April 2024

ଭୁବନେଶ୍ୱର, ୩୦ ଅପ୍ରେଲ ୨୦୨୪


  • ନବୀନ ସରକାର ୨୫ବର୍ଷ ଶାସନ କରିବା ପରେ ମଧ୍ୟ ଅପରାଧ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି
  • ନବୀନ ଶାସନରେ ପ୍ରତ୍ୟେକ ଦିନ ନୂଆ ନୂଆ ଢ଼ଙ୍ଗର ଅପରାଧ ଅବତୀର୍ଣ୍ଣ ହେଉଛି
  • ନବୀନ ବାବୁଙ୍କ ଉପରେ ଓଡିଶାବାସୀଙ୍କ ବିଶ୍ୱାସ କମିଯାଇଛି, ଆଗାମୀ ସାଧାରଣ ନିର୍ବାଚନରେ ତାହା ପ୍ରମାଣିତ ହେବ


ମୁଁ ଭୁବନେଶ୍ୱର ଜଗିଛି ତମେ ପଂଚାୟତ ଜଗ । ମୁଁ ବି ଖାଉଛି ତମେ ବି ଖାଅ ଧରାପଡିଲେ ଜେଲ୍‌କୁ ଯାଅ । ନବୀନ ସରକାରଙ୍କ ଏକ ନବୀନ ଭାବମୂତି ସ୍ପଷ୍ଟ ଦେଖାଗଲାଣି । ଓଡ଼ିଶାରେ ଅପରାଧ କରି ଜେଇ, ତହସିଲଦାର, ଆରଆଇ ଧରାପଡୁଛନ୍ତି କିନ୍ତୁ ଯେଉଁମାନଙ୍କ ସଂରକ୍ଷଣରେ ଏମାନେ କାର୍ଯ୍ୟ କରୁଛନ୍ତି ସେହି ବାବୁମାନେ ଧରାପଡୁନାହାନ୍ତି କାହିଁକି ? ସେମାନଙ୍କୁ ସୁରକ୍ଷା ଦେଉଛି କିଏ? ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ବାବୁଙ୍କ ପଛରେ ଅଛନ୍ତି କି? ସେହିପରି ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି କିନ୍ତୁ ବାସ୍ତବରେ ମହିଳାମାନେ ଅପରାଧରେ ଶିକାର ହୋଇ ନ୍ୟାୟ ପାଇବାରୁ ବଂଚିତ ଅଛନ୍ତି । ବେବିନା, ମାଧବୀଲତା, ଇତିଶ୍ରୀ, ସ୍ମିତାରାଣୀଙ୍କୁ ଯେଉଁମାନେ ହତ୍ୟା କରିଛନ୍ତି ସେମାନେ କାହିଁକି ଧରାପଡୁନାହାନ୍ତି ଏହାର ଉତର ନବୀନ ବାବୁ ଦେବେ କି ବୋଲି ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା ପ୍ରଶ୍ନ କରିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁ ିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଶର୍ମା କହିଛନ୍ତି ଯେ, ଓଡ଼ିଶାରେ ଦିନକୁ ଦିନ ଅପରାଧ କାୟା ବିସ୍ତାର କରୁଛି । ଅପରାଧ ନିୟନ୍ତ୍ରଣ କରିବାର ଦାୟିତ୍ୱ ଗୃହବିଭାଗର । ଏହି ଗୃହବିଭାଗର ମୁଖିଆ ନବୀନ ବାବୁ । ନବୀବ ବାବୁ ୨୫ବର୍ଷ ଶାସନ କରିବା ପରେ ମଧ୍ୟ ଅପରାଧ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି । ନବୀନ ଶାସନରେ ପ୍ରତ୍ୟେକ ଦିନ ନୂଆ ନୂଆ ଢ଼ଙ୍ଗର ଅପରାଧ ଅବତୀର୍ଣ୍ଣ ହେଉଛି । ନିର୍ମଳ ଭାବମୂତି ପାଇଁ ଗୋଟିଏ ସମୟରେ ନିଜ ମନ୍ତ୍ରୀମଣ୍ଡଳୀରୁ ୩ଟି କ୍ୟାବିନେଟ୍ ମନ୍ତ୍ରୀଙ୍କୁ ପଦଚ୍ୟୁତ କରିଦେଇଥିଲେ, ପରବର୍ତୀ ସମୟରେ ପ୍ରମାଣିତ ହୋଇପାରିନଥିଲା । ଶାସକ ଦଳର ମନ୍ତ୍ରୀ, ନେତା, ବିଧାୟକ ଓ ସାଂସଦମାନେ ଅପରାଧରେ ଲିପ୍ତ ରହୁଛନ୍ତି କିନ୍ତୁ ନବୀନ ବାବୁ ସେମାନଙ୍କ ଉପରେ କାର୍ଯ୍ୟାନୁ ।ନ ନନେଇ ତାଙ୍କୁ ସୁରକ୍ଷା ଦେଉଛନ୍ତି । ନିର୍ବାଚନ ସମୟରେ ଅପରାଧୀ ନେତାଙ୍କ ପିଲାକୁ ଶାସକ ଦଳ ଟିକେଟ୍ ଦେଉଛି । ନବୀନ ବାବୁ ଓଡ଼ିଶାରେ ଅପରାଧ ବଢ଼ିବାର ସୁବ୍ୟବସ୍ଥା କରିଛନ୍ତି । 

ନିର୍ବାଚନ ସମୟ ଆସିଲେ ମୁଖ୍ୟମନ୍ତ୍ରୀ ପିସି ଓ ଦୁର୍ନୀତି ମୁକ୍ତ ଓଡ଼ିଶା ବୋଲି ଓଡ଼ିଶାବାସୀଙ୍କୁ କୁହନ୍ତି କିନ୍ତୁ ତାହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଓଡ଼ିଶାର ଲୋକେ ହୃଦୟଙ୍ଗମ କରିସାରିଲେଣି । ଓଡ଼ିଶାର ସର୍ବବୃହତ ଦୁର୍ନୀତି ଚିଟଫଣ୍ଡ ଦୁର୍ନୀତିରେ ନବୀନ ଓଡ଼ିଶାଙ୍କ ହାତ ରହିଛି । ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଚିଟଫଣ୍ଡ କମ୍ପାନୀ ବସିବା ବେଳେ ସାହାର୍ଯ୍ୟ କରିବା ସହ ଉଦ୍‌ଘାଟନ କରିଛନ୍ତି । ଏହାପରେ ମୁଖ୍ୟମନ୍ତ୍ରୀ ସେହି କମ୍ପାନୀମାନଙ୍କଠାରୁ କେତେ ଟଙ୍କା ସିଜ୍ କଲେ ତାହାର ଉତର ଦିଅନ୍ତୁ । ଗୋଟିଏ ଅପରାଧରେ ଦଣ୍ଡିତ ଧରାଯାଉ ନାହିଁ । ପ୍ରତ୍ୟେକ ଦିନ ସାଇବର କ୍ରାଇମ ହେଉଛି, ମୁଖ୍ୟମନ୍ତ୍ରୀ କାହିଁକି ନିୟନ୍ତ୍ରଣ କରୁନାହାନ୍ତି । ନବୀନ ବାବୁଙ୍କ ଉପରେ ଓଡିଶାବାସୀଙ୍କ ବିଶ୍ୱାସ କମିଯାଇଛି । ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶାବାସୀ ଉଚିତ ଜବାବ ଦେବେ ।

ଓଡ଼ିଶାରେ ନିର୍ବାଚନ ଉସ୍ମତା କାୟା ବିସ୍ତାର କରିଛି । ନିର୍ବାଚନରେ ଜନତା ୨ଟି କଥାକୁ ହୃଦୟଙ୍ଗମ କରନ୍ତି ସେଗୁଡିକ ହେଲା-ପୂର୍ବରୁ ଯେଉଁ ରାଜନୈତିକ ଦଳ ନିର୍ବାଚନ ଜିତିଥାଏ ସେ ବିଗତ ବର୍ଷର ହିସାବ ଜନତାଙ୍କୁ ଦେଇଥାଏ ଏବଂ ଅନ୍ୟଟି ଯେଉଁ ରାଜନୈତିକ ଦଳ କ୍ଷମତାକୁ ଆସିବାକୁ ଚାହେଁ ଆଗାମୀ ଦିନରେ ତାର କାର୍ଯ୍ୟକଳାପ, ସଂକଳ୍ପ ପତ୍ର ଲୋକଙ୍କ ସାମ୍ନାରେ ଉପସ୍ଥାପିତ କରେ । ବିଜେପି ସରକାରକୁ ଆସିଲେ ଓଡ଼ିଶାରେ ଅପରାଧକୁ ସମୂଳେ ଧ୍ୱଂସ କରିବେ ବୋଲି ଶ୍ରୀ ଶର୍ମା କହିଛନ୍ତି। 

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଉର୍ମିଳା ମହାପାତ୍ର, ସାମାଜିକ ଗଣମାଧ୍ୟମ ମୁଖ୍ୟ ଉମାକାନ୍ତ ପଟ୍ଟନାୟକ, ରାଜ୍ୟ ପ୍ରବକ୍ତା ହିତେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ୱର, ୩୦ ଅପ୍ରେଲ ୨୦୨୪


  • ବିଜେଡି ସରଳ, ଦଳିତ ଆଦିବାସୀମାନଙ୍କ ମନରେ ବିଷ ଭରିବା ପାଇଁ ଚାହୁଁଛି
  • ଜାତୀୟ ସ୍ତରରେ କଂଗ୍ରେସ ଦଳ ଓ ଓଡ଼ିଶାରେ ବିଜେଡି ବର୍ତମାନ ଗୋଟିଏ ଡଙ୍ଗାରେ ବସି ଗୃହମନ୍ତ୍ରୀ ଅମିତ ଶାହଙ୍କର ନକଲି ଭିଡିଓକୁ ଅପପ୍ରଚାର କରୁଛନ୍ତି



ବିଜେଡି ଆଦିବାସୀ, କୃଷକ, ଦଳିତ ଓ ଓବିସି ବିରୋଧୀ ବୋଲି ଓଡ଼ିଶାବାସୀ ଜାଣିଛନ୍ତି । ପୂର୍ବରୁ ବିଜେଡି ଆଦିବାସୀଙ୍କ ଜମିକୁ ପୁଞ୍ଜୀପତି ମାନଙ୍କୁ ବିକ୍ରି କରିବା ପାଇଁ ଚକ୍ରାନ୍ତ କରିଥିଲା ଯାହାକୁ ନେଇ ବିଜେପି ବିଧାନସଭାରେ ସ୍ୱର ଉଠାଇଥିଲା ଓ ବିଜେଡି ସରକାର ପଛକୁ ଘୂଚିଂଥିଲା । ଏବେ ପୁଣି ନିର୍ବାଚନ ସମୟରେ ବିଜେଡି ସରଳ ଆଦିବାସୀମାନଙ୍କ ମନରେ ବିଷ ଭରିବା ପାଇଁ ଚାହୁଁଛି । ବିଜୁ ଜନତା ଦଳର ନବରଙ୍ଗପୁରର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ଏକ ନିର୍ବାଚନୀ ସଭାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଏକ ନକଲି ଭିଡିଓ ଦେଖାଇ ବିଜେପିକୁ ଭୋଟ ନଦେବା ପାଇଁ କହୁଛନ୍ତି । ଏହା କେବଳ ଆଚରଣ ବିଧିର ଘୋର ଉଲଘଂନ ନୁହେଁ ବରଂ ଆଦିବାସୀମାନଙ୍କୁ ହିଂସା କରିବା ପାଇଁ ଉସକାଇବାର ଅପଚେଷ୍ଟା । ଜାତୀୟ ସ୍ତରରେ କଂଗ୍ରେସ ଦଳ ଓ ଓଡ଼ିଶାରେ ବିଜେଡି ବର୍ତମାନ ଗୋଟିଏ ଡଙ୍ଗାରେ ବସି ଗୃହମନ୍ତ୍ରୀ ଅମିତ ଶାହଙ୍କର ନକଲି ଭିଡିଓ ନେଇ ଅପପ୍ରଚାର କରୁଛନ୍ତି । ଯେଉଁମାନେ ଏଭଳି ଶସ୍ତା ଏବଂ ମନ୍ଦ ଉପାୟରେ ରାଜନୀତି କରିବାକୁ ଯାଇ ଦେଶର ବାତାବରଣ ନଷ୍ଟ କରିବା ପାଇଁ ଷଡଯନ୍ତ୍ର କରୁଛନ୍ତି ସେମାନଙ୍କୁ ଗିରଫ କରିବା ଦାବିରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧିମଣ୍ଡଳୀ ଆଜି ସାଇବର ଥାନାରେ ଏତଲା ଦେଇଛନ୍ତି ।

ଭୋଟ ବେଳେ ବିଜେଡି ସର୍ବଦା ନୂଆ ନୂଆ କାର୍ଯ୍ୟ କରି ଆଦର୍ଶ ଆଚରଣ ବିଧିର ଖୋଲା ଉଲଘଂନ କରିଆସୁଛି । ବିଜେଡି ନିର୍ବାଚନ ହାରିବା ଭୟରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ବଦନାମ କରିବାକୁ ପଛାଇନାହିଁ । ଦେଶର ଗୃହମନ୍ତ୍ରୀ ଅମିତ ଶାହଙ୍କ ଏକ ମିଥ୍ୟା ଭିଡିଓ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି । ଏହି ମିଥ୍ୟା ଭିଡିଓକୁ ଆଶ୍ରା କରି ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଗୁମାସ୍ତାଙ୍କ ନିର୍ଦ୍ଦେଶରେ ନବରଙ୍ଗପୁରର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ କହିଛନ୍ତି, ଅମିତ ଶାହ ଗର୍ଜନ କରି କହୁଛନ୍ତି ରାଜ୍ୟରେ ଯେଉଁ ସଂରକ୍ଷଣ(କୋଟା) ଅଛି ତାହାକୁ କୁଆଡେ ଉଠାଇଦେବେ । ଅମିତ ଶାହଙ୍କ ଏହି ଫେକ୍ ଭିଡିଓ କଂଗ୍ରେସ ତିଆରି କରିଥିଲା ଯାହାକୁ କଂଗ୍ରେସରୁ ଯାଇ ବିଜେଡିରେ ମିଶି ପ୍ରାର୍ଥୀ ହୋଇଥିବା ପ୍ରଦୀପ ମାଝୀ ପ୍ରଚାର ବେଳେ ବ୍ୟବହାର କରିଛନ୍ତି । ନିଜକୁ ଆଦିବାସୀଙ୍କ ପୁଅ କହୁଥିବା ପ୍ରଦୀପ ମାଝୀ କ’ଣ ଫେକ୍ ଭିଡିଓ ଦେଖାଇ ରାଜ୍ୟରେ ହିଂସା କରିବାକୁ ଚାହୁଁଛନ୍ତି କି? ଯେତେବେଳେ ରାଜ୍ୟ ସରକାର ଆଦିବାସୀମାନଙ୍କ ଜମିକୁ ପୁଞ୍ଜୀପତିମାନଙ୍କ ହାତରେ ବିକ୍ରି କରିଦେବା ପାଇଁ କାନୁନ ଆଣିଥିଲେ ସେତେବେଳେ ବିଜେଡିର ସାଂସଦ ପ୍ରାଦୀପ ମାଝୀ କୁଆଡେ ଯାଇଥିଲେ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । 

ଏହି ଅବସରରେ ରାଜ୍ୟ ସମ୍ପାଦକ କସ୍ତୁରୀ ମିଶ୍ର, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ଅନିଲ ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ, ଆଇନଜୀବୀ ପ୍ରଦୀପ ପଟ୍ଟନାୟକ, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ୱର, ୩୦ ଅପ୍ରେଲ ୨୦୨୪




ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ, କଟକ ମଣ୍ଡଳର ପ୍ରବନ୍ଧକ ପ୍ରକାଶ ସାହୁ ଚଳିତ ବର୍ଷ ଅପ୍ରେଲ ୩୦ ତାରିଖ ଦିନ ବ୍ୟାଙ୍କରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ଶ୍ରୀ ସାହୁଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଶ୍ରୀ ସାହୁ ୨୬.୦୯.୧୯୯୦ ମସିହାରେ ନିଜ କର୍ମମୟ ଜୀବନ ଆରମ୍ଭ କରିଥିଲେ । ତାଙ୍କର ୩୩ ବର୍ଷର ବ୍ୟାଙ୍କିଙ୍ଗ୍ କ୍ୟାରିୟର ମଧ୍ୟରେ ସେ ବିଭିନ୍ନ ସ୍ଥାନରେ କାର୍ଯ୍ୟ କରି ଗ୍ରାହକଙ୍କ ପ୍ରିୟଭାଜନ ହୋଇପାରିଥିଲେ । ବିଦାୟୀ ସମ୍ବର୍ଦ୍ଧନା ଅବସରରେ ଉପସ୍ଥିତ ସମସ୍ତେ ଶ୍ରୀ ସାହୁଙ୍କର ସୁସ୍ଥ ଏବଂ ଦୀର୍ଘ ଜୀବନର କାମନା କରିଥିଲେ ।

ଭୁବନେଶ୍ୱର, ୩୦ ଅପ୍ରେଲ ୨୦୨୪



ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଏହାର ଚତୁର୍ଥ ତ୍ରୈୟମାସରେ ଶତକଡା ୪୫ ପ୍ରତିଶତ ଅଭିବୃଦ୍ଧି ହାର ହାସଲ କରି ୧,୨୧୮ କୋଟି ଟଙ୍କାର ନେଟ୍ ଲାଭ ସଂଗ୍ରହ କରିପାରିଛି । ବ୍ୟାଙ୍କର ନେଟ୍ ସୁଧ ଆୟ ଓ ଅଣ-ସୁଧ ଆୟରେ ବୃଦ୍ଧି ଏବଂ ନିମ୍ନତମ ଟ୍ୟାକ୍ସ ବ୍ୟବସ୍ଥା ଦ୍ୱାରା ଏହି ଅଭିବୃଦ୍ଧି ସମ୍ଭବ ହୋଇପାରିଛି । ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୪ ରେ ପ୍ରତି ଇକ୍ୟୁଟୀ ଶେୟାର ପାଇଁ ୧.୪୦ ର ଲାଭାଂଶ ଘୋଷଣା କରିଥିବା ସହ ଆର୍ଥିକ ବର୍ଷ ୨୦୨୫ ରେ ଇକ୍ୟୁଟୀ ଇସ୍ୟୁ କରିବା ସହ ୭,୫୦୦ କୋଟିର ପୁଞ୍ଜି ବୃଦ୍ଧି ପାଇଁ ଅନୁମତି ପ୍ରଦାନ କରିଛି । ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିଧୁ ସକ୍ସେନା କହିଛନ୍ତି ଯେ ବ୍ୟାଙ୍କ ଲଗାତାର୧୫ଟି ତ୍ରୈୟମାସ ଧରି ଲାଭପ୍ରଦ ରହିଥିବା ସହ ନିଜର ଅଭିବୃଦ୍ଧି ବଜାୟ ରଖିପାରିଛି । ବ୍ୟାଙ୍କର ନେଟ୍ ସୁଧ ଆୟ ଶତକଡା ୧୮ ପ୍ରତିଶତ ଅଭିବୃଦ୍ଧି ହାର ହାସଲ କରି ୨,୫୮୪ କୋଟି ଟଙ୍କାରେ ପହଞ୍ôଚଛି । ବ୍ୟାଙ୍କର ନେଟ୍ ଇଣ୍ଟରେଷ୍ଟ ମାର୍ଜିନ୍ (ଏନ୍‌ଆଇଏମ୍‌) ଶତକଡା ୩.୯୨ ପ୍ରତିଶତକୁ ବୃଦ୍ଧି ପାଇଛି । ବ୍ୟାଙ୍କର ଗ୍ରସ୍ ଏନ୍‌ପିଏ କିମ୍ବା ଅନାଦେୟ ଋଣ ଶତକଡା ୧.୮୮ ପ୍ରତିଶତକୁ ହ୍ରାସ ପାଇଥିବା ବେଳେ ନେଟ୍ ଏନ୍‌ପିଏ ଶତକଡା ୦.୨୦ ପ୍ରତିଶତକୁ ହ୍ରାସ ପାଇଛି । ବ୍ୟାଙ୍କର ଗ୍ରସ୍ ଅଗ୍ରିମ ଆର୍ଥିକ ବର୍ଷ ୨୦୨୪ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଶତକଡା ୧୬.୩୦ ପ୍ରତିଶତ ବୃଦ୍ଧି ପାଇ ୨,୦୩,୬୬୪ କୋଟି ଟଙ୍କାରେ ପହଞ୍ଚିଛି । ବ୍ୟାଙ୍କର ସମୁଦାୟ ଜମା ଆର୍ଥିକ ବର୍ଷ ୨୦୨୪ ମାର୍ଚ୍ଚ ମାସ ଶେଷ ସୁଦ୍ଧା ୧୫.୬୬ ପ୍ରତିଶତ ବୃଦ୍ଧି ପାଇ ୨,୭୦,୭୪୭ କୋଟି ଟଙ୍କାରେ ପହଞ୍ôଚ ପାରିଛି । ଶ୍ରୀ ସକ୍ସେନା କହିଛନ୍ତି ଯେ ବ୍ୟାଙ୍କ ଅର୍ଥିକ ବର୍ଷ ୨୦୨୫ରେ ଅଗ୍ରୀମ ଏବଂ ଜମା ରାଶିରେ ଯଥାକ୍ରମେ ଶତକଡା ୧୬ ରୁ ୨୦ ପ୍ରତିଶତ ଓ ଶତକଡା ୧୨ ରୁ ୧୫ ପ୍ରତିଶତ ବୃଦ୍ଧିର ଆଶା ରଖିଛି ।

ଭୁବନେଶ୍ୱର, ୩୦ ଅପ୍ରେଲ ୨୦୨୪



ଆଜି ମଧ୍ୟ ଭୁବନେଶ୍ଵର ଅନ୍ତର୍ଗତ ବିଏମ୍‌ସି ୩୬ ନମ୍ବର ୱାର୍ଡରେ ବିଜୁ ଜନତା ଦଳର ଶହ ଶହ ସଂଖ୍ୟାରେ ମହିଳା, ଯୁବ, ଛାତ୍ର କର୍ମୀ ଓ ନେତାମାନେ ଘରେ ଘରେ ଶଙ୍ଖ ଓ ପରିବାର ସମ୍ପର୍କ ଅଭିଯାନ ଆରମ୍ଭ କରିଥିଲେ । ୩୬ନମ୍ବର ୱାର୍ଡର କର୍ପୋରେଟର ଶ୍ରୀମତୀ ଅଲିଅଳି ମଲ୍ଲିକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପରିବାର ସମ୍ପର୍କ ଅଭିଯାନରେ ମାନ୍ୟବର ଭୁବନେଶ୍ଵର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ବିଜେଡିର ଅନ୍ୟାନ୍ୟ ନେତୃବୃନ୍ଦ ସାମିଲ୍ ହୋଇ ଲୋକମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଦୂରଦୃଷ୍ଟି ଯୋଗୁଁ ଆଜି ଓଡ଼ିଶାର ବିକାଶ ଦ୍ରୁତ ଗତିରେ ଆଗେଇଚାଲିଛି ଆଗାମୀ ଦିନରେ ମଧ୍ୟ ଲୋକମାନଙ୍କର ଯେଉଁସବୁ ସମସ୍ୟା ଅଛି, ସେଗୁଡ଼ିକ ମଧ୍ୟ ଖୁବ୍‌ଶୀଘ୍ର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ବିନା ସୁଧରେ ମହିଳାମାନଙ୍କୁ ଲକ୍ଷଲକ୍ଷ ଋଣ ଯୋଗାଇ ସ୍ଵାବଲମ୍ବୀ କରିବା, ଛାତ୍ରମାନଙ୍କୁ ଛାତ୍ରବୃତ୍ତି ପ୍ରଦାନ କରିବା ଓ ଯୁବକମାନଙ୍କୁ ବିଭିନ୍ନ ଦକ୍ଷତା ବିକାଶମୂଳକ କାର୍ଯ୍ୟକ୍ରମରେ ସାମିଲ୍ କରି ଆତ୍ମନିଯୁକ୍ତି କରିବା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଅବଦାନ ସାରା ଭାରତରେ ଅତୁଳନୀୟ ଅଟେ । ମାନ୍ୟବର ମୁଖ୍ୟମନ୍ତ୍ରୀ ସାଢେ ଚାରି କୋଟି ଓଡ଼ିଆଙ୍କ ପରିବାରର ମୁରବୀ ଏବଂ ଆମେ ସମସ୍ତେ ମିଶି ତାଙ୍କୁ ଆଉଥରେ ଷଷ୍ଠଥର ପାଇଁ ଶାସନକୁ ଆଣିବା ମୁଖ୍ୟ ଉଦ୍ଦେଶ୍ୟ ଏବଂ ଏଥିପାଇଁ ଆଗାମୀ ସାଧାରଣ ନିର୍ବାଚନରେ ଆମ ବୁନୁ ଭାଇଙ୍କୁ ବିପୁଳ ସଂଖ୍ୟାରେ ଶଙ୍ଖ ଚିହ୍ନରେ ମୋହର ମାରି ଜୟଯୁକ୍ତ କରିବାକୁ କର୍ପୋରେଟ୍ ଅଲିଅଳି ମଲ୍ଲିକ ଅନୁରୋଧ କରିଛନ୍ତି । ଆଜିର ଏହି ପଦଯାତ୍ରା ୟୁନିଟ୍ ସ୍ଥିତ ବିଧାୟକ କଲୋନୀ ଛକରୁ ଆରମ୍ଭ ହୋଇ ପୋଷ୍ଟାଲ୍ କଲୋନୀ, ପୁରୁଣା ଏ.ଜି. କଲୋନୀ, ମା ମଙ୍ଗଳା ବସ୍ତୀ, ୪ ନମ୍ବର ହାଟ, ମଧୁସୂଦନ ନଗର, ରାମପୁର ବସ୍ତି ଇତ୍ୟାଦି ପରିକ୍ରମା କରି ପ୍ରତି ପରିବାରର ଲୋକଙ୍କ ସାଙ୍ଗରେ ମିଶି ଏବଂ ପ୍ରତି ଘରେ ଉଭୟ ବିଧାୟକ ଏବଂ ସାଂସଦ ପ୍ରାର୍ଥୀ ଥୁବା ବିଜେଡି ଷ୍ଟିକର ଓ ବିଜେଡି ପୋଷ୍ଟର ମାରି ଶଙ୍ଖ ଚିହ୍ନରେ ଭୋଟଦେବାକୁ ନେତାମାନେ ଆହ୍ଵାନ କରିଥିଲେ । ବିଶେଷକରି ୪ ନମ୍ବର ହାଟରେ ଥିବା ବ୍ୟବସାୟୀମାନଙ୍କୁ ଉଦ୍‌ବୋଧନ ଦେଇ ଆଗାମୀ ଦିନରେ ଅଧିକ ମାତ୍ରାରେ ଭେଣ୍ଡିଂଜୋନ୍‌ର ସୁବିଧା କରିବା ଓ ଉଠଦୋକାନୀମାନଙ୍କ ସମସ୍ୟା ଦୂର କରିବା ପାଇଁ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ସମସ୍ତଙ୍କୁ ଦୃଢ ପ୍ରତିଶ୍ରୁତି ଦେଇଥିଲେ ।

ଭୁବନେଶ୍ୱର, ୩୦ ଅପ୍ରେଲ ୨୦୨୪




ପୂର୍ବତଟ ରେଳପଥ କାର୍ଯ୍ୟକାରୀ ମହାପ୍ରବନ୍ଧକ ଶ୍ରୀ ମହେଶ କୁମାର ବେହେରା ଆଜି କଟକ ଓ ଭୁବନେଶ୍ୱର ରେଳ ଷ୍ଟେସନର ପୁନର୍ବିକାଶ କାର୍ଯ୍ୟ ନୀରିକ୍ଷଣ କରି ରେଳ ଷ୍ଟେସନରେ ଚାଲୁରହିଥିବା ଭିତ୍ତିଭୂମି କାର୍ଯ୍ୟର ସମୀକ୍ଷା କରିଛନ୍ତି | 


ନୀରିକ୍ଷଣ ସମୟରେ ମହାପ୍ରବନ୍ଧକ ରେଳ ଅଧିକାରୀମାନଙ୍କୁ ନିରାପଦ ତଥା ସୁଗମ ଟ୍ରେନ୍ ଚଳାଚଳ ସୁନିଶ୍ଚିତ କରିବାକୁ ଆବଶ୍ୟକ ସତର୍କତା ଅବଲମ୍ବନ ଗ୍ରହଣ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି | ଭିତ୍ତିଭୂମି ସମ୍ବନ୍ଧୀୟ ପ୍ରକଳ୍ପ ଏବଂ ଯାତ୍ରୀଙ୍କ ସୁବିଧା ଠିକ୍ ସମୟରେ ସମାପ୍ତ କରିବା ପାଇଁ ଗୁରୁତ୍ୱ ଦିଆଯାଇ ଧାର୍ଯ୍ୟ ଲକ୍ଷ୍ୟ ପୂରଣର   ପ୍ରତିବଦ୍ଧତାକୁ ସାକାର କରିବାକୁ ଶ୍ରୀ ବେହେରା କହିଛନ୍ତି |
  
ଭୁବନେଶ୍ୱର ଓ କଟକ ଷ୍ଟେସନଗୁଡ଼ିକୁ ବିଶ୍ୱ ସ୍ତରୀୟ ଯାତ୍ରୀ ସୁବିଧା ସହିତ ସହରର ଆକର୍ଷଣର କେନ୍ଦ୍ରରେ ପରିଣତ କରିବାର ଦୃଷ୍ଟିକୋଣକୁ ସାକାର କରାଇବାପାଇଁ ଏବଂ ଯାତ୍ରୀମାନଙ୍କ ପାଇଁ ଯାତ୍ରା ଅଭିଜ୍ଞତା ବୃଦ୍ଧି କରାଇବା ପାଇଁ ଏହି ପୁନର୍ବିକାଶ କାର୍ଯ୍ୟ ଅଭିଳାଷା ରଖିଛି | କଟକ ଏବଂ ଭୁବନେଶ୍ୱର ରେଳ ଷ୍ଟେସନର ଉଭୟ ପାର୍ଶ୍ୱ ପ୍ରବେଶ ପଥ ଏବଂ ଚଳପ୍ରଚଳ ଅଞ୍ଚଳ ସହିତ ପୁନର୍ବିକାଶ କାର୍ଯ୍ୟ ଅଗ୍ରଗତିର ପୁଙ୍ଖାନୁପୁଙ୍ଖ ମୂଲ୍ୟାଙ୍କନ ପ୍ରଦର୍ଶନ ସମ୍ବନ୍ଧରେ ଶ୍ରୀ ବେହେରାଙ୍କ ଦ୍ୱାରା ନିରୀକ୍ଷଣ କରାଯାଇଅଛି |  

