loading...

କିଟ୍‍ ଓ ୟୁଏନ୍‍ ଭଲ୍ୟୁଣ୍ଟିଅର୍‍ସ ମଧ୍ୟରେ ବୁଝାମଣାବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ଚତୁର୍ଥ ତ୍ରୈୟମାସରେ ନେଟ୍ ଲାଭ ୧,୨୧୮ କୋଟିରୁ ଅଧିକ ନେଟ୍ ସୁଧ ଆୟ ଏବଂ ନିମ୍ନତମ ଟ୍ୟାକ୍ସ ବ୍ୟବସ୍ଥା ଦ୍ୱାରା ଅଭିବୃଦ୍ଧି ସମ୍ଭବ ହୋଇପାରିଛି

ଭୁବନେଶ୍ୱର, ୩୦ ଅପ୍ରେଲ ୨୦୨୪



ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଏହାର ଚତୁର୍ଥ ତ୍ରୈୟମାସରେ ଶତକଡା ୪୫ ପ୍ରତିଶତ ଅଭିବୃଦ୍ଧି ହାର ହାସଲ କରି ୧,୨୧୮ କୋଟି ଟଙ୍କାର ନେଟ୍ ଲାଭ ସଂଗ୍ରହ କରିପାରିଛି । ବ୍ୟାଙ୍କର ନେଟ୍ ସୁଧ ଆୟ ଓ ଅଣ-ସୁଧ ଆୟରେ ବୃଦ୍ଧି ଏବଂ ନିମ୍ନତମ ଟ୍ୟାକ୍ସ ବ୍ୟବସ୍ଥା ଦ୍ୱାରା ଏହି ଅଭିବୃଦ୍ଧି ସମ୍ଭବ ହୋଇପାରିଛି । ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୪ ରେ ପ୍ରତି ଇକ୍ୟୁଟୀ ଶେୟାର ପାଇଁ ୧.୪୦ ର ଲାଭାଂଶ ଘୋଷଣା କରିଥିବା ସହ ଆର୍ଥିକ ବର୍ଷ ୨୦୨୫ ରେ ଇକ୍ୟୁଟୀ ଇସ୍ୟୁ କରିବା ସହ ୭,୫୦୦ କୋଟିର ପୁଞ୍ଜି ବୃଦ୍ଧି ପାଇଁ ଅନୁମତି ପ୍ରଦାନ କରିଛି । ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିଧୁ ସକ୍ସେନା କହିଛନ୍ତି ଯେ ବ୍ୟାଙ୍କ ଲଗାତାର୧୫ଟି ତ୍ରୈୟମାସ ଧରି ଲାଭପ୍ରଦ ରହିଥିବା ସହ ନିଜର ଅଭିବୃଦ୍ଧି ବଜାୟ ରଖିପାରିଛି । ବ୍ୟାଙ୍କର ନେଟ୍ ସୁଧ ଆୟ ଶତକଡା ୧୮ ପ୍ରତିଶତ ଅଭିବୃଦ୍ଧି ହାର ହାସଲ କରି ୨,୫୮୪ କୋଟି ଟଙ୍କାରେ ପହଞ୍ôଚଛି । ବ୍ୟାଙ୍କର ନେଟ୍ ଇଣ୍ଟରେଷ୍ଟ ମାର୍ଜିନ୍ (ଏନ୍‌ଆଇଏମ୍‌) ଶତକଡା ୩.୯୨ ପ୍ରତିଶତକୁ ବୃଦ୍ଧି ପାଇଛି । ବ୍ୟାଙ୍କର ଗ୍ରସ୍ ଏନ୍‌ପିଏ କିମ୍ବା ଅନାଦେୟ ଋଣ ଶତକଡା ୧.୮୮ ପ୍ରତିଶତକୁ ହ୍ରାସ ପାଇଥିବା ବେଳେ ନେଟ୍ ଏନ୍‌ପିଏ ଶତକଡା ୦.୨୦ ପ୍ରତିଶତକୁ ହ୍ରାସ ପାଇଛି । ବ୍ୟାଙ୍କର ଗ୍ରସ୍ ଅଗ୍ରିମ ଆର୍ଥିକ ବର୍ଷ ୨୦୨୪ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଶତକଡା ୧୬.୩୦ ପ୍ରତିଶତ ବୃଦ୍ଧି ପାଇ ୨,୦୩,୬୬୪ କୋଟି ଟଙ୍କାରେ ପହଞ୍ଚିଛି । ବ୍ୟାଙ୍କର ସମୁଦାୟ ଜମା ଆର୍ଥିକ ବର୍ଷ ୨୦୨୪ ମାର୍ଚ୍ଚ ମାସ ଶେଷ ସୁଦ୍ଧା ୧୫.୬୬ ପ୍ରତିଶତ ବୃଦ୍ଧି ପାଇ ୨,୭୦,୭୪୭ କୋଟି ଟଙ୍କାରେ ପହଞ୍ôଚ ପାରିଛି । ଶ୍ରୀ ସକ୍ସେନା କହିଛନ୍ତି ଯେ ବ୍ୟାଙ୍କ ଅର୍ଥିକ ବର୍ଷ ୨୦୨୫ରେ ଅଗ୍ରୀମ ଏବଂ ଜମା ରାଶିରେ ଯଥାକ୍ରମେ ଶତକଡା ୧୬ ରୁ ୨୦ ପ୍ରତିଶତ ଓ ଶତକଡା ୧୨ ରୁ ୧୫ ପ୍ରତିଶତ ବୃଦ୍ଧିର ଆଶା ରଖିଛି ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget