ଭୁବନେଶ୍ୱର, ୨୭ ଅପ୍ରେଲ ୨୦୨୪
ନନ୍ଦନ ନିଲେକାନୀ, କୋଟା ହରିନାରାୟଣ, ନାରାୟଣ ମୂର୍ତି, ଦାମୋଦର ଆଚାର୍ଯ୍ୟ, ବି.କେ.ସିଙ୍ଗଲ, ରବି ବସ୍ତିଆ, ୱାଇ.ସି. ଦେବେଶ୍ୱର, ଗୋପାଳ ଚନ୍ଦ୍ର ମିତ୍ର, ମନୋହର ପାରିକର, କ୍ୟାପ୍ଟେନ୍ ଏନ୍.ଏସ୍.ମୋହନରାମ ।
ଉପରେ ଦିଆଯାଇଥିବା ସମସ୍ତ ଦଶଟି ନାମ ଗୁନ୍ଥି ହୋଇଛନ୍ତି ଗୋଟିଏ ସୂତ୍ରରେ । ସମସ୍ତେ ୨୦୦୦ ମସିହା ପୂର୍ବରୁ ଭାରତରେ ଥିବା ଆଇଆଇଟିରୁ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି ଏବଂ ଭାରତରେ ଇଞ୍ଜିନିୟରିଂ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ସୁନାମ ଅର୍ଜନ କରିଛନ୍ତି ।
ଭାରତରେ ଉଚ୍ଚଶିକ୍ଷାର ପବିତ୍ର ମନ୍ଦିର ଆଇଆଇଟିର ଦ୍ୱାର ଦେଇ ହଜାର ହଜାର ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇ ବିଶ୍ୱର ବିଭିନ୍ନ ସ୍ଥାନରେ ସୁନାମ ଅର୍ଜନ କରିଛନ୍ତି । କିନ୍ତୁ ଉପରୋକ୍ତ ତାଲିକାରେ ଯେଉଁମାନଙ୍କ ନାମ ରହିଛି, ସେମାନେ ବିଦେଶରେ ଥିବା ଲୋଭନୀୟ ନିଯୁକ୍ତିକୁ ଅଣଦେଖା କରି ନିଜ ମାତୃଭୂମିର ସେବା କରିବାକୁ ପସନ୍ଦ କରିଛନ୍ତି ।
‘ୱାନ ହଣ୍ଡ୍ରେଡ ଗ୍ରେଟ ଆଇଆଇଟିଆନ୍ସ’ ଏଭଳି ଶହେ ଜଣ ବିଶିଷ୍ଟ ଇଞ୍ଜିନିୟର ଓ ଟେକ୍ନୋକ୍ରାଟ ମାନଙ୍କୁ ନେଇ ଚାରିଶହ ଚାରି ପୃଷ୍ଠାର ସଙ୍କଳିତ ଏକ ଉପାଦେୟ ପୁସ୍ତକ । ଏହି ପୁସ୍ତକରେ ଭାରତର ବିକାଶକୁ ସୁନିଶ୍ଚିତ କରିବା ପାଇଁ ବିଦେଶରେ ମୋଟା ଅଙ୍କର ଦରମା ତଥା ଅନ୍ୟାନ୍ୟ ସୁଖ ସୁବିଧାର ମୋହରେ ନ ପଡି ଭାରତରେ ରହି ବିଭିନ୍ନ କ୍ଷେତ୍ରରେ ନେତୃତ୍ୱ ପ୍ରଦାନ କରିଥିବା ଏହି ସମସ୍ତ ମହାନ ବ୍ୟକ୍ତିଙ୍କୁ ତାଲିକା ଭୁକ୍ତ କରାଯାଇଛି । ଏହି ପୁସ୍ତକର ସମ୍ପାଦନା କରିଛନ୍ତି କମାଣ୍ଡର ଭି.କେ.ଜେଟଲୀ ।