ପୁନର୍ବିକାଶ କାର୍ଯ୍ୟରେ ପ୍ରବେଶ ପଥ ଗୁଡିକ ସହିତ ଦୁଇ / ତିନ / ଚାରି ଚକିଆ ଯାନ ପାଇଁ ପାର୍କିଂ, ପିକଅପ୍ ଏବଂ ଡ୍ରପ୍ ପଏଣ୍ଟ, ଆମ୍ବୁଲାନ୍ସ ପାଇଁ ପାର୍କିଂ, ଭିଆଇପି ଯାନ ଇତ୍ୟାଦି ସୁବିଧା ପାଇବା ସହିତ ପ୍ରଶସ୍ତ ଆପ୍ରୋଚ୍ ରୋଡ୍ ରହିବ | ଏହା  ସହିତ ଯାତ୍ରୀମାନଙ୍କ ପାଇଁ ଏୟାର କନକୋର୍ସ, ଫୁଟ ଓଭର ବ୍ରିଜ, ଯାତ୍ରୀ ଘୋଷଣା ପ୍ରଣାଳୀ, ଫୁଡ ସ୍ଟଲ, ଦିବ୍ୟାଙ୍ଗଜନ ସୁବିଧା, ବ୍ୟାଗେଜ ସ୍କlନର,  ରିତା୍ୟାରିଙ୍ଗ ରୁମ, ସିସିଟିଭି ଇତ୍ୟାଦି ସୁବିଧା ଉପଲବ୍ଧ l ପୂର୍ବତଟ ରେଳପଥର ମୁଖ୍ୟ ପ୍ରଶାସନିକ ଅଧିକାରୀ (ନିର୍ମାଣ) ଶ୍ରୀ ଏ ଜି ଶ୍ରୀନିବାସଙ୍କ ନେତୃତ୍ୱରେ ରେଳପଥ ମୁଖ୍ୟାଳୟର ବରିଷ୍ଠ ଅଧିକାରୀମାନେ ଏହି ନିରୀକ୍ଷଣ ସମୟରେ ଉପସ୍ଥିତ ଥିଲେ |

ଭୁବନେଶ୍ୱର, ୩୦ ଅପ୍ରେଲ ୨୦୨୪



୨୦୧୯ ମସିହା  ମେ ମାସରେ ଫନୀ ବାତ୍ୟା ଓଡ଼ିଶାରେ ବ୍ୟାପକ କ୍ଷତି ଘଟାଇ ଥିଲା ।  ପରବର୍ତ୍ତୀ ବିଭିନ୍ନ ବର୍ଷରେ ଗ୍ରୀଷ୍ମ ଋତୁରେ ଅମ୍ଫାନ, ୟାସ, ଅସାନୀ ଭଳି ବାତ୍ୟା ସଂଗଠିତ ହୋଇଥିଲା ।  ତେଣୁ ଚଳିତ ବର୍ଷ ଗ୍ରୀଷ୍ଣକାଳୀନ ବାତ୍ୟା ସମ୍ଭାବନାକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତିର ନିତାନ୍ତ ଆବଶ୍ୟକତା ରହିଛି ।  ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରଶାସନିକ ସ୍ତରରେ ଏକ  ପ୍ରାକ୍ ବାତ୍ୟା ପ୍ରସ୍ତୁତି ବୈଠକ ଆଜି ସଂଧ୍ୟାରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।  ବିଗତ ବର୍ଷର ଅନୁଭୂତି ଓ ଅଭିଜ୍ଞତାକୁ  ପାଥେୟ କରି  ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରଖିବା  ନିମନ୍ତେ  ବୈଠକରେ ସଂପୃକ୍ତ ବିଭିନ୍ନ ବିଭାଗ ଓ ସହଯୋଗୀ  ସଂସ୍ଥାମାନଙ୍କୁ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଆବଶ୍ୟକ  ନିର୍ଦ୍ଦେଶ ଏବଂ ପରାମର୍ଶ ଦେଇଛନ୍ତି  ।  

ସ୍ୱତନ୍ତ୍ର  ରିଲିଫ କମିଶନରଙ୍କ ଦ୍ୱାରା ଆହୂତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ  ମଧ୍ୟରେ ଉନ୍ନୟନ କମିଶନର ତଥା   ଜଳସଂପଦ ବିଭାଗ  ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ରାଜସ୍ୱ ବିପର୍ଯ୍ୟୟ ପରିଚାଳନା, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଏସଆରସି ଶ୍ରୀ ସତ୍ୟବ୍ରତ ସାହୁ, ଅଗ୍ନିଶମ ସେବା  ମହାନିର୍ଦ୍ଦେଶକ ଡଃ. ସୁଧାଂଶୁ ଷଡଙ୍ଗୀଙ୍କ ସହ ଶକ୍ତି ତଥା ଅର୍ଥ ବିଭାଗ, ପୂର୍ତ୍ତ ବିଭାଗ, ନଗର ଉନ୍ନୟନ, ଗ୍ରାମ୍ୟ ଉନ୍ନୟନ, ସୂଚନା ଓ ଲୋକ ସଂପର୍କ,  ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ମହିଳା ଓ ଶିଶୁ ବିକାଶ, ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ, କୃଷି କୃଷକ ସଶକ୍ତି କରଣ ବିଭାଗ, ମତ୍ସ୍ୟ ଓ ପ୍ରାଣୀ ପାଳନ ବିଭାଗ ସମେତ ଅଗ୍ନିଶମ, ଓଡ୍ରାଫ, ଏନଡିଆରଏଫ୍ଆଦି ୧୮ ଟି ବିଭାଗ ସଂସ୍ଥାର ପ୍ରମୁଖ ଶାସନ ସଚିବ, ସଚିବ ଉଚ୍ଚ କର୍ତ୍ତୃପକ୍ଷ ମାନେ ଏହି ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ   

