪
ସମ୍ ଅଲ୍ଟିମେଟ
ମେଡିକେୟାର (ସମ୍ମମ୍)ର ସର୍ଜନମାନେ ଏଣ୍ଡୋସ୍କୋପିକ୍
ସର୍ଜରୀ ଦ୍ଵାରା ଜଣେ ୮୦ ବର୍ଷୀୟ
ଆଫ୍ରିକୀୟ ବ୍ୟକ୍ତିଙ୍କ ଠାରେ ସଫଳତାର ସହ ଚିକିତ୍ସା କରିଛନ୍ତି।
ଏହି ବୃଦ୍ଧ ଜଣକ କାମେରୁନ୍ର
ସୁପ୍ରିମକୋର୍ଟ ର ପୂର୍ବତନ ବିଚାରପତି
ଶ୍ରୀ ଜୋସେଫ୍ ୟୋମସି । ସେ ମୁଣ୍ଡବ୍ୟଥା
ଏବଂ ନାକ ଅବରୋଧ ରୋଗରେ
ପୀଡ଼ିତ ହୋଇ କଷ୍ଟ ପାଉଥିଲେ
। ଏହା ସାଇନସ୍ ରୋଗର
ଲକ୍ଷଣ ବୋଲି ଜଣାପଡିଥିଲା ।
ଏଭଳି
ରୋଗରେ ପୀଡ଼ିତ ଶ୍ରୀ ୟୋମସି ନାକ
ଅବରୋଧ, ତଥା ସ୍ଥଳ ଜନିତ
ସମସ୍ୟା, ଶ୍ଵାସକ୍ରିୟା ରେ ଅସୁବିଧା, ଶୋଇବାରେ
ସମସ୍ୟା, ସ୍ନାନ କରିବା ଏବଂ ନିଶ୍ବାସ ନେବାରେ
ସମସ୍ୟା ହେବାରୁ ସେ ଡାକ୍ତରଖାନାକୁ ଆସିଥିଲେ
।
ଇମେଜିଂ
ଏବଂ ଏଣ୍ଡୋସ୍କୋପିକ୍ ସର୍ଜରୀ ମାଧ୍ୟମରେ ଏହି ଅବସ୍ଥାରେ ସଫଳ
ଚିକିତ୍ସା କରାଯାଇଥିଲା ବୋଲି ସମ୍ମମ୍ର
ସିନିୟର କନ୍ସଲ୍ଟାଂଟ
ତଥା ଇଏନ୍ଟି
ଏବଂ ସ୍କଲ୍ ବେସ୍ ସର୍ଜରୀର ମୁଖ୍ୟ
ଡାକ୍ତର ରାଧାମାଧବ ସାହୁ କହିଛନ୍ତି ।
ରୋଗୀ
ଙ୍କ ବୟସକୁ ଦୃଷ୍ଟିରେ ରଖ୍ ଏହି ସର୍ଜରୀକୁ
ନାକ ସହକାରେ କରାଯାଇଥିଲା । ହସ୍ପିଟାଲରେ ହେଉଥିବା
ସଫଳ ଅସ୍ତ୍ରୋପଚାର, ତୁଳନାତ୍ମକ ଭାବେ କମ ଖର୍ଚ୍ଚ
ଏବଂ ଉତ୍କୃଷ୍ଟ ତତା ଆଧୁନିକ ଚିକିତ୍ସା
ବ୍ୟବସ୍ଥା ନିମନ୍ତେ ଅନେକ ସଂଖ୍ୟାରେ ବିଦେଶୀ
ଓ ଏନଆରଆଇ ବ୍ୟକ୍ତିମାନେ ସମ୍ମମ୍ରେ ଚିକିତ୍ସିତ ହେବାକୁ
ପସନ୍ଦ କରୁଛନ୍ତି ବୋଲି ଡାକ୍ତର ସାହୁ
କହିଛନ୍ତି ।
Post a Comment