ଦେଶର ସ୍ୱାଧୀନତା ପୂର୍ବରୁ ଆଇଆଇଟିର ପରିକଳ୍ପନା କରାଯାଇଥିଲା ଏବଂ ନଳିନୀ ରଂଜନ ସରକାର କମିଟିର ସୁପାରିସ୍ ଆଧାରରେ ଏହାର ବ୍ଳୁ ପ୍ରିଂଟ ପ୍ରସ୍ତୁତ କରାଯାଇଥିଲା । ପଶ୍ଚିମବଙ୍ଗର ଦୂରଦ୍ରଷ୍ଟା ମୁଖ୍ୟମନ୍ତ୍ରୀ ଡକ୍ଟର ବିଧାନ ଚନ୍ଦ୍ର ରାୟ ଖଡଗପୁର ଠାରେ ଭାରତର ପ୍ରଥମ ଆଇଆଇଟି ପ୍ରତି । ପାଇଁ ଜମି ଯୋଗାଇ ଦେଇଥିଲେ ଏବଂ ପରବର୍ତୀ ସମୟରେ ୧୯୫୧ ଅଗଷ୍ଟ ୧୮ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଦ୍ୱାରା ଏହାର ଉଦ୍ଘାଟନ ହୋଇଥିଲା ।
ଭାରତୀୟ ସଂସଦ ୧୯୫୬ ମସିହା ସେପ୍ଟେମ୍ବର ୧୫ ତାରିଖରେ ଆଇଆଇଟି (ଖଡଗପୁର) ଆଇନ ପାରିତ କରି ଏହାକୁ ଜାତୀୟ ଗୁରୁତ୍ୱ ବହନ କରୁଥିବା ଏକ ଅନୁ ।ନ ଭାବେ ଘୋଷଣା କରିଥିଲେ । ‘ଆଇଆଇଟି ର ଯାତ୍ରା’ ସ୍ୱାଧୀନ ଭାରତର ଇତିହାସରେ ଏକ ବିରଳ ସଫଳତାର କାହାଣୀ ।
ଭାରତରେ ବର୍ତମାନ ୨୩ଟି ଆଇଆଇଟି ରହିଛି ଯାହା ଏହି ସମସ୍ତ ଶିକ୍ଷାନୁ ।ନକୁ ବିଶ୍ୱସ୍ତରୀୟ ବ୍ରାଣ୍ଡରେ ପରିଣତ କରିଛି । ‘ୱାନ ହଣ୍ଡ୍ରେଡ ଗ୍ରେଟ ଆଇଆଇଟିଆନ୍ସ’ ପୁସ୍ତକରେ ସେହି ସ୍ନାତକ ମାନଙ୍କୁ ଗୁରୁତ୍ୱ ଦିଆଯାଇଛି, ଯେଉଁମାନେ ବିକଶିତ ବିଶ୍ୱର ଗ୍ଳାମରରେ ଆକୃଷ୍ଟ ହେବାକୁ ମନା କରିଦେଇଥିଲେ । ଏହି ପୁସ୍ତକରେ ‘ଆଇଆଇଟିରୁ ଉତୀର୍ଣ୍ଣ ଶହେ ଜଣ ମହାନ ବ୍ୟକ୍ତିଙ୍କ ସଫଳତାର କାହାଣୀ ବର୍ଣ୍ଣିତ । ସେମାନେ ପ୍ରଯୁକ୍ତି ବିଦ୍ୟା, ଗବେଷଣା ଓ ବିକାଶ, ଶାସନ, ଶିକ୍ଷା, ପ୍ରତିରକ୍ଷା, ସାମାଜିକ ଓ ଆଧ୍ୟାତ୍ମିକ କ୍ଷେତ୍ର, କଳା ଓ ସଂସ୍କୃତି ତଥା କର୍ପୋରେଟ ଜଗତରେ ଉଲ୍ଲେଖନୀୟ ଯୋଗଦାନ କରିଛନ୍ତି ।
ଆସନ୍ତା ଏପ୍ରିଲ ୨୯ ତାରିଖରେ ଓଡିଶାର ରାଜ୍ୟପାଳ ଶ୍ରୀ ରଘୁବର ଦାସଙ୍କ ଉପସ୍ଥିତିରେ ସୋଆ ପ୍ରେକ୍ଷାଳୟରେ ଅନୁଷ୍ଠିତ ହେବାକୁ ଥିବା ‘ୟୁଥ୍ ଫର୍ ନେସନ୍ (ୱାଇ୪ଏନ୍) ର ଓଡିଶା ଚାପ୍ଟରର ଉଦ୍ଘାଟନୀ ଉତ୍ସବରେ ଏହି ପୁସ୍ତକ ଉନ୍ମୋଚିତ ହେବ ।
Post a Comment