ପ୍ରାରମ୍ଭରେ ଭାରତୀୟ ପାଣିପାଗ ବିଭାଗ, ଭୁବନେଶ୍ୱରର ନିର୍ଦ୍ଦେଶିକା ଡଃ. ମନୋରମା ମହାନ୍ତି ବିଭିନ୍ନ ଜିଲ୍ଲାରେ କ୍ରମାଗତ ଭାବେ  ଜାରି ରହିଥିବା ଗ୍ରୀଷ୍ଣ ପ୍ରବାହ ଏବଂ  ଉପଗ୍ରହ ତଥ୍ୟ ଆଧାରରେ ଚଳିତ ମେ ମାସରେ ପାଣିପାଗର ସ୍ଥିତି କିପରି ରହିବ ସେ ସଂପର୍କରେ ତଥ୍ୟ ଉପସ୍ଥାପନ  କରିଥିଲେ   ଆଗାମୀ ମଇ ମାସ ୧୫ ତାରିଖ ଭିତରେ ବାତ୍ୟା ସଂପର୍କରେ ସେପରି ତଥ୍ୟ ସ୍ପଷ୍ଟ  ଦୃଶ୍ୟମାନ ହେଉନଥିବା ଓ ଏହା ପରେ ସ୍ଥିତି ଜଣାଯିବା ସଂପର୍କରେ ସେ ଅବଗତ   କରିଥିଲେ । ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ  ଓଡ଼ିଶାବାସୀ ଜନସାଧାରଣ ପ୍ରଶାସନିକ  ଆଦି  ସବୁ ସ୍ତରରେ ସତର୍କ ରହିବାକୁ ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଗୁରୁତ୍ୱାରୋପ କରିଥିଲେ ବିଭିନ୍ନ ବିଭାଗ ମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା କଣ୍ଟିଜେଣ୍ଟ ପ୍ଲାନ୍ (ଜରୁରୀ କାଳୀନ ପ୍ରସ୍ତୁତି) ସଂପର୍କରେ ଉପସ୍ଥାପନ କରାଯାଇଥିଲା । 

ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଥିଲେ ଯେ, ବିପର୍ଯ୍ୟୟ ପ୍ରସ୍ତୁତି ଓ ମୁକାବିଲା କ୍ଷେତ୍ରରେ ଓଡିଶା ପ୍ରଶାସନ ଏକ ଉଚ୍ଚତର ମାନଦଣ୍ଡ ବଜାୟ ରଖିଛି । ଆମର  ସବୁ ପ୍ରକାର ପ୍ରସ୍ତୁତି ରହିଛି । ତେବେ ଆମେ  ଏହାକୁ  କେବେହେଲେ ହାଲୁକା ଭାବେ ଗ୍ରହଣ କରିବା ଉଚିତ୍ ନୁହେଁ ।  ସବୁ ବିଭାଗରେ ପ୍ରାକ୍ ବାତ୍ୟା ସମୀକ୍ଷା ବୈଠକ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।  ସମ୍ଭାବ୍ୟ ଗ୍ରୀଷ୍ମ କାଳୀନ ବାତ୍ୟା ପରିପ୍ରେକ୍ଷୀରେ ଓଡ୍ରାଫ୍ ଓ ଏନଡିଆରଏଫ୍ ତରଫରୁ ଟିମ୍ ମୁତୟନ , ଆବଶ୍ୟକ ଉପକରଣ ସହ  ପ୍ରସ୍ତୁତି ସଂପର୍କରେ ଉପସ୍ଥାପନ କରାଯାଇଥିଲା । ବାତ୍ୟାରେ ବିଦ୍ୟୁତ୍ ସରବରାହ ବ୍ୟାହତ ସମ୍ଭାବନାକୁ ଦୃଷ୍ଚିରେ ରଖି ମାନବ ସମ୍ବଳ, ଆବଶ୍ୟକ ଯନ୍ତ୍ରପାତି ଓ ଉପକରଣ ପ୍ରସ୍ତୁତ ରଖିବାକୁ  ବିଦ୍ୟୁତ୍ ବିତରକ  ସଂସ୍ଥାମାନଙ୍କୁ ମୁଖ୍ୟ ଶାସନ ସଚିବ  ନିର୍ଦ୍ଦେଶ ଦେଇଛନ୍ତି । ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ବାତ୍ୟା ସମୟରେ ପାନୀୟ ଜଳ ଯୋଗାଣ ପାଇଁ ଜେନେରେଟର ବ୍ୟବସ୍ଥା ସହ  ସିନଟେକ୍ସ ଯୋଗେ ପାନୀୟ ଜଳ ମହଜୁଦ ରଖିବାକୁ ପରାମର୍ଶ ଦିଆଯାଇଛି ।  ସେହିପରି ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆବଶ୍ୟକ ଔଷଧ, ଆମ୍ବୁଲାନ୍ସ ବ୍ୟବସ୍ଥା ସହ ଆପତକାଳୀନ ଯୋଜନା ପ୍ରସ୍ତୁତ ହୋଇଥିବା ସଂପର୍କରେ ସ୍ୱାସ୍ଥ୍ୟ ବିଭାଗ ଶାସନ ସଚିବ ଉପସ୍ଥାପନ କରିଥିଲେ । ବାତ୍ୟା ସମୟରେ ମହିଳା ଓ ଶିଶୁ, ନିରାଶ୍ରୟମାନଙ୍କ ପ୍ରତି ଧ୍ୟାନ ଓ ଯତ୍ନ ,  ବନ୍ୟା ବା ବାତ୍ୟା ଆଶ୍ରୟସ୍ଥଳରେ ଜଣେ ଜଣେ ମହିଳା ଅଧିକାରୀମାନଙ୍କୁ ନୋଡାଲ ଅଧିକାରୀ ଭାବେ ଦାୟିତ୍ୱରେ ରଖାଯିବା, ପ୍ରାଣୀମାନଙ୍କ ପାଇଁ ଔଷଧ ଓ ଖାଦ୍ୟ ମହଜୁଦ ରଖାଯିବା, ବାତ୍ୟାରେ ରାସ୍ତା ପ୍ରଭାବିତ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହେଲେ ତୁରନ୍ତ ଗ୍ରାମ୍ୟ ଉନ୍ନୟନ ଏବଂ ପୂର୍ତ୍ତ ବିଭାଗ ଦ୍ୱାରା ଠିକ୍ କରାଯିବା, ରାସ୍ତା ଉପରେ ଗଛ ଡାଳ ପଡିଲେ ବା ଗଛ ଉପୁଡିଲେ ତୁରନ୍ତ  ଜଙ୍ଗଲ ବିଭାଗ ଦ୍ୱାରା  ରାସ୍ତାରୁ ସେସବୁକୁ ତୁରନ୍ତ  ଅପସାରଣ, ଜଳ ସଂପଦ ବିଭାଗ ତରଫରୁ ନିୟମିତ ନଦୀବନ୍ଧ ଯାଂଚ, ପୋଲିସ ତରଫରୁ ଆଇନଶୃଙ୍ଖଳା ରକ୍ଷା ଆଦି ସଂପର୍କରେ ସବିଶେଷ  ତଥ୍ୟ ଉପସ୍ଥାପନ କରାଯାଇଥିଲା । ପ୍ରତି ବିଭାଗରେ ଜଣେ ଜଣେ ନୋଡାଲ ଅଫିସରଙ୍କ ନାମ, ଟେଲିଫୋନ ନଂ ଓ ଇ ମେଲ ଆଇଡି ଏସ୍ ଆରସି କାର୍ଯ୍ୟାଳୟକୁ ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି । ସେହିପରି ବାତ୍ୟା ସମୟରେ ବେପରୁଆ ଭାବରେ ଘରୁ ନବାହାରିବା, ବେପରୁଆ ଗାଡି ଚାଳନା ନକରିବା ,  ଘରେ ଘରେ ଜରୁରୀ ସ୍ଥିତି ପାଇଁ ପାନୀୟ ଜଳ ସାଇତି ରଖିବା ଆଦି ସଂପର୍କରେ   ମୁଖ୍ୟ ଶାସନ ସଚିବ ଅନୁରୋଧ କରିଛନ୍ତି  ।

