loading...

ଗ୍ରୀଷ୍ମ ପ୍ରବାହ ଦୃ​ଷ୍ଟିରୁ ଆଗାମୀ ସପ୍ତାହ ଗୁରୁତ୍ୱପୂର୍ଣ୍ଣ ରାଲି ଓ ସଭାରେ ପର୍ଯ୍ୟାପ୍ତ ପାନୀୟ ଜଳ ଓ ଓଆରଏସ୍‌ ରଖିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ

ଭୁବନେଶ୍ୱର,  ଅପ୍ରେଲ ୨୦୨୪




ବର୍ତ୍ତମାନର ଗ୍ରୀ​‌ଷ୍ମ ପ୍ରବାହ ଉତ୍ତାପକୁ ଦେଖି ଆଗାମୀ ସପ୍ତାହ  ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ ଚଳିତ ନିର୍ବାଚନ ପରିପ୍ରେକ୍ଷୀରେ ବିଭିନ୍ନ ରାଜନୈତିକ  ଦଳ ରାଲି ସଭା ଆୟୋଜନ କରୁଛନ୍ତି ଏହି ସବୁ ସ୍ଥାନରେ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ଓଆରଏସ୍‌  ରଖାଯିବା ଆବଶ୍ୟକ ଯାହା ଫଳରେ ଜନସାଧାରଣ  ଗ୍ରୀଷ୍ମ ପ୍ରବାହରୁ ଅନେକାଂଶରେ ରକ୍ଷା ପାଇପାରିବେ ବୋଲି  ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ପ୍ରକାଶ କରିଛନ୍ତି   

ମୁଖ୍ୟ ଶାସନ ସଚିବଙ୍କ   ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ ଆୟୋଜିତ  ଏକ  ଉଚ୍ଚସ୍ତରୀୟ ବୈଠକରେ  ଶ୍ରୀ ଜେନା ନିର୍ବାଚନ ସଂପର୍କିତ ରାଲି ସଭାମାନଙ୍କରେ ରାଜନୈତିକ  ଦଳ ମାନେ ପର୍ଯ୍ୟାପ୍ତ  ପରିମାଣରେ  ପାନୀୟ ଜଳ ଓଆରଏସ୍  ସୁବନ୍ଦୋବସ୍ତକୁ ଜିଲ୍ଲାପାଳମାନେ  ସୁନିଶ୍ଚିତ  କରିବା ପାଇଁ  ପରାମର୍ଶ ଦେଇଛନ୍ତି ପାନୀୟ ଜଳ ସହିତ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହକୁ ଅବ୍ୟାହତ କରିବା ପାଇଁ  ଜିଲ୍ଲାପାଳମାନେ  ବିଦ୍ୟୁତ ବିଭାଗର କର୍ତ୍ତୃପକ୍ଷଙ୍କ  ସହ ନିୟମିତ ଆଲୋଚନା କରିବାକୁ ଶ୍ରୀ  ଜେନା ପରାମର୍ଶ ଦେଇଛନ୍ତି   

ଜଳଛତ୍ରକୁ ଅଧିକ ବ୍ୟାପକ  କରିବାକୁ ମୁଖ୍ୟ ଶାସନ ସଚିବ ସମସ୍ତଙ୍କୁ  ଅନୁରୋଧ କରିଛନ୍ତି   ଗଣମାଧ୍ୟମ ମାଧ୍ୟମରେ ଅଂଶୁଘାତ ଅଦିନିଆ ବଜ୍ରପାତ ସଂପର୍କରେ ଜନସାଧାରଣଙ୍କୁ  ସତର୍କ  ସଚେତନ କରିବା ପାଇଁ  ସେ ବିଭିନ୍ନ ବିଭାଗଙ୍କୁ ପରାମର୍ଶ ଦେଇଛନ୍ତି   ବିଭିନ୍ନ ପ୍ରକାର  ବିପର୍ଯ୍ୟୟର ସୁପରିଚାଳନା ପାଇଁ ଜିଲ୍ଲା ତଥା ଉପଖଣ୍ଡ ପ୍ରଶାସନ ମାନେ  ଓଡ଼ିଶା ଡିଜାଷ୍ଟର ରିସୋର୍ସ  ନେଟଓ୍ୱାର୍କ (ଓଡ଼ିଆରଏନ୍‌) ପୋର୍ଟାଲର ସାହାଯ୍ୟ ନେବା ପାଇଁ  ସେ ପରାମର୍ଶ ଦେଇଛନ୍ତି

ଏହି ବୈଠକରେ ଜଙ୍ଗଲରେ ନିଆଁ ଲାଗୁଥିବା ସ୍ଥାନ ତାହାର  ପ୍ରଶମନ ପାଇଁ  ନିଆଯାଉଥିବା ପଦକ୍ଷେପ , ପ୍ରତ୍ୟେକ ବୁଥ କାନ୍ଥରେ ଗ୍ରୀଷ୍ମ ପ୍ରବାହ ବଜ୍ରପାତ ସଂପର୍କିତ ସଚେତନତା ବାର୍ତ୍ତା ଲଗାଇବା, ଡାକ୍ତରଖାନା ମାନଙ୍କର ଆଇସିୟୁ  ଗୁଡିକର ସୁବ୍ୟବସ୍ଥା ଆଦି ସଂପର୍କରେ  ବିଷଦ ଆଲୋଚନା ହୋଇଥିଲା   

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ରାଜସ୍ୱ  ବିପର୍ଯ୍ୟୟ ପରିଚାଳନା, ଜଙ୍ଗଲ, ପରିବେଶ ତଥା ଜଳବାୟୁ ପରିବର୍ତ୍ତନ  ବିଭାଗର ଅତିରିକ୍ତ  ମୁଖ୍ୟ ଶାସନ ସଚିବ  ଶ୍ରୀ ସତ୍ୟବ୍ରତ  ସାହୁଙ୍କ ସମେତ ବିଭିନ୍ନ ବିଭାଗର  ପ୍ରମୁଖ ଶାସନ ସଚିବ , ବରିଷ୍ଠ  ଅଧିକାରୀ ଜିଲ୍ଲାପାଳମାନେ  ଆଭାସୀ ମାଧ୍ୟମରେ ଏହି ବୈଠକରେ  ଯୋଗ ଦେଇଥିଲେ  

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget