ଭୁବନେଶ୍ୱର, ୨୭ ଫେବୃୟାରୀ ୨୦୨୪
ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, କ୍ଷେତ୍ରୀୟ କାର୍ଯାଳୟ, ବାଲେଶ୍ୱର ପକ୍ଷରୁ ରିଟେଲ୍ ଏକ୍ସପୋ ୨୦୨୪ ବାଲେଶ୍ୱରସ୍ଥିତ ହରିପ୍ଲାଜାଠାରେ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ସହାୟକ ମହାପ୍ରବନ୍ଧକ ସନ୍ଦୀପ ଦାସ୍ ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହି ଏକ୍ସପୋକୁ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠିତ ବିଲ୍ଡର, ଟାଟା ସୋଲାର, ଦେଶ ଓ ଦେଶ ବାହାରେ ଶିକ୍ଷାଲାଭର ମାର୍ଗଦର୍ଶନ ପାଇଁ ଶିକ୍ଷା ପରାମର୍ଶଦାତା ଆଦି ଯୋଗ ଦେଇଥିଲେ । ଗାଡି ଡିଲର, ବ୍ୟାଙ୍କ ଇନ୍ସ୍ୟୁରାନ୍ସ, ମ୍ୟୁଚୁଆଲ ଫଣ୍ଡ୍ ଏବଂ ବିଭିନ୍ନ ଖୁଚୁରା ଉତ୍ପାଦ କାଉଣ୍ଟରରୁ ଅଭିଜ୍ଞ ଆର୍ଥିକ ପରାମର୍ଶଦାତା ଏବଂ ବ୍ୟାଙ୍କ ଅଧିକାରୀମାନେ ଗୋଟିଏ ଛାତ ତଳେ ପରସ୍ପରକୁ ଭେଟି ଭାବାନୁପ୍ରଦାନ କରିଥିଲେ । ୩୦୦ରୁ ଉର୍ଦ୍ଧ୍ୱ ଗ୍ରାହକ ଏହି ରିଟେଲ୍ ଏକ୍ସପୋ ପରିଦର୍ଶନ କରିବା ସହ ଆର୍ଥିକ ସାକ୍ଷରତା ଉପରେ ଜ୍ଞାନ ହାସଲ କରିଥିଲେ । ଏହି ଅବସରରେ ୧୨ବର୍ଷରୁ କମ୍ ପିଲାମାନଙ୍କ ପାଇଁ ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଏଥିରେ ବାଲେଶ୍ୱର କ୍ଷେତ୍ରର କ୍ଷେତ୍ରୀୟ ମୁଖ୍ୟ ଜୟଗୋପାଳ ବେହେରା ଏବଂ ଉପ-କ୍ଷେତ୍ରୀୟ ମୁଖ୍ୟ ଗଜେନ୍ଦ୍ର ନାଥ ଦାସ ଉପସ୍ଥିତ ଥିଲେ । ଲତିଶ ରାଓ, ମୃତ୍ୟୁଞ୍ଜୟ ବିଶ୍ୱାଳ, ସନ୍ତୋଷ ମାଝୀ, ଶକ୍ତି ରଥ, ସଞ୍ଜୟ ନାୟକ ଏବଂ ଅନ୍ୟମାନେ ଏଥିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।
Post a Comment