ଭୁବନେଶ୍ୱର,  ଅପ୍ରେଲ ୨୦୨୪






ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଆଜି ପୂର୍ବାହ୍ନରେ ଭୁବନେଶ୍ୱରସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟରଉତ୍କର୍ଷ କେନ୍ଦ୍ର” (ସେଣ୍ଟର ଅଫ ଏକ୍ସେଲେନ୍ସ) ପରିଦର୍ଶନ କରିଥିଲେ ତାଙ୍କ ସହିତ ଉଚ୍ଚଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ, ୨୦୨୨ ବ୍ୟାଚର ଭାରତୀୟ ପ୍ରଶାସନିକ ସେବା (ଓଡ଼ିଶା କ୍ୟାଡର) ୬ଜଣ ପ୍ରୋବେସନର ଅଧିକାରୀ ଯାଇଥିଲେ   ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଉତ୍କଳ ବିଶ୍ୱ ବିଦ୍ୟାଳୟରେ ପହଞ୍ଚିବା ପରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର  ସବିତା ଆଚାର୍ଯ୍ୟଙ୍କ ସମେତ ବିଶ୍ୱବିଦ୍ୟାଳୟର  ରେଜିଷ୍ଟ୍ରର,  ସେଣ୍ଟର ଅଫ ଏକ୍ସେଲେନ୍ସର ସଂଯୋଜକ ଅନ୍ୟ ପ୍ରାଧ୍ୟାପକମାନେ ସ୍ୱାଗତ କରିଥିଲେ ଆଇଏଏସ୍ ଶିକ୍ଷାନବିଶମାନେ ଏହି ପରିଦର୍ଶନ ପରିପ୍ରେକ୍ଷୀରେ ଉତ୍କଳ ବିଶ୍ୱବିଦ୍ୟାଳୟ ତଥା ବିଶ୍ୱବିଦ୍ୟାଳୟରଉତ୍କର୍ଷ କେନ୍ଦ୍ର” (ସେଣ୍ଟର ଅଫ ଏକ୍ସେଲେନ୍ସ) ସଂପର୍କରେ ଅବଗତ ହୋଇଥିଲେ । 

ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା “ସେଣ୍ଟର ଅଫ ଏକ୍ସେଲେନ୍ସ” ଠାରେ ଅନୁଷ୍ଠିତ ଏକ ବୈଠକରେ ଏହି କେନ୍ଦ୍ରରେ ଉପଲବ୍ଧ ବିଭିନ୍ନ ବିଷୟରେ ଗବେଷଣା ସଂପର୍କରେ ଉପସ୍ଥାପନ କରାଯାଇଥିଲା । ବିଶ୍ୱ ବିଦ୍ୟାଳୟ ଉତ୍କର୍ଷ କେନ୍ଦ୍ରର ବିଭିନ୍ନ ସୁବିଧା ଅସୁବିଧା ବୁଝିବା ସହିତ ଗବେଷଣା କାର୍ଯ୍ୟ ଓ ଗବେଷଣା ପ୍ରକାଶନକୁ ମୁଖ୍ୟ ଶାସନ ସଚିବ ଉତ୍ସାହିତ କରିଥିଲେ ଆଗାମୀ ଦିନରେ ସେଣ୍ଟର ଅଫ ଏକ୍ସେଲେନ୍ସ ଗବେଷଣା କ୍ଷେତ୍ରରେ କିପିରି ଉତ୍କର୍ଷତା ପ୍ରତିପାଦନ କରିବ, ସେ ଦିଗରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ପ୍ରାଧ୍ୟାପକମାନେ ଗୁରୁତ୍ୱ ଦେବାକୁ ସେ ଆବଶ୍ୟକ ପରାମର୍ଶ ଦେଇଥିଲେ ।  ଉତ୍କଳ ବିଶ୍ୱବିଦ୍ୟାଳୟ ଦେଶର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ କିପରି ଅଧିକରୁ ଅଧିକ ସଫଳତା ହାସଲ କରିବ, ସେ ଦିଗରେ ସେ ବିଭିନ୍ନ ଗଠନମୂଳକ ପରାମର୍ଶ ଦେଇଥିଲେ

Powered by Blogger.
Javascript DisablePlease Enable Javascript To See All Widget