ଭୁବନେଶ୍ୱର, ୩୦ ଅପ୍ରେଲ ୨୦୨୪
ଆଜି ମଧ୍ୟ ଭୁବନେଶ୍ଵର ଅନ୍ତର୍ଗତ ବିଏମ୍ସି ୩୬ ନମ୍ବର ୱାର୍ଡରେ ବିଜୁ ଜନତା ଦଳର ଶହ ଶହ ସଂଖ୍ୟାରେ ମହିଳା, ଯୁବ, ଛାତ୍ର କର୍ମୀ ଓ ନେତାମାନେ ଘରେ ଘରେ ଶଙ୍ଖ ଓ ପରିବାର ସମ୍ପର୍କ ଅଭିଯାନ ଆରମ୍ଭ କରିଥିଲେ । ୩୬ନମ୍ବର ୱାର୍ଡର କର୍ପୋରେଟର ଶ୍ରୀମତୀ ଅଲିଅଳି ମଲ୍ଲିକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପରିବାର ସମ୍ପର୍କ ଅଭିଯାନରେ ମାନ୍ୟବର ଭୁବନେଶ୍ଵର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ବିଜେଡିର ଅନ୍ୟାନ୍ୟ ନେତୃବୃନ୍ଦ ସାମିଲ୍ ହୋଇ ଲୋକମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଦୂରଦୃଷ୍ଟି ଯୋଗୁଁ ଆଜି ଓଡ଼ିଶାର ବିକାଶ ଦ୍ରୁତ ଗତିରେ ଆଗେଇଚାଲିଛି ଓ ଆଗାମୀ ଦିନରେ ମଧ୍ୟ ଲୋକମାନଙ୍କର ଯେଉଁସବୁ ସମସ୍ୟା ଅଛି, ସେଗୁଡ଼ିକ ମଧ୍ୟ ଖୁବ୍ଶୀଘ୍ର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ବିନା ସୁଧରେ ମହିଳାମାନଙ୍କୁ ଲକ୍ଷଲକ୍ଷ ଋଣ ଯୋଗାଇ ସ୍ଵାବଲମ୍ବୀ କରିବା, ଛାତ୍ରମାନଙ୍କୁ ଛାତ୍ରବୃତ୍ତି ପ୍ରଦାନ କରିବା ଓ ଯୁବକମାନଙ୍କୁ ବିଭିନ୍ନ ଦକ୍ଷତା ବିକାଶମୂଳକ କାର୍ଯ୍ୟକ୍ରମରେ ସାମିଲ୍ କରି ଆତ୍ମନିଯୁକ୍ତି କରିବା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଅବଦାନ ସାରା ଭାରତରେ ଅତୁଳନୀୟ ଅଟେ । ମାନ୍ୟବର ମୁଖ୍ୟମନ୍ତ୍ରୀ ସାଢେ ଚାରି କୋଟି ଓଡ଼ିଆଙ୍କ ପରିବାରର ମୁରବୀ ଏବଂ ଆମେ ସମସ୍ତେ ମିଶି ତାଙ୍କୁ ଆଉଥରେ ଷଷ୍ଠଥର ପାଇଁ ଶାସନକୁ ଆଣିବା ମୁଖ୍ୟ ଉଦ୍ଦେଶ୍ୟ ଏବଂ ଏଥିପାଇଁ ଆଗାମୀ ସାଧାରଣ ନିର୍ବାଚନରେ ଆମ ବୁନୁ ଭାଇଙ୍କୁ ବିପୁଳ ସଂଖ୍ୟାରେ ଶଙ୍ଖ ଚିହ୍ନରେ ମୋହର ମାରି ଜୟଯୁକ୍ତ କରିବାକୁ କର୍ପୋରେଟ୍ ଅଲିଅଳି ମଲ୍ଲିକ ଅନୁରୋଧ କରିଛନ୍ତି । ଆଜିର ଏହି ପଦଯାତ୍ରା ୟୁନିଟ୍ ସ୍ଥିତ ବିଧାୟକ କଲୋନୀ ଛକରୁ ଆରମ୍ଭ ହୋଇ ପୋଷ୍ଟାଲ୍ କଲୋନୀ, ପୁରୁଣା ଏ.ଜି. କଲୋନୀ, ମା ମଙ୍ଗଳା ବସ୍ତୀ, ୪ ନମ୍ବର ହାଟ, ମଧୁସୂଦନ ନଗର, ରାମପୁର ବସ୍ତି ଇତ୍ୟାଦି ପରିକ୍ରମା କରି ପ୍ରତି ପରିବାରର ଲୋକଙ୍କ ସାଙ୍ଗରେ ମିଶି ଏବଂ ପ୍ରତି ଘରେ ଉଭୟ ବିଧାୟକ ଏବଂ ସାଂସଦ ପ୍ରାର୍ଥୀ ଥୁବା ବିଜେଡି ଷ୍ଟିକର ଓ ବିଜେଡି ପୋଷ୍ଟର ମାରି ଶଙ୍ଖ ଚିହ୍ନରେ ଭୋଟଦେବାକୁ ନେତାମାନେ ଆହ୍ଵାନ କରିଥିଲେ । ବିଶେଷକରି ୪ ନମ୍ବର ହାଟରେ ଥିବା ବ୍ୟବସାୟୀମାନଙ୍କୁ ଉଦ୍ବୋଧନ ଦେଇ ଆଗାମୀ ଦିନରେ ଅଧିକ ମାତ୍ରାରେ ଭେଣ୍ଡିଂଜୋନ୍ର ସୁବିଧା କରିବା ଓ ଉଠଦୋକାନୀମାନଙ୍କ ସମସ୍ୟା ଦୂର କରିବା ପାଇଁ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ସମସ୍ତଙ୍କୁ ଦୃଢ ପ୍ରତିଶ୍ରୁତି ଦେଇଥିଲେ ।
Post a Comment