loading...

ଆସନ୍ତା କାଲି ୨୮ ତାରିଖରେ ନିର୍ବାଚନ ପ୍ରଚାର ପାଇଁ ବ୍ରହ୍ମପୁର ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡା

ଭୁବନେଶ୍ୱର, ୨୭ ଅପ୍ରେଲ ୨୦୨୪


  • ବ୍ରହ୍ମପୁରରେ ଅନୁଷ୍ଠିତ ଜନସଭାକୁ ସମ୍ଭୋଧିତ କରିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା
  • ନିର୍ବାଚନ ପରିଚାଳନା ପ୍ରସଙ୍ଗରେ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାଙ୍କୁ ଭେଟିବା ସହ ବ୍ରହ୍ମପୁରଠାରେ ରାତ୍ରିଯାପନ କରିବେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହା
  • ଓଡ଼ିଶାରେ ‘ମା, ମାଟି, ମାତୃଭାଷା, ଓଡିଆ ଅସ୍ମିତା’ର ସୁରକ୍ଷାକୁ ମୁଖ୍ୟ ପ୍ରସଙ୍ଗ କରି ନିର୍ବାଚନ ଲଢିବ ବିଜେପି : ଗୋଲକ ମହାପାତ୍ର


ଓଡିଶାରେ ଏଥର, ବିଜେପି ସରକାର । ୨୦୨୪ ସାଧାରଣ ନିର୍ବାଚନ ଓଡିଶା ପାଇଁ ପରିବର୍ତନର ନିର୍ବାଚନ ହେବ । ଉଭୟ କେନ୍ଦ୍ର ଓ ଓଡିଶାରେ ବିଜେପିର ସରକାର ଗଠନ ହେବ । ଓଡ଼ିଶାରେ ‘ମା, ମାଟି, ମାତୃଭାଷା, ଓଡିଆ ଅସ୍ମିତା’ର ସୁରକ୍ଷାକୁ ମୁଖ୍ୟ ପ୍ରସଙ୍ଗ କରି ନିର୍ବାଚନରେ ଲଢ଼େଇ କରିବ ଭାରତୀୟ ଜନତା ପାର୍ଟି । ନିର୍ବାଚନ ପ୍ରଚାରକୁ ଶାଣିତ କରିବା ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡା ଆସନ୍ତା କାଲି ୨୮ ତାରିଖ ଦିନ ବ୍ରହ୍ମପୁରଠାରେ ଅନୁଷ୍ଠିତ ହେବାକୁ ଥିବା ଜନସଭାରେ ଯୋଗଦେବେ ବୋଲି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

ଶ୍ରୀ ନଡ୍ଡା ୨୮ ତାରିଖ ଅପରାହ୍ନରେ ଭୁବନେଶ୍ୱର ପହଂଚିବା ପରେ ସିଧାସଳଖ ବ୍ରହ୍ମପୁର ଗସ୍ତ କରି ଆମ୍ବପୁଆଠାରେ ଅନୁଷ୍ଠିତ ହେବାକୁ ଥିବା ଜନସଭାକୁ ସମ୍ଭୋଧନ କରିବେ । ଏହା ପରେ ଶ୍ରୀ ନଡ୍ଡା ଦଳୀୟ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଶ୍ରୀ ନଡ୍ଡା ଗୋପାଳପୁରଠାରେ ରାତ୍ରଯାପନ କରିବେ। ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା ୨୯ ତାରିଖ ସକାଳେ ଭୁବନେଶ୍ୱର ଫେରି ଆସି ପ୍ରତ୍ୟାବର୍ତନ କରିବେ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget